କେଉଁଠି ଜନ୍ମ ନେଇଛନ୍ତି “କଳ୍କୀ” ଯାଜପୁର ନା ଛତିଆ ? Malika Bachana

ନମସ୍କାର ବନ୍ଧୁଗଣ, ମହାପପୁରୁଷ ମାନେ କାହିଁ କେତେ ବର୍ଷ ଆଗରୁ ଉଲ୍ଲେଖ କରିଯାଇଛନ୍ତି ମାଳିକାରେ ଏହି ସମସ୍ତ ବିଷୟରେ । କିଛି ଘଟଣା ଘଟିବାକୁ ଯାଉଛି ତ ଆଉ କିଛି ଘଟଣା ଘଟୁଅଛି । ମହାପ୍ରଭୁ ଜଗନ୍ନାଥ କିଭଳି ଧରା ଅବତରଣ କରିବେ, ଏଥିରେ ରହିଥିବା ମହାପ୍ରଭୁ ଜଗନ୍ନାଥ ଙ୍କ କଳକୀ ଅବତାର ବିଷୟରେ ଆଜି ଆମେ ଜାଣିବା କିଭଳି ଭଗବାନ କଳକୀ ଅବତାର ଗ୍ରହଣ କରିବେ ତବେ ଆସନ୍ତୁ ଜାଣିବା ଆଜି ଏହା ବିଷୟରେ ।
ଲୋକମାନଙ୍କର କହିବା କଥା କି ଭଗବାନ ଜନ୍ମ ଗ୍ରହଣ କରିସାରିଲେଣି, କିଏ କହୁଛି ହିମାଳୟରେ ଜନ୍ମ ନେଲେଣି ତ କିଏ କହୁଛି ଛତିଆରେ ତ କିଏ କହୁଛନ୍ତି ସମ୍ବଳ ଗ୍ରାମରେ । କିନ୍ତୁ ମଳିକାରେ ଲେଖା ରହିଛି କି ଭଗବାନ ସମ୍ବଳ ଗ୍ରାମରେ ହିଁ ଜନ୍ମ ନେବେ । କିନ୍ତୁ ଏହା ଆମ ଚିନ୍ତାର ବିଷୟ କାହିଁକି ନା ସମ୍ବଳ ନାମରେ ଆମ ଭାରତରେ ୨୨ ଟି ଗ୍ରାମ ରହିଛି ତେବେ ଭଗବାନ କେଉଁଠି ଜନ୍ମ ନେବେ ।
ମହାପୁରୁଷ ମାନେ କହୁଛନ୍ତି ଯେଉଭଳି ଗୋଟେ ମାଳୀ ୧୦୮ ଟି ମାଳୀ କୁ ନେଇ ଗଢା ସେହିଭଳି ସେହି ଗ୍ରାମ ମଧ୍ୟ ୧୦୮ କୁ ନେଇ ଗଢା ତାକୁ ଜାଣିବା ଏତେ ସହଜ ନୁହେଁ । ତା ନାମ ଗଲଗଲି ଘାଟ, ତା ନାମ ବ୍ୟାଘ୍ର ଗୁମ୍ଫା, ତା ନାମ ହେଉଛି କଳା ପାହାଡ, ତା ନା ହେଉଛି କନକ ପାଟଣା ଏମିତି ୧୦୦ ଟି ନାମ ରହିଛି ସେହି ସମ୍ବଳ ଗ୍ରାମ ଟିକୁ ଚିହ୍ନଟ କରିବା ପାଇଁ । ଭଗବାନ ଙ୍କ ଲୀଳା ଜାଣିବା କଣ ଏତେ ସହଜ ହେବ ଆମ ପାଇଁ !
ଜଗନ୍ନାଥ ଦାସ କହିଛନ୍ତି ଯେଉଁ ବଟ କୁ ଆଠଟି ଗିରି ଘେରି ରହିଥିବ ସେହି ସଙ୍କେତ ରୁ ଜାଣିବା । ଯଦି ଏଇ ସଙ୍କେତ ରୁ ମଧ୍ୟ ଜଣା ପଡିବ ନାହିଁ ତେବେ ଶେଷରେ ସମସ୍ତ ଭକ୍ତଙ୍କ ମେଳରେ ସହ ସହ ହରି ନାମରେ, ନାମ ସଙ୍କୀର୍ତ୍ତନ ମେଳରେ ଜଣାପଡିବ ପ୍ରଭୁ ମହାପ୍ରଭୁ ଙ୍କ ଆଠ ଗିରି ଘେରି ରହିଥିବା ସ୍ଥାନ, ସେହି ସମୟରେ ପାପ ନଷ୍ଟ ହେବ । ଏବଂ କଳି ସରି ସତ୍ୟ ଆସିବ । ସେ ହେଉଛନ୍ତି ମହାପପ୍ରଭୁ ଜଗନ୍ନାଥ ତାଙ୍କ ଲୀଳା ଅପାର ତାଙ୍କୁ ଖୋଜି ପାଇବା କେବେ ସହଜ ହେବ ନାହି ଭକ୍ତଗଣ ।
ତାଙ୍କୁ ପାଇବା ପାଇଁ ହେଲେ ଧରା କୁ ପବିତ୍ର ହେବାକୁ ପଡିବ, ମିଥ୍ୟା କୁ ତ୍ୟାଗ କରି ସତ୍ୟ କୁ ଗ୍ରହଣ କରିବାକୁ ପଡିବ । ତେବେ ଯାଇ ସ୍ଵୟମ ଭଗବାନ ବିଜେ କରିବେ ଧରା ପୃଷ୍ଠରେ । ଭକ୍ତମାନଙ୍କ ମେଳରେ ତାଙ୍କ ଆବାହନ ରେ ବହୁତ କଷ୍ଟ ପରେ ଭଗବାନ ଏ ପୃଥିବୀ କୁ ପାପ ମୁକ୍ତ କରି ଗୋଟିଏ ଯୁଗ ଶେଷ କରି ଅନ୍ୟ ଏକ ଯୁଗରେ ପାଦ ଥାପିବେ । ଏହି ଯୁଗରେ ରହିବେ କିଛି ପବିତ୍ର ଆତ୍ମା ବା କିଛି ପାପ ମୁକ୍ତ ମଣିଷ ।