ଜ୍ୟୋତିଷ

କେଉଁ ହାତ କୁଣ୍ଡେଇ ହେଲେ କଣ ସଂକେତ ମିଳେ ? Ajira Anuchinta

ଦୁନିଆରେ ସବୁ ଲୋକ ଙ୍କ କଥା ଓ ଭାବନା ସମାନ ହୋଇ ନଥାଏ, ହାତ କୁଣ୍ଡେଇ ହବାକୁ ନେଇ ସମସ୍ତଙ୍କ ଚିନ୍ତାଧାରା ଅଲଗା ଥାଏ । କୁହନ୍ତି ବାମ ହାତ କୁଣ୍ଡେଇ ହେଲେ ପଇସା ମିଳେ ଓ ଡାହାଣ ହାତ କୁଣ୍ଡେଇ ହେଲେ ପଇସା ଖର୍ଚ ହୁଏ, ଆପଣ ବି ଭାବୁଥିବେ ହାତ କୁଣ୍ଡେଇ ହବାର ଅନେକ କାରଣ , ଆଜି ସେସବୁ ଭାବନା ସତ କି ନାହିଁ ଜାଣି ରଖନ୍ତୁ । ତେବେ ଆସନ୍ତୁ ଜାଣିବା ପ୍ରକୃତରେ କଣ ମିଳିଥାଏ ହାତ କୁଣ୍ଡାଇ ହେଲେ, ହାତର କୁଣ୍ଡେଇ ହବା ବିଷୟରେ ସକୁନ୍ ଶାସ୍ତ୍ରରେ ବିସ୍ତାର ରୂପେ କୁହା ଯାଇଛି ।

ଯେଉଁ ଥିରୁ ଆମେ ଜାଣିପରିବା କି କେଉଁ ହାତ କୁଣ୍ଡେଇ ହେଲେ ଶୁଭ ଓ କେଉଁ ହାତରେ କୁଣ୍ଡେଇ ହେଲେ ଅଶୁଭ । ଶରୀରର ଡାହାଣ ଅଙ୍ଗ ଏବଂ ସିଧା ହାତ କୁଣ୍ଡେଇ ହେଲେ ଜାଣିଯିବେ ଅଚାନକ ପଇସା ମିଳିବାକୁ ଯାଉଛି । ଯଦି କେଉଁ ବ୍ୟକ୍ତିଙ୍କ ଡାହାଣ ଅଙ୍ଗ ଓ ସିଧା ଡାହାଣ ହାତ ସବୁବେଳେ କୁଣ୍ଡେଇ ହୁଏ ତେବେ ଜାଣି ଯାଆନ୍ତୁ, ଭବିଷ୍ୟତ ରେ ଧନ ହାନି ହେବାକୁ ଯାଉଛି, ସେଥିପାଇଁ ଯଦି ଡାହାଣ ହାତ ସବୁବେଳେ କୁଣ୍ଡେଇ ହୋଉଥାଏ ତେବେ ଏହାକୁ ହେଳା କରନ୍ତୁ ନାହିଁ ।

ଡାହାଣ ହାତ କୁଣ୍ଡେଇ ହେଲେ ଧନ ପ୍ରାପ୍ତି ବି ହୋଇଥାଏ, ରହିଲା ବାମ ହାତର କଥା ଯଦି ବାମ ହାତ କୁଣ୍ଡେଇ ହୁଏ ତେବେ ଭବିଷ୍ୟତ ରେ ଧନ ପ୍ରାପ୍ତି ହେବାକୁ ଯାଉଛି,କିଛି ନା କିଛି ଉପାୟରେ ଆପଣଙ୍କ ପାଖରେ ପହଞ୍ଚି ଯିବା,ଘରେ ବସିଲେ ମଧ୍ୟ ପାଦ ତଳେ ଆସି ପହଞ୍ଚିବ । ଏବଂ ସାମୁଦ୍ରିକ ଶାସ୍ତ୍ର ରେ ଲେଖା ଅଛି କି ବାମ ହାତ କୁଣ୍ଡେଇ ହେଲେ ଧନ ହାନି ହୁଏ ।

ତେଣୁ ବାମ ହାତ କୁଣ୍ଡେଇ ହେଲେ ସବୁ କାମ କୁ ଭାବି ଚିନ୍ତି କରନ୍ତୁ,କୌଣସି କାମକୁ ବ୍ୟସ୍ତ ହୋଇ କରନ୍ତୁ ନାହି, ଧର୍ଯ୍ୟ ର ସହ କରନ୍ତୁ । ଏହାର ମତଲବ ଆପଣଙ୍କର ବହୁତ ଖର୍ଚ ହବାକୁ ଯାଉଛି । ଜାଣନ୍ତୁ ଶରୀର ର ବାକି ଅଙ୍ଗ ସବୁ କୁଣ୍ଡେଇ ହେଲେ କଣ ହୁଏ, ଯଦି ଆପଣଙ୍କର ଉପର କାନ କୁଣ୍ଡେଇ ହେଉଛି ତେବେ ଜାଣନ୍ତୁ କି କିଏ ଜାଣେ ଆପଣଙ୍କ ବିଷୟରେ ଭଲ କଥା ଆଲୋଚନା କରୁଛନ୍ତି ।

ଯଦି ଆପଣଙ୍କ ବାମ କାନ କୁଣ୍ଡେଇ ହୁଏ ତେବେ ଜାଣିନିଅନ୍ତୁ କି ଆପଣଙ୍କ ଖରାପ ଆଲୋଚନା କେଉଁଠି ଚାଲିଛି,ଆପଣଙ୍କ ନିଜ ଲୋକ ହିଁ ଆପଣଙ୍କ ଖରାପ ଚାହୁଛନ୍ତି । ଏହିଭଳି ଯଦି ଅଚାନକ୍ ଡାହାଣ କାନ କୁଣ୍ଡେଇ ହବା ଆରମ୍ଭ ହୁଏ ତେବେ ଜାଣି ନିଅନ୍ତୁ ଆପଣଙ୍କୁ ବହୁତ ପଇସା ମିଳିବାକୁ ଯାଉଛି ।

ଯଦି ଆପଣଙ୍କ ପାଦ କୁଣ୍ଡେଇ ହୁଏ ତେବେ ବାହାରକୁ ଯାତାୟାତ ର ସଙ୍କେତ ଦିଏ, ଯିବା ସୁନିଶ୍ଚିନ୍ତ ତ ବାହାରକୁ ଯିବା ପାଇଁ ଖୁସି ହେଇ ଯାଅନ୍ତୁ । ସେଇଭଳି ଯଦି ପେଟ କୁଣ୍ଡେଇ ହୁଏ ତେବେ ଜାଣି ରଖନ୍ତୁ ଆପଣଙ୍କ ସମ୍ପର୍କ ଭାଙ୍ଗିବାକୁ ଯାଉଛି, ଆପଣ ଆପଣଙ୍କ ସାଥି ଠାରୁ ଧୋକା ପଇବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button