ମନୋରଞ୍ଜନ

ଚର୍ଚ୍ଚାରେ ସାନଭାଇର ପ୍ରିୱେଡିଂରେ ଇଶା ଦେଇଥିବା ଭା‌ଷଣ – Kalinga News

[ad_1]


ନୂଆଦିଲ୍ଲୀ: ଇଟାଲିରେ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟଙ୍କ ଦ୍ବିତୀୟ ପ୍ରିୱେଣ୍ଡିଂ କାର୍ଯ୍ୟକ୍ରମ ଶେଷ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସାମିଲ ଥିବା ସମସ୍ତ ସେଲିବ୍ରିଟିମାନେ ଭାରତକୁ ଫେରି ଆସିଛନ୍ତି।

ଏହି କ୍ରମରେ ଅନନ୍ତ ଓ ରାଧିକାଙ୍କ ଦ୍ବିତୀୟ ପ୍ରିୱେଣ୍ଡିଂ ସେଲିବ୍ରେସନର ଅନେକ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।ଏହି  ଭିଡିଓ ମଧ୍ୟରୁ ଇଶା ଅମ୍ବାନୀଙ୍କ ଏକ ଭିଡିଓ ବି ସାମ୍ନାକୁ ଆସିଛି। ଯେଉଁଥିରେ ସେ ତାଙ୍କ ଭାଉଜ ‌‌‌ଶ୍ଲୋକାଙ୍କ ସହିତ ମଞ୍ଚ ସେୟାର କରିଛନ୍ତି। ଭାଇର ପ୍ରିୱେଡିଂ କାର୍ଯ୍ୟକ୍ରମରେ ‌ସେ ବଡ଼ ଭଉଣୀର ଭୂମିକାକୁ ଖୁବ ସୁନ୍ଦର ଭାବେ ତୁଲାଇଥିବା ଭିଡିଓରେ ଦେଖିବାକୁ ମିଳୁଛି।

ଇଶା ଏହି କାର୍ଯ୍ୟକ୍ରମରେ ଲୋକଙ୍କୁ ସ୍ବାଗତ ଜଣାଇବା ସହିତ କହିଥିଲେ, ଏହି କାର୍ଯ୍ୟକ୍ରମରେ ଆପଣମାନେ ନିଜନିଜର ବ୍ୟକ୍ତିଗତ ଜୀବନରୁ ସମୟ ବାହାର କରି ସାମିଲ ହୋଇଥିବାରୁ ଅ‌ଶେଷ ଅଶେଷ ଧନ୍ୟବାଦ। ଆମେ ସମସ୍ତ ଆପଣଙ୍କୁ ଖୁବ ସ୍ନେହ, ଶ୍ରଦ୍ଧା ଓ ସମ୍ମାନ କରୁ। ଆପଣମାନେ ଆମ ନିମନ୍ତ୍ରଣ ରକ୍ଷ‌ା କରିଥିବାରୁ ହୃଦୟରୁ ଧନ୍ୟବ‌ାଦ ଜ୍ଞାପନ କରୁଛି।

ଆପଣମାନଙ୍କ ଉପସ୍ଥିତି ହେତୁ ଏହି କାର୍ଯ୍ୟକ୍ରମରେ ଆଲୋକ ଭରିଯାଇଛି। ସମସ୍ତେ ଚଳଚଞ୍ଚଳ ହୋଇ ଖୁବ ମଜା କରୁଛନ୍ତି। ଅନନ୍ତ ଓ ରାଧିକା ବି ଖୁବ ଖୁସି ଅଛନ୍ତି।  ’

ଇଶାଙ୍କ ଏହି ଭାଷଣ ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଇଶା କେବଳ ଟଙ୍କାରେ ଧନୀ ନୁହନ୍ତି ସେ ମନରୁ ବି ଧନୀ ଅଟନ୍ତି।’




[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button