ମନୋରଞ୍ଜନ

ଆଜିଠୁ ନବରାତ୍ରୀ ପୂଜା ଆରମ୍ଭ…..

ଶାରଦୀୟ ଦୁର୍ଗା ପୂଜାର ଆଜିଠାରୁ ଆରମ୍ଭ ହୋଇଛି ନବରାତ୍ର ପୂଜା। ଏଥିଲାଗି ସମସ୍ତ ଶକ୍ତିପୀଠ ଗୁଡିକ ଉତ୍ସବମୂଖର ହୋଇଉଠିଛି। ମହାଳୟାର ପରଦିନ ପ୍ରତିପଦା ତିଥିରୁ ପ୍ରଥମ ଦିନ, କଳସ ସ୍ଥାପନ କରାଯାଏ। ଏହି ଦିନ ମା ଦୁର୍ଗାଙ୍କର ଶୈଳପୁତ୍ରୀ ସ୍ୱରୂପରକୁ ପୂଜା ପାଇଥାନ୍ତି | ପର୍ବତ ରାଜ ହିମାଳୟଙ୍କ ଘରେ ପୁତ୍ରୀ ରୂପେ ଜନ୍ମ ନେବାରୁ ତାଙ୍କୁ ଶୈଳପୁତ୍ରୀ କୁହାଯାଏ। ନବରାତ୍ରିର ପ୍ରଥମ ଦିନରେ ଏହି ଦେବୀଙ୍କୁ ହିଁ ପୂଜା କରାଯାଏ। ନବରାତ୍ର ବ୍ରତ ଧାରଣ କରି ଭକ୍ତମାନେ ମାଆଙ୍କର ପୂଜାର୍ଚ୍ଚନା କରୁଛନ୍ତି। ୯ ଦିନରେ ମା ୯ଟି ରୂପରେ ଭକ୍ତଙ୍କୁ ଦର୍ଶନ ଦେବେ। ମହାଳୟାରେ ପୂଜା ମଣ୍ଡପରେ ମାଆଙ୍କ ମୂର୍ତ୍ତିରେ ଖଡି ଲାଗି ପରେ ଆଜିଠୁ ରଙ୍ଗକାମ କରାଯାଉଛି । ବିଭିନ୍ନ ମଣ୍ଡପରେ ସାଜସଜା, ରୁପା ମେଢ ଓ ତୋରଣ କାମ ମଧ୍ୟ ଜୋରସୋରରେ ଚାଲିଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button