ଜ୍ୟୋତିଷ

ନବରାତ୍ରିରେ ମିଳିଲେ ଏହି 5ଟି ସଙ୍କେତ ଜାଣନ୍ତୁ ଆପଣଙ୍କ ଖରାପ ସମୟର ହେଲା ଅନ୍ତ, ମା’ ଦୂର୍ଗା ଆପଣଙ୍କ ଉପରେ ଅଛନ୍ତି ପ୍ରସନ୍ନ… ଆପଣଙ୍କୁ ମିଳୁଛି କି ଏହି ସଂକେତ

ନମସ୍କାର ବନ୍ଧୁଗଣ, ସବୁବେଳେ ଆମ ସହ କିଛି ଖରାପ ବା ଭଲ ଘଟିବା ପୂର୍ବରୁ ଆମକୁ ଏହାର ସଙ୍କେତ ମିଳିଥାଏ । କିନ୍ତୁ ଆମେ ସେଥି ପ୍ରତି ଧ୍ୟାନ ଦେଇ ନଥାଉ ବା ଜାଣିପାରୁନାହିଁ । କିନ୍ତୁ ଆଜି ଆମେ ଆପଣଙ୍କୁ ଜଣାଇବୁ ନବରାତ୍ରି ସମୟରେ କେଉଁ ସବୁ ସଂକେତରୁ ଆପଣ ଜାଣିପାରିବେ କି ଆଗାମୀ ସମୟ ଆପଣଙ୍କ ପାଇଁ ଭଲ ଫଳ ଆଣିଦେବ ବା ଖରାପ । ତେବେ ଆସନ୍ତୁ ଜାଣିବା ସେହିସବୁ ବିଷୟରେ ସମ୍ପୂର୍ଣ ଭାବରେ ।

ପ୍ରଥମ ସଙ୍କେତ: ନବରାତ୍ରି ପୂଜା ସମୟରେ ଯଦି ଆପଣଙ୍କୁ ଏହା ଅନୁଭବ ହୋଇଥାଏ କି ମାଙ୍କ ମୂର୍ତ୍ତି ଆପଣଙ୍କୁ ଦେଖି ହସୁଛନ୍ତି ବା ଅଚାନକ ଲାଗେ ମା ଦୂର୍ଗା ଆପଣଙ୍କୁ ଦେଖୁଛନ୍ତି ତେବେ ଏହା ଏକ ଶୁଭ ସଙ୍କେତ ଅଟେ । ଦିତୀୟ ସଙ୍କେତ: ଯଦି ନବରାତ୍ରି ସମୟରେ ଆପଣଙ୍କ ଘର ଦ୍ଵାରାରେ କୌଣସି କନ୍ୟା ଲାଲ ବସ୍ତ୍ର ଧାରଣ କରି ଠିଆ ହୋଇଥାଏ ଏବଂ ଆପଣ ତାଙ୍କୁ ଦେଖି ବହୁତ ଖୁସି ହୁଅନ୍ତି ତେବେ ଏହା ଏକ ଶୁଭ ସଙ୍କେତ ଅଟେ ।

ଆପଣଙ୍କୁ ସେହି କନ୍ୟାକୁ କୌଣସି ଉପହାର ଦେବା ଦରକାର । ଏହାଦ୍ବାର ସାକ୍ଷାତ ମା ଦୁର୍ଗା ହିଁ ସେହି କନ୍ୟା ରୂପରେ ଆପଣଙ୍କୁ ସଙ୍କେତ ଦିଅନ୍ତି । ଯଦି ସ୍ଵପ୍ନରେ ଆପଣ ଦେଖନ୍ତି କୌଣସି କନ୍ୟା ଆପଣଙ୍କୁ ଦେଖି ହସୁଛି ତେବେ ମା ଦୂର୍ଗା ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି ବୋଲି ଜାଣନ୍ତୁ ।

ତୃତୀୟ ସଙ୍କେତ: ଯଦି ଆପଣ ସ୍ଵପ୍ନରେ ମାଙ୍କ ପଦ ଚିହ୍ନ ଦେଖି ତାହାର ପିଛା କରୁଛନ୍ତି କିନ୍ତୁ ମା ଦୂର୍ଗାଙ୍କୁ ପାଉନାହାନ୍ତି ତେବେ ଏହା ଏକ ଶୁଭ ସଙ୍କେତ ଅଟେ । ଏହାଫଳରେ ଘରେ ଯଦି କିଏ ରୋଗଗ୍ରସ୍ତ ଥିବେ ତେବେ ସିଏ ସମ୍ପୂର୍ଣ ଭଲ ହୋଇଯିବେ । ଚତୁର୍ଥ ସଙ୍କେତ: ମା ଦୂର୍ଗାଙ୍କ ଆଳତି କରୁଥିବା ସମୟରେ ଯଦି ଅଚାନକ ଆପଣଙ୍କ ଆଖିରେ ଲୁହ ଆସିଯାଏ ତେବେ ଏହା ମାଙ୍କ ସଙ୍କେତ ହି ହୋଇଥାଏ ।

ଏବଂ ଆପଣଙ୍କର ସମସ୍ତ ଇଚ୍ଛା ଏବେ ପୂର୍ଣ ହେବ । ପଞ୍ଚମ ସଙ୍କେତ: ଜସଡି ନବରାତ୍ରି ସମୟରେ ମା ଦୂର୍ଗାଙ୍କ ପ୍ରିୟ ବସ୍ତୁ ବାରମ୍ବାର ଆପଣଙ୍କ ଆସେ ତେବେ ଏହାକୁ ଶୁଭ ସଙ୍କେତ ବୋଲି ଭାବନ୍ତୁ । ଯଦି ଆପଣ ମାନଙ୍କୁ ମଧ୍ୟ ନବରାତ୍ରି ସମୟରେ ଏହିସବୁ ସଙ୍କେତ ମିଳେ ତେବେ ଜାଣିରଖିବେ କି ମାତା ଦୂର୍ଗା ଆପଣଙ୍କ ଉପରେ ବହୁତ ପ୍ରସନ୍ନ ଅଛନ୍ତି ।

ଯାହା ଫଳରେ ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବ । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button