ଦେଶ- ବିଦେଶ

ସରକାରୀ ଜମିରୁ ବେଦଖଲ ଭୟରେ ଜୀବନ୍ତ ସମାଧି

ସରକାରୀ ଜମି ଉପରେ କବଜା କରିବାକୁ ଚାହୁଁଥିଲେ। ଜମିରୁ ବେଦଖଲ କରିବାକୁ ପ୍ରଶାସନ ଯିବାରୁ ଭୂସମାଧି ନେଇଥିଲେ ଦମ୍ପତ୍ତି। ୟୁପିର ଦେୱରିଆରୁ ଆସିଛି ଏଭଳି ଅଭାବନୀୟ ଘଟଣା। ତେବେ ପ୍ରଶାସନ ଏ କଥା ଜାଣିବା ପରେ ଭୂସମାଧି ନେବାରୁ ସେମାନଙ୍କୁ ଅଟକାଇଥିଲା। ମଙ୍ଗଳବାରର ଘଟଣା। ଦିବ୍ୟାଙ୍ଗ ସ୍ୱାମୀଙ୍କ ସହ ଜୀବନ୍ତ ସମାଧି ନେବାକୁ ବାହାରିଥିଲେ ମହିଳା। ଖବର ପାଇବା ମାତ୍ରେ ରାଜସ୍ୱ ବିଭାଗ ଓ ପୁଲିସ୍ ଟିମ୍ ପହଞ୍ଚିଥିଲା। ଗାତରୁ ଉଭୟଙ୍କୁ ବାହାର କରିବାକୁ ବେଶ୍ ନାକେଦମ ହେବାକୁ ପଡ଼ିଥିଲା। ଗାଁରେ ଥିବା ସରକାରୀ ଜମିରୁ ଉଛେଦ ଆଶଙ୍କାରେ ଏଭଳି ପ୍ରୟାସ କରିଥିଲେ ଦମ୍ପତ୍ତି। ପତଲାପୁର ପଞ୍ଚାୟତର ନବୀନ ପର୍ତ୍ତିଙ୍କ ଜମିକୁ ବିନା ପଟ୍ଟାରେ ଦୀର୍ଘ ବର୍ଷ ହେଲା ଗାଁର କିଛି ଲୋକ ମାଡ଼ି ବସିଥିଲେ। ଏହି ଜମିର କିଛି ଭାଗରେ ଗାଁର ରାମନରେଶ  ଓ ତାଙ୍କ ପତ୍ନୀ ଗୁଚି ଦେବୀ ଦଖଲରେ ଥିଲେ। ଖାଲି ପଡ଼ିଥିବା ଜମିର ପଟ୍ଟା କରାଇବାକୁ କୁଆଡେ ପଞ୍ଚାୟତ ପ୍ରସ୍ତୁତ ହେଉଥିଲା। କିନ୍ତୁ ଗୁଚିଙ୍କୁ ଖବର ମିଳିଥିଲା ଯେ, ତାଙ୍କ ଦ୍ୱାରା କବଜା ହୋଇଥିବା ଜମି ଆଉ କାହା ନାଁରେ ପଟ୍ଟା କରାଇବାକୁ ମସୁଧା ହେଉଛି। ତହସିଲଦାରଙ୍କଠୁ ନେଇ ଜିଲ୍ଲାପାଳଙ୍କ ଯାଏଁ। ସମସ୍ତଙ୍କୁ ନିବେଦ ପତ୍ର ଦେଇ ତାଙ୍କୁ ଜମିରୁ ବେଦଖଲ କରାନଯାଉ ବୋଲି କହିଥିଲେ। କିନ୍ତୁ କୌଣସି ସୁଫଳ ନ ମିଳିବାରୁ ନିଜ ଜମିରେ ୩ଫୁଟର ଗାତ ଖୋଳିଥିଲେ। ଆଉ ସେ ଗାତରେ ଜୀବନ୍ତ ସମାଧି ନେବାକୁ ନିଜ ଦିବ୍ୟାଙ୍ଗ ସ୍ୱାମୀଙ୍କ ସହ ପଶିଥିଲେ। ଗାତକୁ ତାଙ୍କ ପୁଅ ପୋତିବାକୁ ବାହାରିଥିଲେ। ଏହାକୁ ନେଇ କେହି ଜଣେ ତହସିଲ ଅଫିସ ଓ ପୁଲିସକୁ ଜଣାଇଥିଲା। ଏହା ପରେ ପ୍ରଶାସନ ପର୍ତ୍ତି ଭୂମିରୁ ଦିନେଶଙ୍କ ଜବରଦଖଲ ହଟାଇବା ସହ ଗୁଚି ଓ ତାଙ୍କ ପତ୍ନୀଙ୍କୁ ଗାତରୁ ବାହାର କରିଥିଲେ। ପରେ ମାମଲା ଥଣ୍ଡା ପଡ଼ିଥିଲା।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button