ସନ୍ତାନ ପ୍ରାପ୍ତି କେବେ ଓ କେତୋଟି ହେବେ ଜାଣିବାର ସହଜ ଉପାୟ- Hastarekha Shastra

ନମସ୍କାର ବନ୍ଧୁଗଣ, ସମସ୍ତେ ନିଜ ଭବିଷ୍ୟ ଜାଣିବା ପାଇଁ ଇଚ୍ଛା ପ୍ରକାଶ କରନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ କିଭଳି ହାତର ରେଖାରୁ ଆପଣ ଜାଣିପାରିବେ କେବେ ଓ କେତୋଟି ସନ୍ତାନ ପ୍ରାପ୍ତି ହେବ । ଯାହା ଫଳରେ ଆପଣଙ୍କ ମନରେ ଯେଉଁ ଡର ଲାଗି ରହିଥାଏ ଭବିଷ୍ୟତକୁ ନେଇ ତାହା ଦୂର ହେବ । ଏହା ସବୁଠାରୁ ଏକ ସହଜ ଉପାୟ ଯାହାଦ୍ଵାରା ଆପଣମାନେ ଜାଣିପାରିବେ । ତତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
କାଣି ଆଙ୍ଗୁଠି ତଳେ ଭୁତ ପର୍ବତ ରହିଛି ଏବଂ କାଣି ଆଙ୍ଗୁଠିରୁ କିଛି ସିଧା ରେଖା ଭୁତ ପର୍ବତକୁ ଛୁଇଥାଏ । ସେଥି ମଧ୍ୟରୁ ଯେତୋଟି ବଡ ରେଖା ରହିଥିବ ଆପଣଙ୍କର ସେତୋଟି ସନ୍ତାନ ପ୍ରାପ୍ତିର ଯୋଗ ରହିଛି । ଯଦି ଗୋଟିଏ ବଡ ରେଖା ଠାରୁ ଅନ୍ୟ ବଡ ରେଖାଟି ଦୂରରେ ଥାଏ ତେବେ ଜାଣି ରଖନ୍ତୁ ପ୍ରଥମ ସନ୍ତାନ ପ୍ରାପ୍ତି ପରେ ଦିତୀୟ ସନ୍ତାନ ଟିକେ ଡେରିରେ ହେବ ।
ଏବଂ ଆପଣଙ୍କ ଦୁଇ ପିଲାଙ୍କର ବୟସରେ ଠିକ ତାଳମେଳ ରହିବ । ଯଦି ଦୁଇଟି ରେଖା ସମାନ ଲମ୍ବରେ ପାଖ ପାଖି ଭୁତ ପର୍ବତକୁ ଛୁଇଁଛନ୍ତି ତେବେ ଆପଣଙ୍କ କୋଳକୁ ଜାଁଆଳା ସନ୍ତାନ ଆସିବାକୁ ଯାଉଛନ୍ତି । ଯଦି ଗୋଟିଏ ରେଖା ସିଧା ଭୁତ ପର୍ବତକୁ ପାରି ହୋଇ ଦୁଇଟି ରେଖାରେ ବିଭକ୍ତ ହୋଇଛି ତେବେ ଆପଣଙ୍କର ଜାଁଆଳା ସନ୍ତାନ ହେବା ସୁନିଶ୍ଚିନ୍ତ ବୋଲି ଜାଣି ନିଅନ୍ତୁ ।
ଯଦି ସିଧା ରେଖା ଗୁଡିକୁ ଅନ୍ୟ କୌଣସି ରେଖା କାଟୁଥାଏ ତେବେ ଜାଣିନିଅନ୍ତୁ ପିଲା ଜନ୍ମ ହେବା ପରେ କିଛି ସ୍ଵାସ୍ତ ସମସ୍ୟା ରହିପାରେ । ହୁଏତ ଏହି ଅସୁସ୍ଥତା ଆଜିବନ କାଳ ପାଇଁ ରହିପାରେ ବା କିଛି ସମୟ ପରେ ଦୂର ମଧ୍ୟ ହୋଇପାରେ । ଯଦି ଭୁତ ପର୍ବତକୁ କେବଳ ଗୋଟିଏ ରେଖା ଛୁଇଥାଏ ତେବେ ଗୋଟିଏ ସନ୍ତାନ ପ୍ରାପ୍ତି ହେବ ଓ ବହୁତ ଜଲ୍ଦି ହେବ ।
ମଣିବନ୍ଧ ରେଖାରେ ଯଦି 3ଟି ସିଧା ରେଖା ରହିଛି ତେବେ ଆପଣଙ୍କର ଆପଣଙ୍କ ସନ୍ତାନ ସହ ଆପଣଙ୍କର ଭଲ ସମ୍ପର୍କ ସ୍ଥାପନ ହେବ । ଆପଣଙ୍କ ସନ୍ତାନ ଆପଣଙ୍କର ସମସ୍ତ କଥାକୁ ମଣି ନିଜ ଜୀବନରେ ଆଗକୁ ବଢିବେ । ଆପଣଙ୍କୁ ସମ୍ମାନ ଓ ଭଲ ପାଇବା ଦେବେ । ତାଙ୍କ କଷ୍ଟ, ନିଷ୍ଟା ଓ ଆପଣଙ୍କ ଆଶ୍ରିବାଦ ଫଳରେ ସମସ୍ତ କାର୍ଯ୍ୟରେ କୃତି ଲାଭ କରିବେ । ଏବଂ ଆପଣଙ୍କ ନାମକୁ ଉଚ୍ଛାରେ ରଖିବେ ।
ସନ୍ତାନର ଭଲ ପାଇବା ଆପଣଙ୍କ ପାଇଁ ଜୀବନସାରା ଭଲ ରହିବ । ସବୁବେଳେ ଆପଣଙ୍କୁ ଶ୍ରେୟ ଦେବେ ତାଙ୍କର ସମସ୍ତ ସଫଳତାରେ । ଆପଣଙ୍କ ମା ହେବାର ଯଥାର୍ଥତା ରଖିବେ ଆପଣଙ୍କ ସନ୍ତାନ ।