ଦେଶ- ବିଦେଶ

ଯେତେ ଅଧିକ ଗପିବ ସେତେ ଅଧିକ କଷ୍ଟ ପାଇବ ଦେଖନ୍ତୁ କେମିତି

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ପ୍ରତ୍ୟେକ ମଣିଷ ପାଖରେ ପାଞ୍ଚଟି ଶକ୍ତି ଅଛି। ସେହି ପାଞ୍ଚଟି ଶକ୍ତି ମଧ୍ୟରୁ ସର୍ବପ୍ରଥମ ଏବଂ ସବୁଠୁ ଶକ୍ତିଶାଳୀ ଶକ୍ତି ହେଉଛି ତାର ଶବ୍ଦ। ଆପଣ ଯଦି ସକାରାତ୍ମକବାର୍ତ୍ତା କରୁଛନ୍ତି ତାହାର ପ୍ରଭାବ ଆପଣଙ୍କୁ ମନ, ମସ୍ତିଷ୍କ, ଶରୀର ଆଉ ଏହି ପ୍ରକୃତି ଉପରେ ପଡୁଛି।
ଆଉ ଆପଣ ଯଦି କଥାବାର୍ତ୍ତା ଭୁଲ ଉପାୟରେ କରୁଛନ୍ତି ତାହାର ମଧ୍ୟ ଆପଣଙ୍କ ଅଜାଣତରେ ତାହାର ପ୍ରଭାବ ଆପଣଙ୍କ ଶରୀର ମଧ୍ୟରେ ପଡୁଛି। ଯେତେ ଅଧିକା ଗପିବେ ସେତେ ଅଧିକା କଷ୍ଟ ପାଇବେ, ଯାହା ସବୁବେଳେ ମାନେ ରଖିବା ଉଚିତ୍।
ଯଦି କୌଣସି ବ୍ୟକ୍ତି ଆବଶ୍ୟକତା ଠାରୁ ଅଧିକ କଥାବାର୍ତ୍ତା କରୁଛନ୍ତି ତାହାଲେ ସେ ଅଜାଣତରେ ଦୁଃଖ, କଷ୍ଟକୁ ଆମନ୍ତ୍ରଣ କରୁଛନ୍ତି।
କାହିଁକି ଆମେ ଅଧିକ କଥାବାର୍ତ୍ତା କରିବା ନାହିଁ, ସେହି ବିଷୟରେ ଗୋଟେ କାହାଣୀ ଆଜି ଜାଣିବା। ତେବେ ବନ୍ଧୁଗଣ କୌଣସି ଅଞ୍ଚଳରେ ଜଣେ ସାଧୁଥିଲେ। ସେହି ସାଧୁଙ୍କର ବହୁତ୍ ଶିଷ୍ୟ ଥିଲେ।
ସେହି ଶିଷ୍ୟମାନେ ସାଧୁଙ୍କ ଠାରୁ ଜ୍ଞାନ ଆହରଣ କରି ପ୍ରତ୍ୟେକ ଦିନ ବାହାରକୁ ଚାଲିଯାଆନ୍ତି। ସେହି ଶିଷ୍ୟମାନେ ପୁନର୍ବାର ସନ୍ଧ୍ୟାବେଳେ ପୁଣି ଜ୍ଞାନ ଆହରଣ କରିବା ପାଇଁ ଆସନ୍ତି।
ତେବେ ତାଙ୍କର ସବୁଆଡେ ବୁଲିବାରେ ଦ୍ଵାରା ସେମାନେ ଯେଉଁ ସବୁ ଶିକ୍ଷା ପାଇଲେ ସେହି ବହୁ ବିଷୟରେ ଆଲୋଚନା କରାଯାଏ। ସେହି ଶିଷ୍ୟ ମାନଙ୍କୁ ମଧ୍ୟରୁ ଜଣେ ଶିଷ୍ୟଙ୍କର ସବୁଠାରୁ ବଡ଼ ଦୂର୍ଗୁଣ ହେଉଛି,
ସେ କାହାରିକୁ କହିବ ପାଇଁ କିଛି ଦିଅନ୍ତି ନାହିଁ। ସବୁବେଳେ ସିଏ ନିଜେ ଅଗ କହିଥାନ୍ତି। ଏହି ବିଷୟରେ ସବୁ ଗୁରୁ ଜାଣିଥାନ୍ତି। ତେବେ ପ୍ରତ୍ୟେକ ମାସରେ ସମସ୍ତଙ୍କୁ ଗୋଟେ ସଂକଳ୍ପ ଦିଆଯାଇଥାଏ।
ସେ ସମନବର୍ତ୍ତିତା ହେଉ, ସୁନ୍ଦର୍ ଭାଷା ଶିଖିବା ହେଉ କି ସକାଳୁ ଜଲଦି ଉଠିବା ହେଉ ଏହିଭଳି ଅନେକ ବିଭିନ୍ନ ପ୍ରକାର ସଂକଳ୍ପ ଅଛି। ତେବେ ସେହିମାନଙ୍କ ମଧ୍ୟରୁ ଯେତେ ସବୁ ଶିଷ୍ୟ ଥିଲେ ସମସ୍ତେ ଗୋଟେ ଗୋଟେ ସଂକଳ୍ପ ନେଲେ।
ସେହି ଶିଷ୍ୟ ମାନଙ୍କୁ ମଧ୍ୟରୁ ଜଣେ ଶିଷ୍ୟ ଗୁରୁଙ୍କୁ କହିଲେ କି ସେ କୌଣସି ଛୋଟ ସଂକଳ୍ପ ନେବେ ନାହିଁ। ଆଉ କିଛି ବଡ଼ ସଂକଳ୍ପ ନେବା ପାଇଁ ଗୁରୁଙ୍କୁ କହିଲେ। ତେବେ ଗୁରୁ ସେହି ଶିଷ୍ୟଙ୍କୁ କହିଲେ ଆସନ୍ତା ଗୋଟେ ମାସ ଯାଏ ଚୁପ୍ ରହିବା ପାଇଁ।
ଶିଷ୍ୟ ଜଣକ କିଛି ଦିନ ଚୁପ୍ ରହିଲା ପରେ ଆଉ ଚୁପ୍ ରହି ପାରିଲେ ନାହିଁ। ଯାହା ଫଳରେ ଶିଷ୍ୟ ଗୁରୁଙ୍କ ପାଖକୁ ଯାଇ ଲିଖିତ ଆକାରରେ ଜଣାଇଲେ କି ତାଙ୍କ ଦ୍ଵାରା ମଉନ ରହିବା ସମ୍ଭବ ହେଉ ନାହିଁ। ଏହାପରେ ଗୁରୁ ସେହି ଶିଷ୍ୟଙ୍କୁ କହିଥିଲେ କୌଣସି ଏକ କୋଠରୀ ଭିତରେ ଏକା ରହି ଯାହା କିଛି କରିବା କଥା କରିବା ପାଇଁ।
କୋଠରୀ ଭିତରେ କିଛି ଦିନ ରହିଲା ପରେ ଆଉ ଶିଷ୍ୟ ଜଣକ ରହି ପାରିଲେ ନାହିଁ। ଏବଂ ପୁନର୍ବାର ଗୁରୁଙ୍କ ନିକଟକୁ ଯାଇ ଶିଷ୍ୟ ଜଣକ ଗୁରୁଙ୍କୁ ଲିଖିତ ଆକାରରେ ଜଣାଇଥିଲେ। ଏହାପରେ ଗୁରୁ ଜଣକ ଶିଷ୍ୟକୁ କହିଥିଲେ ଜଙ୍ଗଲ ଭିତରକୁ ଚାଲିଯିବାକୁ।
ଶିଷ୍ୟ ଜଣକ ଗୁରୁଙ୍କ ଆଜ୍ଞା ମାନି ଜଙ୍ଗଲ ଭିତରକୁ ଚାଲିଗଲେ। ଏମିତି କିଛି ଦିନ ଗଲା ଆଉ ଶିଷ୍ୟ ଜଣକ ଫେରିନଥିଲେ। ଏହାପରେ ଅନ୍ୟ ଶିଷ୍ୟ ମାନେ ଗୁରୁଙ୍କୁ ଯାଇ ଏହି ବିଷୟରେ କହିଥିଲେ।
ସେମାନଙ୍କୁ ଗୁରୁ କହିଥିଲେ ଯେ, ସେହି ଶିଷ୍ୟଙ୍କୁ ଯେଉଁ ଜିନିଷ ପାଇଁ ପଠାଇ ଥିଲେ ତାଙ୍କୁ ସେହି ଜିନିଷ ମିଳିଗଲା। ଏହାପରେ କିଛି ଦିନ ପରେ ଶିଷ୍ୟ ଜଣକ ସକାଳୁ ଆସି ପହଞ୍ଚିଗଲେ। କିନ୍ତୁ ତାଙ୍କ ଅବଭାବ ଏଵଂ କଥାବାର୍ତ୍ତା ପୁରା ଶାନ୍ତ ହୋଇଯାଇଥିଲା।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button