ଜ୍ୟୋତିଷ

ମରିଗଲେ ବି କାହାକୁ କୁହନ୍ତୁ ନାହିଁ ଏହି 9ଟି କଥା, ନଚେତ ବହୁତ ପସ୍ତେଇବେ- Shukra Niti

ବନ୍ଧୁଗଣ ଆମ ମାନଙ୍କ ଜୀବନରେ ଗୁରୁଙ୍କ ଭୂମିକା ଅତି ଗୁରୁତ୍ବପୂର୍ଣ । ଯାହାଙ୍କ ପାଇଁ ଆମେ ଅନ୍ଧକାର ଦୁନିଆରୁ ବାହାରି ଆଲୋକ ଦେଶରେ ପାଦ ଥାପିପାରୁ । ସୂଚନା ଅନୁସାରେ ଦେବତା ମାନଙ୍କ ଗୁରୁ ବୃହସ୍ପତି ଥିବା ବେଳେ ଅସୁର ମାନଙ୍କର ଗୁରୁ ଶୁକ୍ରାଚାର୍ଜ୍ୟ ଥିଲେ । ଆଜି ଆମେ ଆପଣଙ୍କୁ ଗୁରୁ ଶୁକ୍ରାଚାର୍ଜ୍ୟଙ୍କ ବିଷୟରେ କହିବାକୁ ଯାଉଛୁ । ଗୁରୁ ଶୁକ୍ରାଚାର୍ଜ୍ୟ ଜଣେ ମହାନ ଜ୍ଞାନୀ ପଣ୍ଡିତ । ସେ ବହୁତ ବାର ନିଜ ଜ୍ଞାନ ବଳରେ ଅସୁରମାନଙ୍କୁ ସ୍ଵର୍ଗର ରାଜ୍ୟ ପାଠ ପଢାଇଛନ୍ତି । ତାଙ୍କ ମହତ୍ବପୂର୍ଣ କଥା କୁ ନେଇ ଆଜି ଯାକେ ଲୋକମାନେ ପରିଚାଳିତ ହେଉଛନ୍ତି ।

କାରଣ ତାଙ୍କ ନିୟମ ମାନି ଚାଲିଲେ ମଣିଷ ଖୁସି ରହିବା ସହିତ ନିଜ ଜୀବନରେ ଅନେକ ସଫଳତା ମଧ୍ୟ ପାଇବ । କିଛି ଏମିତି କଥା ମଧ୍ୟ ଅଛି ଯାହାକୁ ଗୁରୁ ଶୁକ୍ରାଚାର୍ଜ୍ୟ ଗୁପ୍ତ ରଖିବା ପାଇଁ କହିଛନ୍ତି । ବୟସ ;- ନିଜ ଜୀବନରେ ସବୁବେଳେ ଏହି କଥା ଟିକୁ ମନେ ରଖିବେ । କେବେ ହେଲେବି ନିଜର ସଠିକ ବୟସ ବିଷୟରେ କାହାକୁ କହିବେନି । ଏହା ଜାଣି ହୁଏତ ଆପଣଙ୍କର କୌଣସି ଶତ୍ରୁ ସୁଯୋଗ ଦେଖିକି ଆପଣଙ୍କ କ୍ଷମତା ଓ କୌଶଳ ବିଷୟ ରେ ଜାଣିକି ଆକ୍ରମଣ କରିପାରନ୍ତି ।

ଧନ ;- ବହୁତ ଲୋକ ଏମିତି ଅଛନ୍ତି, ଯେଉଁ ମାନେ ପର ଧନ ଉପରେ ଲୋଭ କରିଥାନ୍ତି । କାହାର କେତେ ପରିମାଣରେ ଧନ ଅଛି ତାହା ଜାଣିବ ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି । ଗୁରୁ ଶୁକ୍ରାଚାର୍ଜ୍ୟ ଙ୍କ କଥା ଅନୁସାରେ ଆପଣଙ୍କ ପାଖରେ ଯେତେ ଧନ, ଦୌଲତ ଥାଉ ପଛକେ କିନ୍ତୁ ଏହି କଥା ନିଜ ପରିବାର ଛଡା ଅନ୍ୟ କାହାକୁ କହିବେ ନାହିଁ ।

କାରଣ ଆପଣଙ୍କର ଯେତେ ଧନ, ସମ୍ପତି ଥାଉ, ଯଦି ଏହା ଉପରେ କାହାର ନଜର ପଡିଯାଇଥାଏ, ତେବେ ସେ ଏହାକୁ ଲୁଟିବା ପାଇଁ ଚେଷ୍ଟା କରିଥାଏ । ତେଣୁ କେବେହେଲେ ନିଜ ଧନର ପଦର୍ଶନ କରିବେ ନାହିଁ ।

ପାରିବାରିକ ଭେଦ ;- ଏହି ଠାରେ କୁହାଯାଉଛି ଯେ ବହୁତ ସମୟରେ ଦେଖାଯାଏ, କି ଆପଣ ଆପଣଙ୍କର ଦୁଖର କଥା ସବୁ ଖୋଲିକି ଅନ୍ୟ ଜଣଙ୍କ ଆଗରେ କହିଦିଅନ୍ତି, ଆପଣ ଯାହାକୁ ଏହି କଥା କହୁଥିବେ ସେ ଜଣେ ବିଶ୍ଵସ୍ତ ଲୋକ ହେଇଥିବେ କି ନାହିଁ ଏହା କଣ ଆପଣ ଜାଣିଛନ୍ତି । ସେହି ଲୋକ ହୁଏତ ଆପଣଙ୍କ କଥାର ଫାଇଦା ଉଠାଇ ଆପଣଙ୍କ ଘରର ପ୍ରତୀଷ୍ଟାକୁ ଖରାପ କରିପାରେ । ତେଣୁ ନିଜର ପାରିବାରିକ ଭେଦ କଥା ଅନ୍ୟକୁ ଜଣାଇବା ଉଚିତ ନୁହେଁ ।

ମନ୍ତ୍ର ଏବଂ କୃପା ;- ମଣିଷ ନିଜ ଜୀବନରେ ସଫଳତା ପାଇବା ପାଇଁ ବହୁତ ପରିଶ୍ରମ କରିଥାଏ । ଏହା ସହିତ ସେ ଭଗବାନଙ୍କର ପୂଜା କରି କେତେକ ମନ୍ତ୍ର ପାଠ ମଧ୍ୟ କରିଥାଏ, କିନ୍ତୁ ଏହି ବୋଲୁଥିବା ମନ୍ତ୍ରକୁ ଗୁପ୍ତ ରଖିବା ହିଁ ଭଲ ହୋଇଥାଏ, ଅନ୍ୟଥା ଏହାର କୌଣସି ଫାଇଦା ହୋଇନଥାଏ ।

ଅନ୍ତରଙ୍ଗ ସମୟ ;-ବହୁତ ଲୋକ ଅଛନ୍ତି ଯେଉଁମାନେ କି ନିଜ ଅନ୍ତରଙ୍ଗ କଥା ଏମିତି ଥଟା ମଯାରେ କହିଦିଅନ୍ତି, ଯାହାକି ଜମା ଠିକ କଥା ନୁହେଁ ।

ଔଷଧ ;- ଯଦି ଆପଣଙ୍କୁ କୌଣସି ପ୍ରକାର ରୋଗ ଅଛି, ଓ ତାକୁ ଭଲ କରିବା ପାଇଁ ଆପଣ କୌଣସି ଔଷଧ ସେବନ କରୁଛନ୍ତି । ତେବେ ଏହି ଔଷଧ ବିଷୟରେ ନିଜ ଘର ଓ ବୈଦ୍ୟ ଛଡା ଅନ୍ୟ କାହାକୁ କହିବେଣୀ ।

ଦାନ ;- ଯଦି ଆପଣ କାହାକୁ ଦାନ ଧର୍ମ କରୁଛନ୍ତି, ତେବେ ଏହାକୁ କାହାକୁ ଜଣେଇବା କୌଣସି ଆବଶ୍ୟକତା ନାହିଁ, ଅନ୍ଯଥା ଏହାର କୌଣସି ମୂଲ୍ୟ ରହିବ ନାହିଁ ।

ସମ୍ମାନ ଓ ପ୍ରଶଂସା ;- ଜଣେ ବୁଦ୍ଧିବାନ ଲୋକ କେବେ ହେଲେବି ନିଜ ପ୍ରଶଂସା ନିଜ ମୁହଁରେ କରନ୍ତି ନାହିଁ, ନିଜର ଗୁଣଗାନ ନିଜେ କରିବା ଦ୍ଵାରା ଲୋକମାନେ ଆପଣଙ୍କୁ ଖାତିର କରିବେ ନାହିଁ ।

ଅପମାନ ;- ନିଜର ପ୍ରଶଂସା ଯେପରି ନିଜେ କରିବା କଥା ନୁହେଁ, ସେହିପରି ନିଜର ଅପମାନ ଘଟଣା ମଧ୍ୟ କାହାକୁ କହିବା ଠିକ ହେବ ନାହିଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button