ମନୋରଞ୍ଜନ

ପ୍ରଭୁ ଗଣେଶଙ୍କ ବାହାରିଲା ଆଧାର କାର୍ଡ ଦେଖନ୍ତୁ ଏହି ସୁନ୍ଦର ଦୃଶ୍ୟ ଦେଖି ହେଲେ ସମସ୍ତେ ଆଶ୍ଚର୍ଯ୍ୟ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଗଣେଶ ପୂଜାରେ ଚାରିଆଡେ ପୂଜା ପାଉଛନ୍ତି ବିଗ୍ନ ବିନାସକ ଗଣେଶ। ଏନେଇ ସବୁଆଡ଼ ଉତ୍ସବର ମାହୋଲ ଦେଖିବାକୁ ମିଳୁଛି। ସେପଟେ ଭିନ୍ନ ଭିନ୍ନ ତୋରଣ ସାଙ୍ଗକୁ ରଙ୍ଗୀନ ସାଜସଜାରେ ସଜେଇ ହୋଇଛି ସିଲଭରସିଟି କଟକ।
Special report
ତେବେ ଶ୍ରଦ୍ଧାଳୁମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଡିଜାଇନର ଗଣେଶ ମୃର୍ତ୍ତି ସ୍ଥାପନ କରିଛନ୍ତି କର୍ମକର୍ତ୍ତା। ଏବେ ଦେଖିବାକୁ ମିଳିଛି ଅଗ୍ରପୂଜ୍ୟ ଗଣେଶଙ୍କ ପାଖରେ ମଧ୍ୟ ରହିଛି ନିଜର ଆଧାର କାର୍ଡ! ମୋ ଆଧାର ମୋ ପରିଚୟ ତାଲିକାରେ ପ୍ରଭୁ ଗଜାନନ ମଧ୍ୟ ରହିସାରିଲେଣି।
ତେବେ ବନ୍ଧୁଗଣ ଗତ କାଲି ଓଡିଶାର ଅନେକ ସ୍ଥାନରେ ବହୁ ଯାକଜକମରେ ପ୍ରଭୁ ଅଗ୍ରପୂଜ୍ୟ ଗଣେଶଙ୍କର ପୂଜା ଅନୁଷ୍ଠିତ ହୋଇଥିଲା। ସବୁ ବର୍ଷ ଭଳି ଏହି ବର୍ଷ ମଧ୍ୟ ଅନେକ ସ୍ଥାନରେ ପ୍ରଭୁ ଗଣେଶଙ୍କର ଭିନ୍ନ ଭିନ୍ନ ଡିଜାଇନର ପୂଜା ପେଣ୍ଡାଲ ପ୍ରସ୍ତୁତ କରାଯାଇ ପୂଜା କରାଯାଇଥିଲା।
Special report
ଏହା ସହ ପ୍ରଭୁ ଗଣପତି ବାପ୍ପାଙ୍କୁ ମଧ୍ୟ ବିଭିନ୍ନ ରୂପରେ ସଜ୍ଜିତ କରାଯାଇ ଧୂମଧାମରେ ପୂଜା କରାଯାଇଛି। କଟକ ମହାନଦୀ ବିହାର ଠାରେ ଆଧାର କାର୍ଡର ପେଣ୍ଡାଲ ପ୍ରସ୍ତୁତ କରାଯାଇ ଅଗ୍ରପୂଜ୍ୟଙ୍କୁ ସ୍ଥାପନା କରାଯାଇ ତାଙ୍କର ଆବାହନ କରାଯାଇଛି।
ଏକ ଆଧାର କାର୍ଡ ମଧ୍ୟରେ ଗଣେଶଙ୍କୁ ସ୍ଥାପିତ କରାଯାଇଛି। ଯାହାକି ବର୍ତ୍ତମାନ ଲୋକଙ୍କର ପୂଜା ପେଣ୍ଡାଲ ବୁଲି ଦେଖିବାରର ଏକ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଯେଉଁଠାରେ କି ଗଣେଶ ପ୍ରଭୁଙ୍କର ସ୍ଵତନ୍ତ୍ର ଭାବେ ଆଧାର କାର୍ଡ ପ୍ରସ୍ତୁତ କରାଯାଇଛି।
Special report
ଯେଉଁ ଆଧାରରେ ନାମରେ ଶ୍ରୀ ଗଣେଶ ଲେଖା ହେବା ସହ ବାପା ମହାଦେବ ବୋଲି ମଧ୍ୟ ଲେଖାଯାଇଛି। ଠିକଣାରେ କୈଳାସ ପର୍ବତ ମଧ୍ୟ ଲେଖାଯାଇଛି। ତେବେ ଏଭଳି ଭିନ୍ନ ଢଙ୍ଗର ପୂଜା ପେଣ୍ଡାଲ ଦେଖିବା ପାଇଁ ସେଠାରେ ଶ୍ରଦ୍ଧାଳୁ ମାନଙ୍କର ଭିଡ ଦେଖିବାକୁ ମିଳିଛି।
ଯାହାକୁ ନେଇ ପୂଜା ପରିବେଶ ପୁରା ଉତ୍ସବମୁଖର ହୋଇ ଉଠିଛି। ତେବେ ଖାଲି ଆଧାର କାର୍ଡ କାହିଁକି କଟକର ଅନେକ ସ୍ଥାନରେ ନୂତନ ଢାଞ୍ଚାରେ ଅନେକ ପୂଜା ମଣ୍ଡପ ପ୍ରସ୍ତୁତ କରାଯାଇଥିବାର ନଜର ଆସିଛି।
ଯେଉଁଠାକୁ ଲୋକ ମାନେ ଯାଇ ସେଲଫି ନେବାରେ ଲାଗି ପଡିଛନ୍ତି। ସବୁ ରାସ୍ତା ତଥା ବଜାର ମାନଙ୍କରେ ପୂଜାର ଗହଳି ମଧ୍ୟ ଦେଖିବାକୁ ମିଳିଛି। ଯାହା ଗଣେଶ ପୂଜାର ଉତ୍ସବକୁ ଆହୁରି ସରଗରମ କରିବାରେ ଲାଗିଛି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button