ଜ୍ୟୋତିଷ

ମାଣବସା ଗୁରୁବାର ଦିନ କରନ୍ତୁ ନାହିଁ ଏହି 10ଟି ଭୁଲ, ନଚେତ ଘରକୁ ଆସିବ ମହା ବିପଦ

ନମସ୍କାର ବନ୍ଧୁଗଣ, ନମସ୍ତେ କମଳା ମାଗୋ ସାଗର ଦୁଲଣୀ ଏହି ଲକ୍ଷ୍ମୀ ପୁରାଣର ଗୁଞ୍ଜନ ଏବେ ସବୁ ହିନ୍ଦୁ ଘରେ ଶୁଣିବାକୁ ମିଳିବ । କାରଣ ଧନର ଦେବୀ ମା ଲକ୍ଷ୍ମୀଙ୍କ ପୂଜା ଅର୍ଚନା କରିବା ପାଇଁ ମାର୍ଗଶିର ମାସଟିକୁ ଶାସ୍ତ୍ର ଅନୁଯାୟୀ ଶ୍ରେଷ୍ଠ ମନାଯାଇଛି । ଏହିଦିନ ମାତା ଲକ୍ଷ୍ମୀ ମର୍ତ୍ତ୍ୟକୁ ଓଲ୍ହାଇଆସି ତାଙ୍କୁ ଆକର୍ଷିତ କରୁଥିବା ଘରକୁ ପ୍ରବେଶ କରିଥାନ୍ତି । ତେଣୁ ଏହି ଦିନ କୌଣସି ଭୁଲ କରିବାଦ୍ଵାରା ମାତା ରୁଷ୍ଟ ହୋଇଯାନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ଭୁଲ ଗୁଡିକ ମାଣବସା ଗୁରୁବାର ଦିନ କରିବା ଅନୁଚିତ ।

ପ୍ରଥମ: ଗୁରୁବାର ଦିନ କେବେ ମଧ୍ୟ ଡେରି ପର୍ଯ୍ୟନ୍ତ ଶୋଇବା ଉଚିତ ହୋଇନଥାଏ । ଗୁରୁବାର ଦିନ ପ୍ରଥମେ ସକାଳୁ ଉଠି ଘର ଦ୍ଵାରା ଓଳା ଓଳି କରି ସଫା କରିବା ଉଚିତ । ଦିତୀୟ: ସକାଳୁ ଉଠିବା ପରେ ପ୍ରଥମେ ବାସୀ ବିଛଣାକୁ ଉଠାଇ ଦିଅନ୍ତୁ । କାରଣ ବାସି ବିଛଣା ପଡିଥିବା ଅବସ୍ଥାରେ ପୂଜା କରିବା ଅନୁଚିତ । ନିଜର ବାସି ବିଛଣା ପ୍ରଥମେ ଉଠାଇ ଘର ସଫା କରି ପରେ ଗାଧୋଇ ଠାକୁର ପୂଜା କରିବା ଉଚିତ ।

ତୃତୀୟ: ଗୁରୁବାର ଦିନ ପ୍ରଥମେ ତୁଲସୀ ଚଉରାକୁ ପୂଜା କରନ୍ତୁ । ଏହାପରେ ଯାଇ ଠାକୁର ଘରେ ପୂଜା କରନ୍ତୁ । ଚତୁର୍ଥ: ଗୁରୁବାରଟି ବୃହସ୍ପତିଙ୍କ ବାର ରୂପେ ମନାଯାଇଥାଏ । ବୃହସ୍ପତିଙ୍କ ପ୍ରିୟ ହଳଦିଆ ରଙ୍ଗ ହୋଇଥାଏ ତେଣୁ ଏହିଦିନ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ । ଭଗବାନ ବିଷ୍ଣୁଙ୍କର ମଧ୍ୟ ପ୍ରିୟା ରଙ୍ଗ ହଳଦିଆ ଅଟେ । ତେଣୁ ଆପଣ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ହଳଦିଆ ଫୁଲ ଅର୍ପଣ କରିବା ଉଚିତ ।

ପଞ୍ଚମ: ଗୁରୁବାର ଦିନ ହଳଦିଆ ରଙ୍ଗର ବସ୍ତୁ ଦାନ କରନ୍ତୁ । ଯଥା, ହଳଦୀ, ଡାଲି, ଚଣା କିମ୍ବା କଦଳୀ ଗୁରୁବାର ଦିନ ଦାନ କରିବା ଉଚିତ । ଏହାସହିତ ଗୁରୁବାର ଦିନ ବୃହସ୍ପତିଙ୍କ ମନ୍ତ୍ର ୧୦୮ ଥର ଜପ କରନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କୁ  ଶୁଭଫଳ ମିଳିଥାଏ । ଷଷ୍ଠ: ଗୁରୁବାର ଦିନ ମାତା ଲକ୍ଷ୍ମୀଙ୍କ ପୂଜା କରାଯାଏ ।

ତେଣୁ ଆପଣ ଏହିଦିନ ମା ଲକ୍ଷ୍ମୀଙ୍କ ପ୍ରତିମା ନିକଟରେ ଏକ ନାଲି ରଙ୍ଗର କପଡା ଉପରେ ଶ୍ଵେତ ଧାନ ରଖି ପୂଜା କରନ୍ତୁ । କିଛି ଧଳା ଫୁଲ ମଧ୍ୟ ମାଙ୍କ ଉପରେ ଚଢାଇ ଦିଅନ୍ତୁ । ସପ୍ତମ: ଗୁରୁବାର ଦିନ କେବେ ମଧ୍ୟ ଆମିଷ ରୋଷେଇ କରିବା ଉଚିତ ହୋଇନଥାଏ । ଆମିଷ ଖାଇବା ତ ଏକ ବଡ ପାପ ସମାନ ହୋଇଥାଏ ।

ଅଷ୍ଟମ: ଗୁରୁବାର ଦିନ ୧୨ଟା ପରେ କେହି ଭିକ୍ଷା ମାଗିଲେ ତାଙ୍କୁ ଦିଅନ୍ତୁ ନାହିଁ । ଏହା କଲେ ଘରୁ ମାତା ଲକ୍ଷ୍ମୀ ଛାଡି ଚାଲିଯାଇଥାନ୍ତି । ନବମ: ଗୁରୁବାର ଦିନ ସନ୍ଧ୍ୟାରେ ମୁଣ୍ଡ କୁଣ୍ଡାଇବା ଓ ଶୋଇବା ଅନୁଚିତ । ଦଶମ: ସନ୍ଧ୍ୟା ସମୟରେ ଝୁଣା ଧୁଆଁ ଘର ସାରା ନିଶ୍ଚୟ ବୁଲାନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button