ଜ୍ୟୋତିଷ

ବିଳମ୍ବରେ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି କି ? ତାହେଲେ ହୋଇଯାଆନ୍ତୁ ସାବଧାନ ଆପଣଙ୍କ ଜୀବନରେ ଆସିପାରେ ଏହିସବୁ ସମସ୍ୟା

ଜୀବନରେ ଅନେକ ପ୍ରକାର ଅବସ୍ଥା ଆସିଥାଏ ଯେପରିକି ପିଲାଦିନ, ଯୌବନ ଏବଂ ବୃଦ୍ଧାବସ୍ଥା । କୁହାଯାଏ ଜୀବନର ପ୍ରତି ମୋଡରେ ସବୁକାମ ଠିକ ସମୟରେ ହେବା ନିହାତି ଜରୁରୀ । ଠିକ ସେହିପରି ବିବାହକୁ ନେଇ ମଧ୍ୟ ଏକ ବୟସ ରହିଥାଏ । ବେଳେବେଳେ ଦେଖିବାକୁ ମିଳେ ଅତି କମ ବୟସରେ ବିବାହ ହେତୁ ଦମ୍ପତ୍ତିଙ୍କ ମଧ୍ୟରେ ଭୁଲ ବୁଝାମଣା ରହିଥାଏ । ଆଉ କେତେକ ସ୍ଥଳେ କିଛିଲୋକ ଅତ୍ୟନ୍ତ ବିଳମ୍ବରେ ଵିଵାହ କରିବା ପାଇଁ ନିଷ୍ପତ୍ତି ନେଇଥାନ୍ତି । ଯେଉଁ କାରଣରୁ ସେମାନଙ୍କ ମଧ୍ୟରେ ବି ଅନେକ ସମସ୍ୟା ଦେଖିବାକୁ ମିଳିଥାଏ । ଏହା ପଛରେ କେହି କେହି କ୍ୟାରିୟରର ବାହାନା ଦେଇଥାନ୍ତି ସତ କିନ୍ତୁ ଏହା ମଧ୍ୟ ବୁଝିବା ନିହାତି ଜରୁରୀ ଯେ ବୃଦ୍ଧାବସ୍ଥାରେ ଜଣକର ସାଥ ନିହାତି ଜରୁରୀ । ଯଦି ଯୌବନ ସମୟରେ ପତି, ପତ୍ନୀଙ୍କ ମଧ୍ୟରେ ବଣ୍ଡିଙ୍ଗ ଭଲ ରହିଥାଏ ତାହେଲେ ସେମାନେ ବୃଦ୍ଧବସ୍ଥାରେ ମଧ୍ୟ ଜଣେ ଅନ୍ୟ ଜଣର ସାହାରା ହୋଇପାରିବେ । ତେବେ ଯଦି ଆପଣ ମଧ୍ୟ ବିବାହରେ ବିଳମ୍ବ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ତାହେଲେ ଯାଣିନିଅନ୍ତୁ ଏହା ପଛରେ ହେଉଥିବା ସମସ୍ୟା ଗୁଡିକ, ଯାହା ଉପରେ ଧ୍ୟାନ ଦେବା ଆପଣଙ୍କ ପାଇଁ ନିହାତି ଜରୁରୀ ।

୧ – ଗର୍ଭଧାରଣରେ ସମସ୍ୟା

ଯଦି ଆପଣଙ୍କର ବୟସ ୩୦ ବର୍ଷ ଏବଂ ଆପଣ ଏପର୍ଯ୍ୟନ୍ତ ବିବାହ କରିନାହାନ୍ତି ତାହେଲେ ଥରେ ଭବିଷ୍ୟତ ଵିଷୟରେ ମଧ୍ୟ ଚିନ୍ତା କରନ୍ତୁ । କାରଣ ୩୦ ବର୍ଷ ପରେ ଅଧିକ ବିଳମ୍ବରେ ବିବାହ ଏହା ଆପଣଙ୍କ ଭବିଷ୍ୟତକୁ ପ୍ରଭାବିତ କରିପାରେ । ତାଛଡା ବୟସ ବୃଦ୍ଧି ହେବା ସହିତ ଗର୍ଭଧାରଣରେ ମଧ୍ୟ ସମସ୍ୟା ଦେଖାଦେଇଥାଏ ।

୨- ଜଣେ ଅନ୍ୟଜଣଙ୍କୁ ବୁଝିବାରେ ହୋଇଥାଏ ସମସ୍ୟା

 

ବିଳମ୍ବରେ ବିବାହ କରୁଥିବା ଲୋକେ ଅଧିକାଂଶ ଏହା ଅଭିଯୋଗ କରିଥାନ୍ତି ଯେ ଦୁଇଜଣଙ୍କ ମଧ୍ୟରେ ବୁଝାମଣା ଠିକ ରହୁନାହିଁ । ତେବେ ଏହା ପଛର କାରଣ ହେଉଛି ସେମାନେ ଅତି ସହଜରେ ଆଡ଼ଜଷ୍ଟ କରିପାରନ୍ତି ନାହିଁ ଏବଂ ନିଜର ପୁରୁଣା ଜୀବନଶୈଳୀକୁ ଛାଡି ପାରନ୍ତି ନାହିଁ । ଦୁହିଁଙ୍କ ମଧ୍ୟରେ ମତଭେଦ ତାଙ୍କର ବୈବାହିକ ଜୀବନକୁ ମଧ୍ୟ ଖରାପ କରିପାରେ ।

୩- ଶାରୀରିକ ସମ୍ବନ୍ଧରେ ସମସ୍ୟା

ପତି-ପତ୍ନୀଙ୍କ ମଧ୍ୟରେ ଶାରୀରିକ ସମ୍ବନ୍ଧ ସମ୍ପର୍କକୁ ମଜବୁତ କରିଥାଏ । ବିଳମ୍ବରେ ବିବାହ କରିବା ଦ୍ୱାରା ଏହା ଶାରୀରିକ ସମ୍ପର୍କ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । କାରଣ ବୟସ ବୃଦ୍ଧି ହେବା ସହିତ ଶାରୀରିକ ଦୁର୍ବଳତା କାରଣରୁ ସେମାନେ ନିଜ ଜୀବନକୁ ଉପଭୋଗ କରିପାରନ୍ତି ନାହିଁ ।

୪- ପରିବାର ସହ ଠିକ ରହିନଥାଏ ବୁଝାମଣା

Image result for late marriage

ବିବାହ କେବଳ ପତି-ପତ୍ନୀଙ୍କ ମଧ୍ୟରେ ଏକ ସମ୍ପର୍କ ନୁହେଁ ବରଂ ଏହା ଦୁଇଟି ପରିବାର ମଧ୍ୟରେ ମଧ୍ୟ ଏକ ଭଲ ବୁଝାମଣାକୁ ବୁଝାଇ ଥାଏ । ବିଳମ୍ବରେ ବିବାହ କରିବା ଦ୍ୱାରା ପରିବାର ସହିତ ଆଡ଼ଜଷ୍ଟ କରିବା ପାଇଁ ମଧ୍ୟ ଟିକେ ସମସ୍ୟା ଦେଖା ଦେଇଥାଏ । ବୟସର ପ୍ରଭାବରୁ ଆପଣ ନିଜକୁ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତୁତ ନଥାନ୍ତି ଏବଂ ଏହାର ଫଳ ସ୍ୱରୂପ ପରିବାରରେ ସମସ୍ୟା ଓ କଳି ଝଗଡା ଦେଖାଦେଇଥାଏ ।

୫- ମନ ପସନ୍ଦର ସାଥି ମିଳିବା ମୁସ୍କିଲ

ବୟସ ଗଡିଯିବା ପରେ ମନ ପସନ୍ଦର ସାଥି ମିଳିବା ମଧ୍ୟ ଟିକିଏ କଷ୍ଟକର ହୋଇଥାଏ । ଏହା ଜରୁରୀ ନୁହେଁ ଯେ ଯଦି ଆପଣ କୁଆଁରା/କୁଆଁରୀ ଅଛନ୍ତି ତାହେଲେ ଆପଣଙ୍କ ସାଥି ମଧ୍ୟ ବିବାହ କରିନଥିବ । ବୟସ ବଢିବା ପରେ ନିଜ ପସନ୍ଦ ସହିତ ମଧ୍ୟ ଆପଣଙ୍କୁ ଆଡ଼ଜଷ୍ଟ କରିବାକୁ ପଡିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button