ରାଜ୍ୟ
ତାରିଖ 27/1/2023 ଶୁକ୍ରବାର ରାଶିଫଳ , କେଉଁ ରାଶି ର ଅଚାନକ ଧନ ପ୍ରାପ୍ତ ଯୋଗ ଦେଖନ୍ତୁ

ଆସନ୍ତା କାଲି ହେଉଛି ଜାନୁୟାରୀ ୨୭ ଶୁକ୍ରବାର ୨୦୨୩ ମସିହା ମାଘ ମାସ ଶୁକ୍ଳପକ୍ଷ ମକର ୧୪ ଦିନ। କାଲିର ଦିନ ଦିନ ହେଉଛି ହେଉଛି ଷଷ୍ଠୀ ତିଥି । ଷଷ୍ଠୀ ତିତି ପୂର୍ବାହ୍ନ ୯ ଘଟିକା ୩୧ ମିନିଟ ପର୍ଯ୍ୟନ୍ତ ରହୁଛି। ତେବେ ଚାଲନ୍ତୁ ଜାଣି ନେବା କାଲିର ରାଶିଫଳ ସମ୍ପର୍କରେ।
ମେଷ:-
ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ପୂର୍ବରୁ ଦେଇଥିବା ଅର୍ଥ ରାଶି ପାଇବାରେ ସମସ୍ୟା ଦେଖା ଦେବ। କୌଣସି ଦ୍ରବ୍ୟ ମଧ୍ୟ ଆପଣ ହଜାଇ ଦେଇ ପାରନ୍ତି। ସେଥି ପାଇଁ ସବୁ ଜିନିଷ କୁ ଆପଣ ମାନେ ଯତ୍ନ ସହକାରେ ରଖିବା ଉଚିତ।
ବୃଷ:-
ଆପଣଙ୍କ ପାରିବାରିକ ଜୀବନ ସୁଖପ୍ରଦ ହେବ। ପାରିବାରିକ କ୍ଷେତ୍ରରେ କୌଣସି ବିବାଦ ଲାଗି ରହିଥିଲେ ତାହା ମଧ୍ୟ ଦୂରୀଭୂତ ହେବ। ସନ୍ତାନ ହେତିକ ଶୁଭ ଖବର ମଧ୍ୟ ଆପଣ ମାନେ ପାଇ ପାରନ୍ତି। ସନ୍ତାନ ଙ୍କ କୃତିତ୍ୱ କୁ ନେଇ ମଧ୍ଯ ଆପଣ ଖୁସୀ ପ୍ରକଟ କରିବେ।
ମିଥୁନ:-
ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଚର୍ମ ଜନିତ ରୋଗର ସମସ୍ୟା ଦେଖା ଦେଇ ପାରେ। ଦିନ କୁ ଖୁବ୍ ଭଲ ଭାବରେ ଚର୍ଚ୍ଚା କରନ୍ତୁ। ଏବଂ ଅଧିକ ଶୁଭଫଳ ପାଇବା ପାଇଁ ନୀଳ ରଙ୍ଗ କୁ ବ୍ୟବହାର କରନ୍ତୁ।
କର୍କଟ:-
ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କ ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ। ମାନସିକ ଦୁଶ୍ଚିନ୍ତା ମଧ୍ୟ କେତେକାଂଶ ରେ ଦେଖା ଦେଇ ପାରେ। ତଥାପି ଏହି ଦିନ ଟିରେ ଆପଣ ଦୂର ଯାତ୍ରା କରି ପାରନ୍ତି। ପୁରୁଣା ମିତ୍ର ଙ୍କ ସହ ମଧ୍ଯ ସାକ୍ଷାତକାର ହୋଇ ପରେ। ପାରିବାରିକ ସମସ୍ୟା ମଧ୍ୟ ଦୁର ହେବ।
ସିଂହ:-
ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଦେହ ମନ ସମ୍ପୁର୍ଣ୍ଣ ଭାବରେ ସୁସ୍ଥ ରହିବ। ପୂର୍ବରୁ କୌଣସି ଶୁଭ ସମ୍ବାଦ ର ଅପେକ୍ଷାରେ ଥିଲେ ତାହା ଆପଣ ଆଜିର ଦିନରେ ପାଇ ପାରିବେ। ମିତ୍ର ଙ୍କ ସହ ମଧ୍ଯ ଆପଣ ଉତ୍ତମ ସମ୍ପର୍କ ରକ୍ଷା କରିବେ। ପୂର୍ବରୁ ବିବାଦ ଥିଲେ ତାହା ଦୂରୀଭୂତ ହେବ।
କନ୍ୟା:-
ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଦେହ ମନ ସମ୍ପୁର୍ଣ୍ଣ ଭାବରେ ସୁସ୍ଥ ରହିବ। କର୍ମ ପାଇଁ ଆପଣ ମାନେ ମଧ୍ୟ ଆଗ୍ରହୀ ହେବେ। ଏହି ଦିନରେ ଆପଣ ମାନେ ଅନେକ ପରିଶ୍ରମ ମଧ୍ଯ କରିବେ। ପୂର୍ବରୁ କୌଣସି ଚାପ ଥିଲେ ତାହା ମଧ୍ୟ ଏହି ଦିନ ଦୂରୀଭୂତ ହେବ।
ତୁଳା:-
ତୁଳା ରାଶିର ପୁରୁଷ ଏବଂ ମହିଳା ଙ୍କ ପାଇଁ ଦିନଟି ଶୁଭପ୍ରଦ ରହିଛି। ବିଦ୍ୟାର୍ଥୀ ମାନଙ୍କ ପାଇଁ ଦିନଟି ଶୁଭ ଥିବାରୁ ପଢାପଢି ଓ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ମଧ୍ୟ ଆପଣ ସଫଳତା ଅର୍ଜନ କରିବେ। ନବ ନିଯୁକ୍ତି ପାଇଁ ଚେଷ୍ଟା କରୁଥିଲେ ସେଥିରେ ମଧ୍ଯ ଆପଣ ମାନେ ସଫଳ ବିବେଚିତ ହେବେ।
ବିଛା:-
ଆପଣ ଅନ୍ୟ ଠାରୁ କିଛି ଆଶା କରିଥିଲେ ସେହି ଆଶା କରିଥିବା ଦ୍ରବ୍ୟକୁ ମଧ୍ଯ ପ୍ରାପ୍ତି କରିବେ। ପାରିବାରିକ ଜୀବନ ମଧ୍ଯ ସୁଖପ୍ରଦ ହେବ। ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ସାଧାରଣ ସମସ୍ୟା ମତଭେଦ ଦେଖା ଦେଇ ପାରେ। ଦିନ ଟିରେ ଆପଣଙ୍କୁ ଦୂର ଯାତ୍ରା ପାଇଁ ମଧ୍ୟ ସୁଯୋଗ ମିଳିବ।
ଧନୁ:-
ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଦୂର ଯାତ୍ରା ର ଯୋଗ ରହିଛି। ପରିବାର ଲୋକଙ୍କୁ ନେଇ ଆପଣ ଙ୍କୁ ଦୁର ଯାତ୍ରା କରିବାକୁ ପଡ଼ିବ। ଆଜି ଦିନରେ ଆପଣଙ୍କ ଶୁଭ ରଙ୍ଗ ହେଉଛି
ହଳଦୀ ଏବଂ ଲାଲ। ଏହି ରଙ୍ଗର ବସ୍ତ୍ର ପରିଧାନ କଲେ ଶୁଭ ଫଳ ମିଳିବ।
ମକର:-
ଏହି ରାଶିର ବ୍ୟକ୍ତି ବିଶେଷ ଋଣ ଗ୍ରହଣ କରିବାକୁ ଚାହୁଁ ଥିଲେ ଆପଣ ଙ୍କ ଋଣ ମଞ୍ଜୁର ହୋଇ ଯିବ। ଅନ୍ୟ ଠାରୁ ଉଦ୍ଧାର ଚାହୁଁଥିଲେ ଆପଣ ଙ୍କୁ ଉଦ୍ଧାର ମଧ୍ଯ ମିଳି ଯିବ। ପାରିବାରିକ ଜୀବନ ମଧ୍ଯ ଆପଣ ମାନଙ୍କ ପାଇଁ ସୁଖପ୍ରଦ ରହିବ।
କୁମ୍ଭ:-
ଆପଣ ମାନଙ୍କ ପାଇଁ ଦିନଟି ସୁଖପ୍ରଦ ହେବ। ମାତ୍ର ମାନସିକ ସ୍ତରରେ କୌଣସି ବିଷୟ କୁ ଚିନ୍ତା କରି ଆପଣ ମାନେ ଚିନ୍ତିତ ହୋଇ ପାରନ୍ତି। ଅଯଥା ମଧ୍ୟ ଅନ୍ୟକୁ ସାହାଯ୍ୟ କରି ଆପଣ ପଶ୍ଚ୍ୟାତାପ କରି ପାରନ୍ତି। ବ୍ୟବସିୟୀ ମାନେ ବ୍ୟବସାୟ ର ଆଶାନୁରୂପକ ଫଳ ପାଇବେ ନାହିଁ।
ମୀନ:-
ଏହି ରାଶିର ବ୍ୟକ୍ତି ବିଶେଷ ମାନେ କୌଣସି ବସ୍ତ୍ର ବା ନୂତନ ଦ୍ରବ୍ୟ ଆପଣ ଆଜିର ଦିନରେ କ୍ରୟ କରି ପାରନ୍ତି। ପାରିବାରିକ ଜୀବନ ମଧ୍ଯ ଆପଣ ମାନଙ୍କର ସୁଖପ୍ରଦ ହୋଇ ପାରେ। ସ୍ବାସ୍ଥ୍ୟ ଗତ ସମସ୍ୟା କୁ ନେଇ ଆପଣ ମଧ୍ଯ ସାମାନ୍ୟ ଚିନ୍ତିତ ରହି ପାରନ୍ତି।