ମନୋରଞ୍ଜନ

ବିନା ପଇସାରେ ବୁଲି ପାରିବେ ସାରା ଦୁନିଆ, ଜାଣନ୍ତୁ କିପରି…

ଯଦି ବୁଲିବା ଆପଣଙ୍କର ସଉକ, ତେବେ ବିନା ପଇସାରେ ବୁଲି ପାରିବେ ସାରା ଦୁନିଆ। ଯଦି ଆପଣ ଟ୍ରିପରେ ଅଛନ୍ତି ଏବଂ ଆପଣଙ୍କ ପାଖରେ କ୍ୟାଶ୍ ନାହିଁ ତେବେ ନିରାଶ ହେବା ଆବଶ୍ୟକ ନାହିଁ। ଆଜିକାଲି ସବୁ କିଛି ଡିଜିଟାଲ୍ ହେବାରେ ଲାଗିଛି। ଚୋରି ଭୟରେ ପ୍ରାୟତଃ ସମସ୍ତେ କ୍ୟାଶଲେସ୍ ରଖିବାକୁ ପସନ୍ଦ କରୁଛନ୍ତି। କ୍ୟାଶଲେସ୍‌ ରହି ମଧ୍ୟ ଆପଣ ନିଜ ଟ୍ରିପ୍‌କୁ ଉପଭୋଗ କରିପାରବେ।

ବିନା ପଇସାରେ ଟ୍ରିପରେ ଯିବା ପୂର୍ବରୁ ଧ୍ୟାନ ଦେବାକୁ କିଛି ଜିନିଷ ଉପରେ

ଟ୍ରିପ୍ ପ୍ଲାନ୍‌ ବେଳେ କ୍ୟାଶଠୁ ଦୂରେଇ ରହିପାକୁ ଚାହୁଁଥିଲେ ଟ୍ରାଭେଲ୍ ପ୍ୟାକେଜ୍ ବୁକ୍ କରନ୍ତୁ। ଟ୍ରାଭେଲ୍ ପ୍ୟାକେଜ୍‌ ଦ୍ବାରା ରହିବା ସହିତ ଖାଇବା-ପିଇବା ଓ ଲୋକାଲ୍ ଟ୍ରାନ୍ସପୋର୍ଟ ଖର୍ଚ୍ଚ ମଧ୍ୟ ସାମିଲ ଥିବ। ଫଳରେ ପାଖରେ ଟଙ୍କା ନଥିଲେ ମଧ୍ୟ ଚିନ୍ତା ମୁକ୍ତ ହୋଇ ଆପଣଙ୍କ ଯାତ୍ରାକୁ ଉପଭୋଗ କରିପାରବେ। ଫଳରେ ବୁଲିବା ସମୟରେ ପଇସା ହଜିପାରେ ବା ଚୋରି ହେବାର ଭୟ ରହିବ ନାହିଁ। ଏଥିପାଇଁ ଟ୍ରିପ୍ ପୂର୍ବରୁ ପେମେଣ୍ଟ ଅନଲାଇନ୍ ବା କାର୍ଡରେ କରିଦିଅନ୍ତୁ।

ଆପଣ ଯେଉଁଭଳି ସ୍ଥାନକୁ ଯାଉଛନ୍ତି ସେଠାରେ ବୁଲିବା ପାଇଁ ଲୋକାଲ୍ କମ୍ପାନୀର କ୍ୟାବ୍ ସର୍ଭିସ୍ ବୁକ୍ କରନ୍ତୁ। ଯାତ୍ରାର ଅନ୍ତରେ ମୋବାଇଲ୍ ୱାଲେଟ୍ ବା କାର୍ଡରୁ ପେମେଣ୍ଟ କରନ୍ତୁ। ତେବେ ପାଖରେ ୫,୧୦,୨୦,୫୦,୧୦୦ ଭଳି କମ୍ ମୂଲ୍ୟର ନୋଟ୍ ନିଜ ପାଖରେ ରଖନ୍ତୁ। ଟଫି, ମେଡିସିନ୍, ପାଣି ବୋତଲ ବା ଚିପ୍ସ ଭଳି ଜିନିଷ କିଣିବା ପାଇଁ ଏହା କାମରେ ଲାଗିବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button