ଜ୍ୟୋତିଷ

କେଉଁଠି ଶିକୁଳିରେ ବନ୍ଧା ହୋଇଛନ୍ତି ପ୍ରଭୁ ହନୁମାନ ଦେଖନ୍ତୁ କଣ କୁହେ ପୌରାଣିକ କଥା

ନମସ୍କାର ଦର୍ଶକବନ୍ଧୁ। ବନ୍ଧୁଗଣ ହନୁମାନ ହେଉଛନ୍ତି ଏପରି ଦେବତା ବା ଈଶ୍ୱର ଯିଏ ଭାରତର ପ୍ରତ୍ୟେକ ଘରେ ପୂଜା କରାଯାଇଥାଏ। ସମସ୍ତେ ସେମାନଙ୍କର ଭକ୍ତି ରଙ୍ଗରେ ରଙ୍ଗିତ।
ସମସ୍ତ ଶାସ୍ତ୍ର ଏବଂ ପୁରାଣରେ ହନୁମାନ ଙ୍କୁ ସଂକଟମୋଚନ କୁହାଯାଏ। ଯିଏ ହନୁମାନଙ୍କୁ ପୂଜା କରେ ଦୁନିଆର ସମସ୍ତ ଅସୁବିଧାରୁ ମୁକ୍ତି ପାଏ। ହନୁମାନ ତାଙ୍କ ଭକ୍ତମାନଙ୍କ ଦୁଖ ଦୂର କରନ୍ତି।
ମଙ୍ଗଳବାର ହନୁମାନଙ୍କ ଦିନ ବୋଲି ବିବେଚନା କରାଯାଏ। ମଙ୍ଗଳବାର ଦିନ ହନୁମାନ ଙ୍କୁ ପୂଜା କରିବା ବିଶେଷ ଲାଭ ଆଣିଥାଏ।
ଏହି ଦିନ ହନୁମାନ ତାଙ୍କ ଭକ୍ତମାନଙ୍କୁ ଆଶୀର୍ବାଦ ଦିଅନ୍ତି। ତେବେ ଆପଣମାନେ ଜାଣିଥିବେ ଜଗନ୍ନାଥ ମନ୍ଦିର ପୁରୀ ଚାରିଧାମ ମଧ୍ୟରୁ ଗୋଟିଏ।ଯେଉଁଠି ଭଗବାନ ବିଷ୍ଣୁ ଜଗନ୍ନାଥଙ୍କ ରୂପରେ ପୂଜା ପାଉଛନ୍ତି।
ଏହି ମନ୍ଦିରକୁ ରାଜା ଇନ୍ଦ୍ରଦ୍ୟୁମ୍ନ ନିର୍ମାଣ କରିଥିଲେ। ଏହି ମନ୍ଦିରର ସୁରକ୍ଷା ଦାୟିତ୍ବ ପ୍ରଭୁ ଜଗନ୍ନାଥ ହନୁମାନଙ୍କୁ ଦେଇଛନ୍ତି। ଏହି ମନ୍ଦିରର କୋଣ ଅନୁକୋଣରେ ପ୍ରଭୁ ହନୁମାନ ବାସ କରନ୍ତି। ହନୁମାନ ଏଠାରେ ବହୁତ ପ୍ରକାର ଚମତ୍କାର କରିଛନ୍ତି।
ଭଗବାନ ଆଜି ମଧ୍ୟ ହିନ୍ଦୁଧର୍ମର ରକ୍ଷା ଓ ଭକ୍ତମାନଙ୍କ ପାଇଁ କଳିଯୁଗରେ ଜୀବିତ ଅଛନ୍ତି ଓ ସାରା ପୃଥିବୀରେ ବିଚରଣ କରୁଛନ୍ତି। ପ୍ରଭୂ ହନୁମାନଙ୍କ ଶକ୍ତିକୁ କିଏ ନଜାଣେ ତାଙ୍କ ଶକ୍ତିର କଳନା ନାହିଁ ତାଙ୍କ ଆକାରର ମାପ ନାହିଁ।
ଭଗବାନ ହନୁମାନଙ୍କୁ କୈାଣସି ଶସ୍ତ୍ରର ମଧ୍ୟ ପ୍ରଭାବ ପଡେନାହିଁ। ଯିଏବି ପ୍ରଭୁ ହନୁମାନଙ୍କୁ ଭକ୍ତି କରେ ସେ ତାଙ୍କର ବିଶେଷ କୃପା ଲାଭ କରେ। ପ୍ରଭୁ ଶ୍ରୀରାମଙ୍କର ହନୁମାନଙ୍କ ଉପରେ ବିଶେଷ କୃପା ଅଛି। ପ୍ରଭୁ ହନୁମାନ ମହାଦେବଙ୍କର ହିଁ ଏକ ଅବତାର ଅଟନ୍ତି।
ତେଣୁ ସେ ବହୁତ ବଳବାନ ଓ ବୁଦ୍ଧିମାନ ମଧ୍ୟ ଅଟନ୍ତି। ପ୍ରଭୁ ହନୁମାନ କେବଳ ନିଜ ଭକ୍ତମାନଙ୍କୁ ନୁହେଁ ସେ ତ ଭଗବାନଙ୍କର ମଧ୍ୟ ରକ୍ଷା କରନ୍ତି। ଜଗନ୍ନାଥ ଧାମ ପୁରୀରେ ପ୍ରଭୁ ହନୁମାନଙ୍କୁ ବାନ୍ଧି କରି ରଖାଯାଇଛି।
ଭକ୍ତମାନେ ତାଙ୍କୁ ଚେନରେ ବଦ୍ଧାଥିବା ଅବସ୍ଥାରେ ହିଁ ପୂଜା କରନ୍ତି। ଯଦି ଆପଣ ପୁରୀ ଯାଇଥିବେ ତେବେ ଶ୍ରୀ ଜଗନ୍ନାଥ ଓ ଭଗବାନ ହନୁମାନଙ୍କ ଚମତ୍କାରିତା ସମ୍ପର୍କରେ ନିଶ୍ଚେ ଅନୁଭବ କରିଥିବେ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button