ଜ୍ୟୋତିଷ

2023 ଏପ୍ରିଲ ମାସ, କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ ଆଣିଛି 4ଟି ଖୁସି ଖବର !

ଜୀବନରେ ଅନେକ ସମସ୍ଯା ଆସିଥାଏ । ଅନେକ ଲୋକ ବୈବାହିକ ଜୀବନ ସୁଖମୟ କରିବା ପାଇଁ ଅନେକ ଚେଷ୍ଟା କରିଥାନ୍ତି । ସବୁ ସମସ୍ୟାକୁ କିପରି ସମାଧାନ କରିବେ ତାହାହିଁ ଚାହିଁଥାନ୍ତି । ଗ୍ରହମାନଙ୍କର ଚାଳନ ହେତୁ ରାଶି ମାନଙ୍କର ପରିବର୍ତ୍ତନ ହୋଇଥାଏ । ଏହି ରାଶିର ପରିବର୍ତ୍ତନ ପାଇଁ ଜୀବନରେ କେବେ ସୁଖ କେବେ ଦୁଃଖ ଆସିଥାଏ । ଆଜି ଆସନ୍ତୁ ଜାଣିବା ଏହି ଏପ୍ରିଲ ମାସ ୨୦୨୩ ରେ କନ୍ୟା ରାଶିର ବ୍ୟକ୍ତିଙ୍କ ଜୀବନରେ କି କି ପରିବର୍ତ୍ତନ ଆସିବାକୁ ଯାଉଛି ।

ଦ୍ଵିତୀୟ ଭାବରେ ବିରାଜିତ ଅଛନ୍ତି ହେତୁଦେବ , ଅଷ୍ଟମରେ ଭାବରେ ବିରାଜିତ ଅଛନ୍ତି ରହୁ ,ଶୁକ୍ର ଏବଂ ବୁଧଦେବ , ସପ୍ତମରେ ବିରାଜିତ ଅଛନ୍ତି ସୂର୍ଯ୍ୟ ଏବଂ ବୃହସ୍ପତି , ଷଷ୍ଠ ଭାବରେ ବିରାଜିତ ଅଛନ୍ତି ଶନିଦେବ , ଦଶମ ଭାବରେ ବିରାଜିତ ଅଛନ୍ତି ମଙ୍ଗଳ ଦେବ । ରାଶିଙ୍କର ମାଲିକ ଅଟନ୍ତି ବୁଧଦେବ । ବୁଧଦେବ ଆପଣଙ୍କର ଅଷ୍ଟମ ଭାବରେ ବିରାଜିତ ଅଛନ୍ତି । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବେ । ଚର୍ମ ଜନିତ ସମସ୍ଯା ଦେଖା ଦେବ । କୌଣସି ବାହାର ଜିନିଷ ଖାଇବା ବନ୍ଦ କରିଦିଅନ୍ତୁ ।

ଏହା ଦ୍ଵାରା ଚର୍ମ ଜନିତ ସମସ୍ଯା ଅଧିକ ହୋଇପାରେ । ବୁଧଦେବଙ୍କ ସହିତ ରାହୁ ମଧ୍ୟ ଅଛନ୍ତି । ସେଥିଲାଗି ଅଧିକ କିଛି ଭାବିବା କାରଣରୁ ମୁଣ୍ଡ ବିନ୍ଧା ପରି ସମସ୍ଯା ଦେଖାଦେଇପାରେ । ପଞ୍ଚମ ଭାବର ମାଲିକ ଅଟନ୍ତି ଶନିଦେବ । ଷଷ୍ଠ ଘରେ ଶନିଦେବ ବିରାଜିତ ଅଛନ୍ତି । ସେଥିଲାଗି ବିଦ୍ୟାର୍ଥୀ ମାନେ ବହୁତ ଭଲ କରିବେ । ପରୀକ୍ଷାରେ ଉତିର୍ଣ୍ଣ ହେବାକୁ ଚାହୁଛନ୍ତି ବା କୌଣସି ପ୍ରତିଯୋଗିତାରେ ଭାଗ ନେବାକୁ ଚାହୁଛନ୍ତି ,ସେଥିରେ ସଫଳ ହେବେ ।

ପଞ୍ଚମ ଭାବର ମାଲିକ ଶନିଦେବ ଆପଣଙ୍କର ଷଷ୍ଠ ଘରେ ବସିଛନ୍ତି । ପ୍ରେମ ଜୀବନରେ ବହୁତ ସମସ୍ଯା ଦେଖାଦେବ । କୌଣସି କଥାରେ ମନ ମିଶିବ ନାହିଁ । ସମ୍ପର୍କରେ ମନାନ୍ତର ମତାନ୍ତର ଦେଖାଦେବ । ସପ୍ତମ ଭାବର ମାଲିକ ଅଟନ୍ତି ବୃହସ୍ପତି । ୨୨ ଏପ୍ରିଲ ପରେ ବୈବାହିକ ଜୀବନରେ ବହୁତ ସମସ୍ଯା ଆସିବ । ଛୋଟ ଛୋଟ କଥାରେ କଳହ ସୃଷ୍ଟି ହେବ । ଦାଂପତ୍ଯ ଜୀବନରେ ସୁଖ ଶାନ୍ତି ଆସିବା ନାହିଁ । ଭାଗ୍ୟ ସ୍ଥାନର ମାଲିକ ଅଟନ୍ତି ଶୁକ୍ର ଗ୍ରହ । ବ୍ୟବସାୟର ମାଲିକ ଅଟନ୍ତି ବୁଧଗ୍ରହ । ଶୁକ୍ର ଏବଂ ବୁଧ ଅଷ୍ଟମ ଭାବରେ ବିରାଜିତ ଅଛନ୍ତି ।

ଯାହା ଦ୍ଵାରା ବ୍ୟବସାୟରେ ବହୁତ ଉନ୍ନତି କରିବେ । ଅଟକି ଯାଇଥିବା ଧନ ମିଳିଯିବା । ଭାଗ୍ୟ ଆପଣଙ୍କ ସାଥ ଦେବ, ଯାହାବି ଆପଣ କରିବାକୁ ଚାହୁଛନ୍ତି ସେଥିରେ ସଫଳ ହେବେ । କୌଣସି ନୂତନ ଜିନିଷ କିଣିବାର ସମ୍ଭାବନା ରହିଛି । କୌଣସି ନୂତନ କାର୍ଯ୍ୟ ଆପଣ କରିବାକୁ ଚାହୁଛନ୍ତି କରିପାରିବେ । ଚାକିରି କ୍ଷେତ୍ରରେ କିଛି ସମସ୍ଯା ରହିପାରେ । ଚାକିରି ଖୋଜୁଥିଲେ କିଛି ବିଳମ୍ବରେ ମିଳିବ । ପ୍ରତେକ ଦିନ ବୁଦ୍ଧଦେବଙ୍କର ବିଜଯ ମନ୍ତ୍ର ଜପ କରନ୍ତୁ । ଏହା କରିବା ଦ୍ଵାରା ସବୁ ସମସ୍ଯା ଦୂର ହୋଇଯିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button