ହନୁମାନ ଚାଳିଶା ପଢିବାର 7ଟି ଆଶ୍ଚର୍ଯ୍ୟ ଜନକ ଫାଇଦା, ଯାହା ଜାଣି ଆପଣଙ୍କ ହୋସ ଉଡିଯିବ

ଆମେ ଜାଣିଚୁ ଦୁନିଆରେ ସବୁଠାରୁ ଶ୍ରେଷ୍ଠ ଭକ୍ତ ଓ ଭଗବାନଙ୍କ ସମ୍ପର୍କରେ ପ୍ରଭୁ ରାମ ଚନ୍ଦ୍ର ଓ ହନୁମାନଜି ଙ୍କ ନାମ ଆସିଥାଏ । ତେବେ ରାମଚନ୍ଦ୍ରଙ୍କୁ ପ୍ରସନ୍ନ କରିବାର ଏକ ମାତ୍ର ମାର୍ଗ ହେଉଛନ୍ତି ପ୍ରଭୁ ହନୁମାନ ଜି । ଭକ୍ତ ତୁଳସୀ ଦାସ ମଧ୍ୟ ହୁନମାନ ଜୀଙ୍କ କୃପାରୁ ପ୍ରଭୁ ରାମଚନ୍ଦ୍ରଙ୍କ ର ଦର୍ଶନ ପାଇଥିଲେ । ତୁଳସୀ ଦାସ ହନୁମାନ ଜୀଙ୍କୁ ପ୍ରସନ୍ନ କରିବା ପାଇଁ ହନୁମାନ ଚାଲିଶା ଲେଖିଥିଲେ । ତେବେ ଏହି ହନୁମାନ ଚାଲିଶା ର ମହତ୍ୱ ବହୁତ ।
ଏହାକୁ ଯଦି ଆପଣ ପ୍ରତିଦିନ ପାଠ କରିବେ ଆପଣଙ୍କ ର କୌଣସି ଅସୁବିଧା କଷ୍ଟ ହେବ ନାହିଁ । ତେବେ ହନୁମାନ ଚାଲିଶା ପାଠ କରିବା ଦ୍ୱାରା ଆପଣଙ୍କ ଜୀବନର ସାତ ଟି ସମସ୍ୟା ଦୂର ହୋଇଥାଏ । ଯଦି ଏହି ସାତ ଟି ସମସ୍ୟା ଆପଣଙ୍କର ଥାଏ ତେବେ ଆପଣ ପ୍ରତିଦିନ ହନୁମାନ ଚାଲିଶା ପାଠ କରିବା ଉଚିତ ।
ମଙ୍ଗଳବାର ଠାରୁ ଯଦି ପ୍ରତିଦିନ ହନୁମାନ ଚାଲିଶା ପାଠ କରିବେ ତେବେ ଏହା ଆହୁରି ଫଳପ୍ରଦକ ହୋଇଥାଏ । ପ୍ରଥମ କଥା ଯଦି ଆପଣଙ୍କ ଆର୍ଥିକ ସମସ୍ୟା ରହିଥାଏ ତେବେ ହନୁମାନ ଚାଲିଶା ପାଠ କରିବା ଦ୍ୱାରା ଏହା ଦୂର ହୋଇଥାଏ କାରଣ ହନୁମାନ ଚାଲିଶାରେ ଲେଖା ହୋଇଛି ଅଷ୍ଟସିଦ୍ଧି ନବନିଧି ତେଣୁ ଆପଣଙ୍କର ଆର୍ଥିକ ସମସ୍ୟା ଦୂର ହୋଇଥାଏ ।
ଦ୍ଵତୀୟ କଥା ଯଦି ଆପଣଙ୍କୁ କୌଣସି ନକାରାତ୍ମକ ଜିନିଷର ଭୟ ରହୁଥାଏ ତେବେ ହନୁମାନ ଚାଲିଶା ରେ ଏକ ଦୋହା ଅଛି “ଭୁତ ପିଶାଚ ନିକଟ ନହି ଆୱେ ମହାବୀର ଜବ ନାମ ସୁନାବେ” ତେଣୁ ହନୁମାନ ଚାଲିଶା ପାଠ କରିବା ଦ୍ୱାରା ଆପଣଙ୍କୁ କୌଣସି ନକାରତ୍ମକ ଜିନିଷ ଛୁଇଁ ପାରିବନି । ତୃତୀୟ କଥା ବଳ ଓ ଶକ୍ତି ପାଇଁ ।
ହନୁମାନ ଚାଲିଶା ପାଠ କରିବା ଦ୍ୱାରା ତାହା ମଧ୍ୟ ପ୍ରାପ୍ତ ହୋଇଥାଏ । ଚତୁର୍ଥ କଥା ପାଠ ଓ ବିଦ୍ୟା । “ବିଦ୍ୟାବାନ ଗୁନି ଆତି ଚାତୁର । ରାମ କାଜ କରିବେ କୋ ଆତୁର” । ତେଣୁ ହନୁମାନ ଚାଲିଶା ପାଠ କରିବା ଦ୍ୱାରା ଛାତ୍ର ଛାତ୍ରୀମାନେ ପାଠରେ ଶ୍ରେଷ୍ଠ ହୋଇଥାନ୍ତି ଭଲ ଵିଦ୍ୟା ତାଙ୍କୁ ପ୍ରଭୁ ହୁନମାନଜି ଦେଇଥାନ୍ତି । ପଞ୍ଚମ କଥା ମନ ଅସ୍ଥିର ହେବା ।
ଆପଣ ଯଦି ହନୁମାନଜି ଙ୍କୁ ସ୍ମରଣ କରି ହନୁମାନ ଚାଲିଶା ପାଠ କରିବେ ତେବେ ଆପଣଙ୍କ ମନ ସର୍ବଦା ପ୍ରସନ୍ନ ଓ ଶାନ୍ତ ରହିବ । କୌଣସି ବିପଦ ଥିଲେ ହନୁମାନ ଚାଲିଶା ପାଠ କରିବା ଦ୍ୱାରା ସବୁ ସଙ୍କଟ ଦୁରେଇ ଯାଇଥାଏ । ସଙ୍କଟ କଟେ ମିଟେ ସବ ପିରା ଜୋ ସୁମରଇ ହନୁମତ ବଲବିରା ଅର୍ଥାତ ସବୁ ସଙ୍କଟ ଓ ପୀଡା ବା କଷ୍ଟ ଦୂର ହୋଇଯାଇଥାଏ ଯଦି ଜଣେ ପ୍ରକୃତ ହୃଦୟରୁ ହନୁମାନଜିଙ୍କ ଆରଧନା କରିଥାଏ ।
ଷଷ୍ଠ କଥା ଅନେକ ଦିନ ଧରି ରୋଗ ରେ ପୀଡିତ ଥିଲେ । ହନୁମାନ ଚାଲିଶା ରେ ଉଲ୍ଲେଖ ଅଛି “ନାସୌ ରୋଗ ହରୌ ସବ ପିରା । ଜପତ ନିରନ୍ତର ହନୁମତ ବିରା” । ଅର୍ଥାତ ସବୁ ରୋଗ ପ୍ରଭୁ ହରଣ କରିନେବେ ଯଦି ଆପଣ ତାଙ୍କୁ ସ୍ମରଣ କରିବେ ଓ ହନୁମାନ ଚାଲିଶା ପାଠ କରିବେ । ସପ୍ତମ କଥା ହନୁମାନ ଚାଲିଶା ଯିଏ ପାଠ କରେ ସେ ଅନ୍ତ ପରେ ସ୍ୱର୍ଗରେ ପ୍ରଭୁଙ୍କ ଶରଣ ରେ ସ୍ଥାନ ପାଏ ତେଣୁ କୁହାଯାଇଛି “ଅନ୍ତ କାଳ ରଘୁବର ପୁର ଯାଇ । ଜାହାଁ ଜନ୍ମ ହରି ଭକ୍ତ କରଇ ।