କୁମ୍ଭ ରାଶି, ଶନି ସାଢେ଼ସାତିର 2ୟ ଚରଣ ଆରମ୍ଭ 2023 ରୁ 2025, ଆଗାମୀ ଅଢେଇ ବର୍ଷ ଇତିହାସ ବଦଳିବ

ବନ୍ଧୁଗଣ କୁମ୍ଭ ରାଶିରେ ଶନିଦେବଙ୍କ ସାଢେଷାତିରେ ପ୍ରଥମ ଚରଣ ଯାଇସାରିଛି ଏବଂ ଦ୍ଵିତୀୟ ଚରଣ ଆରମ୍ଭ ହୋଇସାରିଛି ଜାନୁଆରୀ ୧୭ ଠାରୁ । ତେବେ ଚାଲନ୍ତୁ ଜାଣିବା କୁମ୍ଭ ରାଶିର ବ୍ୟକ୍ତିଙ୍କୁ ଶନିଦେବଙ୍କ ଦ୍ଵିତୀୟ ଚରଣ କିଭଳି ଫଳ ପ୍ରଦାନ କରିବ । ଆପଣଙ୍କର କେଉଁ ଭଲ ଓ ଖରାପ ସମୟ ଆସୁଛି ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ । ଆପଣଙ୍କ ପାଇଁ ରହିଛି ୬ଟି ମହତ୍ଵପୂର୍ଣ୍ଣ ଭବିଷ୍ୟବାଣୀ ଯାହା ରାଶି ଅନୁଯାୟୀ ହୋଇପାରେ ।
କୁମ୍ଭ ରାଶିରେ ଶନି ଦୀର୍ଘ ୩୦ ବର୍ଷ ପରେ ପ୍ରଥମ ଭାବକୁ ଆସିଛନ୍ତି । କାରଣ ଅଢେଇ ବର୍ଷ ଶନିଦେବ ଗୋଟେ ରାଶିରେ ରହିଥାନ୍ତି । ପ୍ରଥମ ଭବିଷ୍ୟବାଣୀ ହେଉଛି ଯେଉଁ ମାନେ ମେଡିକାଲର ଚକର କାଟୁଥିବେ, ସ୍ୱାସ୍ଥ୍ୟ ସମସ୍ଯା ଦେଖା ଦେଉଥିଲା, ମାନସିକ ଚିନ୍ତାରେ ଥିଲେ, ଗୋଟିଏ ଜିନିଷରେ ବାରମ୍ବାର ଲଗାଉଥିଲେ ତେବେ ଏ ସବୁ ଦୂର ହେବ ଶନିଙ୍କ କୃପାରୁ । ଦ୍ଵିତୀୟ ଭବିଷ୍ୟବାଣୀ ବହୁତ ନେଗେଟିଭ ଅଟେ ।
କାରଣ ଚନ୍ଦ୍ରମା ହେଉଛନ୍ତି ମଙ୍ଗଳକାରୀ । ମାତାଙ୍କର ସ୍ଵାସ୍ଥ୍ୟରେ ଧ୍ୟାନ ରଖିବାକୁ ହେବ । ମାତାଙ୍କ ସହ ଯୁକ୍ତି କରନ୍ତୁ ନାହି । ଶନି ଯେବେ ଚନ୍ଦ୍ରମାଙ୍କ ସହ ଆସିଥାନ୍ତି ତେବେ ବିଶ୍ଵଯୋଗ ଆରମ୍ଭ ହୁଏ । ଆପଣଙ୍କର ପରିବାରକୁ ନେଇ ଅନେକ ପ୍ରଶ୍ନ ଆସିବ । ଲଭ ରିଲେସନରେ କୌଣସି ନେଗେଟିଭ ଚିନ୍ତା ମନକୁ ନ ଆସୁ । ଆପଣଙ୍କୁ ସବୁ ସତ୍ୟତା ଜଣାପଡିବ ।
ଶନିଦେବ ସଶ ନାମକ ଯୋଗ ବନାଇବେ ଏହ ହେଉଛି ତୃତୀୟ ହବିଷ୍ୟବାଣୀ । ଶନିଦେବଙ୍କ ଦ୍ରୁଷ୍ଟି ସପ୍ତମ, ତୃତୀୟ, ଦଶମ ଘରେ ପଡିବାରୁ କ୍ୟାରିୟରରେ ପଜେଟିଭ ଦେଖିବାକୁ ମିଳିବ । କ୍ଯାରିୟରରେ ଧୀରେ ଧୀରେ ସଫଳତା, ସମ୍ମାନ ମିଳିବ । ମାଲିକଙ୍କ ସହ ସମ୍ପର୍କ ଭଲ ରଖିବେ । ୨୧ ଏପ୍ରିଲ ଠାରୁ ବୃହସ୍ପତିଙ୍କ ସପ୍ତମ ଭାବରେ ଦ୍ରୁଷ୍ଟି ପଡିବାରୁ ବିବାହର ସମ୍ଭାବନା ବହୁତ ଭଲ ଅଛି । ନୂଆ ବ୍ୟାପାର ମଧ୍ୟ ଆରମ୍ଭ କରିପାରନ୍ତି ।
ପଞ୍ଚମ ଭବିଷ୍ୟବାଣୀ ହେଉଛି ଶନିଙ୍କ ଦ୍ରୁଷ୍ଟି ତୃତୀୟ ଘରେ ପଡିବ ଯାହାକି ଛୋଟ ମୋଟ ଯାତ୍ରା ୨୦୨୩ରେ ଦେଖିବାକୁ ମିଳିବ । କୌଣସି ଜିନିଷକୁ ନେଇ ଯାତ୍ରା କରିପାରନ୍ତି । ଯେଉଁ ମାନେ ବିଦେଶରେ ରହି କାମ କରୁଛନ୍ତି ସେମାନଙ୍କୁ ଯଥେଷ୍ଟ ସଫଳତା ମିଳିବ । ଷଷ୍ଠ ଭବିଷ୍ୟବାଣୀ ହେଉଛି ନିଜର ଗର୍ବକୁ ତ୍ୟଗ କରନ୍ତୁ । କାହା ସହ ବିବାଦ କରନ୍ତୁ ନାହି । ବିଛେଦ ହେବାର ସମ୍ଭାବନା ଅଛି ।
ପରିବାର, ଲଭ ରିଲେସନରୁ ବିଛେଦ ହୋଇପାରେ । ଛୋଟ ଛୋଟ କଥାରେ ରାଗିପାରନ୍ତି । ଏହାକୁ ସାମାନ୍ୟ ଧ୍ୟାନ ରଖିବାକୁ ହେବ । ଏବେ ଆସନ୍ତୁ ଜାଣିବା କିଛି ଉପାୟ ବିଷୟରେ । ଏଥିପାଇଁ ଶନିଦେବଙ୍କ ବୀଜ ମନ୍ତ୍ର ଜପ କରନ୍ତୁ । ସୂର୍ଯ୍ୟ ଅସ୍ତ ହେବା ପରେ ୧୦୮ ଥର ଜପ କରନ୍ତୁ । ଯଦି ଶନିଦେବ କୁଣ୍ଡଳିରେ ନୀଚ୍ଚରେ ଅଛନ୍ତି ତେବେ ପ୍ରତେକ ଶନିବାର କଳା ଜିନିଷ ଦାନ କରନ୍ତୁ । ଓସ୍ତ ଗଛ ମୂଳରେ ଦୀପ ନିଶ୍ଚୟ ଜଳାନ୍ତୁ । ହନୁମାନ ଚାଳିଶା ପାଠ କରନ୍ତୁ