ଜ୍ୟୋତିଷ

14 April(ଆଜି) ପଣା ସଂକ୍ରାନ୍ତିରେ ଏହି ଉପାୟ କଲେ ଧନ ମାଡିଆସିବ ! ମା’ ଲକ୍ଷ୍ମୀ ଢାଳିବେ ସୁନାର କଳସୀ

ଜୀବନରେ ସବୁ ସମୟରେ କିଛି ନା କିଛି ସମସ୍ଯା ଆସିଥାଏ । ସବୁ ସମସ୍ୟାକୁ ସାମ୍ନା କରିବା ବହୁତ କଷ୍ଟ ହୋଇଥାଏ । ସମସ୍ତ ମନୁଷ୍ୟ ଚାହିଁଥାନ୍ତି ବୈବାହିକ ଜୀବନରେ ସୁଖ ସମୃଦ୍ଧି ଆଣିବା ପାଇଁ । ସେଥିଲାଗି ବହୁତ ଉପାୟ ମଧ୍ୟ କରିଥାନ୍ତି । ହେଲେବି କିଛି ଟା ସମସ୍ୟାରେ ଅସଫଳ ହୋଇଥାନ୍ତି । ଆଜି ଆସନ୍ତୁ ଜାଣିବା ଏହି ପଣା ସଂକ୍ରାନ୍ତିରେ ସୂର୍ଯ୍ୟ ନାରାୟଣଙ୍କୁ କିପରି ପୂଜା କରିବା ଉଚିତ । ଯାହା ଦ୍ଵାରା ସବୁ ଦୁଃଖ କଷ୍ଟ ଦୂର ହୋଇଥାଏ ।

ବୈବାହିକ ଜୀବନରେ କେବେବି କଳହ ସୃଷ୍ଟି ହୋଇନଥାଏ । କାର୍ଯ୍ୟ କ୍ଷେତ୍ରରେ କୌଣସି ସମସ୍ଯା ଆସିନଥାଏ । ଟା ସହିତ ସବୁ ଇଚ୍ଛା ପୂର୍ଣ୍ଣ ହୋଇଥାଏ । ଘରେ ଧନର ବୃଦ୍ଧି ପାଇବ । ଆରୋଗ୍ଯ ଜୀବନ ବିଟାଇବେ । ସୂର୍ଯ୍ୟ ଦେବ ହେଉଛନ୍ତି ସକଳ ଶକ୍ତିର ଆଧାର । ନବ ଗ୍ରହ ମାନଙ୍କ ମଧ୍ୟରୁ ସୂର୍ଯ୍ୟ ଓ ଚନ୍ଦ୍ରଙ୍କୁ ଅନୁଭବ କରିପାରୁ । ଯେଉଁ ବ୍ୟକ୍ତିଙ୍କ ଉପରେ ସୁର୍ଜ୍ୟଙ୍କର ଆଶୀର୍ବାଦ ଥାଏ । ସେହି ବ୍ୟକ୍ତି କୌଣସି କାର୍ଯ୍ୟରେ ବିଫଳ ହୁଅନ୍ତି ନାହିଁ । ଏହି ପାନା ସଂକ୍ରାନ୍ତିରେ ସୂର୍ଯ୍ୟ ଉଦୟ ସମୟରେ ଅଷ୍ଟାଙ୍ଗ ଅର୍ଘ୍ୟ ଅର୍ପଣା କରନ୍ତୁ ।

ଅଷ୍ଟାଙ୍ଗ ଅର୍ଘ୍ୟ ହେଉଛି ଜଳ ,କ୍ଷୀର ,ଘିଅ ,କୃଶ ,ଘୃତ ,ଦହି , ମଧୁ ,କନିଅର ଫୁଲ ,ରକ୍ତ ଚନ୍ଦନ ଏହି ଅଷ୍ଟାଙ୍ଗ ଅର୍ଘ୍ୟକୁ ସୂର୍ଯ୍ୟଙ୍କର ଉଦୟ ସମୟରେ ଅର୍ପଣା କରନ୍ତୁ । ଏହା କରିବା ଦ୍ଵାରା ଆପଣକ ସମସ୍ତ ଇଚ୍ଛା ପୂର୍ଣ ହୋଇଥାଏ । ଏବଂ ମନ ଜାଣି ଫଳ ପ୍ରାପ୍ତି ହୋଇଥାଏ । ବ୍ୟବସାୟକୁ ନେଇ , ପରିବାର ସୁଖ ଶାନ୍ତିକୁ ନେଇ ବା ସନ୍ତାନ କୁ ନେଇ ସବୁ ଇଚ୍ଛା ପୂର୍ଣ ହେବ । ସୂର୍ଯ୍ୟଙ୍କୁ ସନ୍ତୁଷ୍ଟ କରିବା ପାଇଁ ସୂର୍ଯ୍ୟଙ୍କ ସଂକଳ୍ପ ନେବାକୁ ହେବ ।

ଏହା ପରେ ସୂର୍ଯ୍ୟ ଉପାସନା ପାଇଁ ପ୍ରସ୍ତୁତି କରିବେ । ଯେଉଁ ସ୍ଥାନରେ ସୂର୍ଯ୍ୟଙ୍କର କିରଣ ଥିବ ସେହି ସ୍ଥାନରେ ଲାଲ ରଙ୍ଗର ଅଷ୍ଟ ଜଳ ପଦ୍ମ ଆଙ୍କିବେ ,ଏହା ପରେ ଏକ ପିଢା ରଖୀ ଗୋଟିଏ ଗୁଆ ରଖିବେ । ପିଢାର ବାମ ପାର୍ଶ୍ଵରେ କଳସ ସ୍ଥାପନ କରିବେ । ପାଞ୍ଚ ଦେବତାଙ୍କୁ ଆବାହନ କରିବେ , ଏହା ପରେ ପୂଜା କରିବେ । ପ୍ରଥମେ ପଞ୍ଚାମୃତ କରିବେ ,ଧୂପ ,ଦୀପ ,ନୈବେଦ୍ୟ ଦେଇ ପୂଜା କରିବେ । ଏହା କରିବା ଦ୍ଵାରା ସୂର୍ଯ୍ୟ ଦେବତା ବହୁତ ସନ୍ତୁଷ୍ଠ ହୋଇଥାନ୍ତି ।

ଏବଂ ମନସ୍କାମନା ପୂର୍ଣ କରିଥାନ୍ତି । ବ୍ୟବସାୟରେ ମଧ୍ୟ ବହୁତ ପରିବର୍ତ୍ତନ ଆସିଥାଏ । ପରିବାରରେ ଖୁସି ଆସିଥାଏ । ଅଟକି ଯାଇଥିବା ସମ୍ପତି ଫେରି ଆସେ । ବୈବାହିକ ଜୀବନରେ କୌଣସି ସମସ୍ଯା ଥିଲେ ତାହା ମଧ୍ୟ ଦୂର ହୋଇଥାଏ । ସୂର୍ଯ୍ୟଙ୍କ କୃପା ଦ୍ରୁଷ୍ଟି କାରଣରୁ ସବୁ କାର୍ଯ୍ୟରେ ସଫଳତା ପ୍ରାପ୍ତି କରିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button