ଜ୍ୟୋତିଷ

ସବାରି ଓ କୋକେଇର ସମାନତା ଜାଣି ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ- Mythology Facts

ନମସ୍କାର ବନ୍ଧୁଗଣ, ଆମେ ରାସ୍ତାରେ ଯାଉଥିବା ସମୟରେ ଅନେକ ଥର କୋକେଇରେ ଶବ ଯାଉଥିବାର ଦେଖୁ ବା ସବାରୀରେ ଝିଅ ବିଦା ହେବା ଦେଖିଥାଉ । କୋକେଇକୁ ଦେଖିଲେ ଆମେ ମନରେ ଘୃଣା ଭାବ ନେଇ ଆସୁ ଏବଂ ଏହାକୁ ଅଶୁଭ ବୋଲି ଭାବି ନେଉ । ଏହା ବିଷୟରେ ଅନେକ ଜଣଙ୍କୁ ଜଣା ନଥିବ ଏହି ଦୁଇଟି ମଧ୍ୟରେ ଥିବା ସମାନତା ବିଷୟରେ ତେବେ ଆସନ୍ତୁ ଆଜି ଜାଣିବା ଏହି ସବୁର ପ୍ରକୃତ ଅର୍ଥ କଣ ରହିଛି ।

ଗୋଟିଏ ଗ୍ରାମରେ ଜଣଙ୍କ ଘରୁ ଝିଅ ବାହା ହୋଇ ତାର ସବାରି ଉଠିଲା । ଏବଂ ବାଟରେ ସବାରି ଯାଉଥିବା ବେଳେ ସେହି ଗ୍ରାମର ଜଣେ ବିବାହିତା ନାରୀର କୋକେଇ ଉଠୁଥିଲା । ଏହା ଦେଖି ସବାରି ରାଗି ଯାଇ କୋକେଇକୁ କହିଲା ଆଉ କିଛି ସମୟ ତୁ ରହିପାରିଲୁଣି । ମୋ ସବାରିକୁ ଅପବିତ୍ର କରିଦେଲୁ । ଏହା ଶୁଣି କୋକେଇ କହିଲା କେଉଁ କଥାର ଏତେ ଗର୍ବ କରୁଛୁ ତୁ । ତୋ ମୋ ଭିତରେ କିଛି ଅନ୍ତରା ନାହିଁ ।

ଆମେ ଦୂହେଁ ସମାନ । ଗର୍ବୀ ସ୍ବଭାବରେ ସବାରି କହିଲା ତୁ କେମତି ନିଜକୁ ମୋ ସହ ତୁଳନା କରିପାରୁଛୁ । ମୁଁ ତ ଯେଉଠାକୁ ଯାଏ ଖୁସି ନେଇ ଯାଏ । ଆଉ ତୁ ତ ନିଜ ସହ ସବୁବେଳେ ଦୁଖକୁ ନେଇ ଯାଉ । ତେଣୁ ତୁ ଆଉ ମୁ ସମାନ କେମତି ହେଲେ ।ଏହା ଶୁଣି କୋକେଇ କହିଲା ଯେଉଁ ଘରୁ ତୁ ବାହାରିଛୁ ସେହି ଘରେ ମଧ୍ୟ ଶୋକର ଛାୟା ଏବଂ ଯେଉଁ ଘରୁ ମୁ ବାହାରିଛି ସେହି ଘରେ ମଧ୍ୟ ଦୁଖର ଛାୟା ତାହାଲେ ଏବେ କହ ଆମେ କେମିତି ଅଲଗା ହେଲେ ।

ପୁଣି କୋକେଇ କହିଲା ତୁ ବି କାଠରେ ତିଆରି ହେଇଛୁ ମୁ ବି କାଠରେ ତିଆରି ହେଇଛି ତେଣୁ ତୋ ଭିତରେ ମୋ ଭିତରେ କଣ ଅନ୍ତର । ସବାରି କହିଲା ଫରକ ହେଉଛି ତୁ ପ୍ରିୟା ଘରୁ ବାହାରି ଯାଉଛୁ ଆଉ ମୁଁ ପ୍ରିୟା ଘରକୁ ଯାଉଛି । ଏହା ପରେ କୋକେଇ କହିଲା ମୁଁ ଏବେ ଯେଉଁ ରାସ୍ତାରେ ଯାଉଛି ତୁ ମଧ୍ୟ ସେହି ରାସ୍ତାରେ ଯିବୁ । ସବାରିରେ ଯିବା ପାଇଁ ଚାରି କାନ୍ଧ ତେତେ ବି ଦରକାର ଆଉ ଶ୍ମଶାନ ଯିବା ପାଇଁ ଚାରି କାନ୍ଧ ମତେ ବି ଦରକାର ।

ତେଣୁ କହ ଆମେ ଦୁହେଁ ଅଲଗା କେମିତି ହେଲେ । ଏବଂ କୋକେଇ ଆଗକୁ କୁହେ କି ତୁ ବି ଗୋଟେ ବିବାହିତା ଆଉ ମୁ ବି ଗୋଟେ ବିବାହିତା । ନାଲି ଶାଢୀ ଚୁଡି ତୁ ବି ପିନ୍ଧିଛୁ ଆଉ ମୁ ବି ପିନ୍ଧିଛି । ଆଉ ଫୁଲରେ ତତେ ବି ସଜା ଯାଇଛି ଆଉ ମତେ ବି ସଜା ଯାଇଛି ତେବେ କହ ତୋ ମୋ ଭିତରେ ଅନ୍ତର କେମତି ହେଲା । ଏବଂ କୋକେଇ ଶେଷରେ କହିଲା ତୋ ମୋ ଭିତରେ ଫରକ କେବଳ ଏତିକି କି ତୁ ବିଦା ହେଇ ପ୍ରିୟା ଘରକୁ ଯାଉଛୁ ଆଉ ମୁ ପ୍ରିୟା ଫରକ ବିଦା ହୋଇ ମଶାଣି ଯାଉଛି ।

ଏହିସବୁ ଶୁଣି ସବାରି ନିଜ ଭୁଲ ବୁଝି ପାରିଲା । ଏବଂ ସବାରି କହିଲା ଭଉଣୀ ଏବେ ମୁ ବୁଝିଗଲି କି ଆମେ ଦୁଇ ଜଣ ସମାନ । ଆମ ଦୁହିଁଙ୍କ ମଧ୍ୟରେ କୌଣସି ଅନ୍ତର ନାହିଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button