ଜ୍ୟୋତିଷ

ବାଛନ୍ତୁ ନିଜର ରାଶି ଓ ଜାଣନ୍ତୁ କଣ ଅଟେ ଆପଣଙ୍କ ସବୁଠାରୁ ବଡ ଦୁର୍ବଳତା- Personality Test

ବନ୍ଧୁଗଣ ଆମ ରାଶି ଆମ ବିଷୟରେ ବହୁତ କିଛି କହିଥାଏ । ଯେମିତି ଆମର ଭଲ, ଖରାପ, ଆମର ସ୍ଵଭାବ ଇତ୍ୟାଦି । ରାଶିର ଆଧାରରେ ଆମେ ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ଯଦି ଅନେକ ମହତ୍ଵ ପୂର୍ଣ୍ଣ କଥା ଜାଣିପାରି ଥାଉ । ଆଜି ଆମେ ଆପଣଙ୍କୁ ରାଶି ଅନୁଯାୟୀ କିପରି ବ୍ୟକ୍ତି ନିଜର ଦୁର୍ବଳତା ବିଷୟରେ ଜାଣି ପାରିବ ସେହି ବିଷୟରେ ଆଲୋଚନା କରିବାକୁ ଯାଉଛୁ । ମେଷ ରାଶି : ଆପଣ ବହୁତ ଜିଦି ସ୍ଵଭବର ହୋଇଥାନ୍ତି କାହା କଥା ଶୁଣନ୍ତି ନାହି । ଏହି କାରଣରୁ ସମସ୍ୟାରେ ପଡି ଯାଇଥାନ୍ତି । ଏମାନଙ୍କୁ ନିଜର ରାଜ ଖୋଲିବାର ଭୟ ରହିଥାଏ ।

ବୃଷ ରାଶି : ଏମାନଙ୍କର ସବୁଠାରୁ ବଡ ଦୁର୍ବଳ ହେଉଛି କ୍ରୋଧ । ଯାହା କାରଣରୁ ଏମାନେ ବହୁତ କିଛି ହରାଇଥାନ୍ତି । ଏହା ସହ ବହୁତ ଜିଦି ସ୍ଵଭାବର ହୋଇଥାନ୍ତି । କାହା ସହ କଳହ କରିଲେ ତାକୁ ଦଣ୍ଡ ଦେଇଥାନ୍ତି ।

ମିଥୁନ ରାଶି : ଏହି ରାଶିର ଲୋକ ଭରସା ଯୋଗ୍ୟ ନୂଆନ୍ତି । ଏମାନେ କାମକୁ ଅଧାରୁ ଛାଡି ଦିଅନ୍ତୁ । ପ୍ରେମ ମାମଲାରେ ସଫଳ ହୋଇଥାନ୍ତି । ଅନେକ ଲୋକଙ୍କ ସହ ସମ୍ପର୍କ ରଖିଥାନ୍ତି ।

କର୍କଟ ରାଶି : ଏମାନେ ବହୁତ କଠୋର ହୋଇଥାନ୍ତି । ସମୟ ଅନୁଯାୟୀ ଏମାନଙ୍କର ମନ ବଦଳିଥାଏ । ଏମାନଙ୍କର ଅସମ୍ଭବ ଇଚ୍ଛା ହୋଇଥାଏ ଯାହା ପୂରଣ ନ ହେଲେ ନିରାଶ ହୋଇଥାନ୍ତି ।

ସିଂହ ରାଶି : ଲାଳସା ଏମାନଙ୍କର ସବୁଠାରୁ ଦୁର୍ବଳ ହୋଇଥାଏ । ଏମାନେ ଆଜି ଅପେକ୍ଷା ଆଗାମୀ ଦିନର ଚିନ୍ତା ଅଧିକ କରିଥାନ୍ତି ଯାହା ପାଇଁ ବର୍ତ୍ତମାନ ବିଗାଡି ଦେଇଥାନ୍ତି । ଏମାନେ ସହଜରେ କାହା ଉପରେ ଭରସା କରିଥାନ୍ତି ।

କନ୍ୟା ରାଶି : ଏହି ରାଶିର ଲୋକେ ସ୍ଵାର୍ଥୀ ହେବ ସହ ଅନ୍ୟ ବିଷୟରେ ଆଲୋଚନା କରିବାକୁ ପସନ୍ଦ କରନ୍ତି । ତରବର ହୋଇ ଏମାନେ ଭାରି କ୍ଷତି କରିଥାନ୍ତି ।

ତୁଳା ରାଶି : ଏହି ରାଶିର ଲୋକ ବହୁତ ଭାବୁକ ହୋଇଥାନ୍ତି ଯାହା ପାଇଁ ଅନେକ ସମୟରେ ଭାରି ପଡିଥାଏ । ଅନ୍ୟ ସହ ତୁଳନା କରିବାରୁ ନିଜର ଆତ୍ମବିଶ୍ଵାସ ହରାଇଥାନ୍ତି ।

ବିଛା ରାଶି : ଏହି ରାଶିର ଲୋକଙ୍କୁ ଯେଉଁ କଥା ଖରାପ ଲାଗିଥାଏ ତାହା ଭୁଲନ୍ତି । ଯିଏ ଏମାନଙ୍କର ଅପମାନ କରିଥାଏ ତା ଠାରୁ ପ୍ରତିଶୋଧ ନେଇଥାନ୍ତି ।

ଧନୁ ରାଶି : ଏହି ରାଶିର ଲୋକ ଭୁଲ ଜିନିଷ ପ୍ରତି ଆକର୍ଷିତ ହୋଇଥାନ୍ତି । ଯାହା ଠାରେ ଚିନ୍ତା କରନ୍ତି ତାହା ହିଁ କରନ୍ତି । ଏକା ରହିବାକୁ ପସନ୍ଦ କରିଥାନ୍ତି ।

ମକର ରାଶି : ଏହି ରାଶିର ଲୋକ ସନ୍ଦେହରେ ଘେରି ରହିଥାନ୍ତି । ଏମାନଙ୍କୁ ନିଜର ପ୍ରଶଂସା ଶୁଣିବା ପସନ୍ଦ କରିଥାନ୍ତି । କାହା ଉପରେ ଭରସା କରି ପରେ ଅନୁତାପ କରିଥାନ୍ତି ।

କୁମ୍ଭ ରାଶି : ଏମାନେ ଗୋଟେ ଜାଗାରେ ତିଷ୍ଠାନ୍ତି ନାହି କି କୌଣସି ଗୋଟେ ବ୍ୟକ୍ତି ଉପରେ ଭରସା କରନ୍ତି । ଅନ୍ୟ ଠାରୁ କାମ ହାସଲ କରିବାରେ ମାହିର ହୋଇଥାନ୍ତି ।

ମୀନ ରାଶି : ଏମାନେ ସମସ୍ୟାରୁ ଦୂରେଇ ରହିଥାନ୍ତି । ଜରୁରତ ପଡିଲେ ମିଛର ସାହାରା ନେଇଥାନ୍ତି । କ୍ରୋଧ କାରଣରୁ ସୀମା ପାରା କରିଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button