ଜ୍ୟୋତିଷ

ମେଷ ରାଶି ଆଗାମୀ 44 ଦିନ ପର୍ଯ୍ୟନ୍ତ ଜୀବନରେ ଆସିବ ଏଭଳି ପରିବର୍ତ୍ତନ କେବେ ବି ଭୁଲି ପାରିବେ ନାହିଁ !

ଜୀବନରେ ସବୁ ସମୟରେ କିଛି ନା କିଛି ସମସ୍ଯା ଆସିଥାଏ । ସେହି ସମସ୍ୟାକୁ କିପରି ସମାଧାନ କରିବା ସେହି ଉପାୟ କରିଥାଉ । କିଛି ଉପାୟ କରିବା ଦ୍ଵାରା କିଛିଟା ସମସ୍ଯା ଦୂର ହୋଇଯାଇଥାଏ । ଜୀବନରେ ସମସ୍ଯା ଆସିବା କେବଳ ନିଜ ରାଶି ମାନଙ୍କ ପରିବର୍ତ୍ତନ ପାଇ ହୋଇଥାଏ । ଆଜି ଆସନ୍ତୁ ଜାଣିବା ଆଗାମୀ ୪୪ ଦିନ ପର୍ଯ୍ୟନ୍ତ ମେଷ ରାଶିର ବ୍ୟକ୍ତିଙ୍କ ଜୀବନରେ କଣ ପରିବର୍ତ୍ତନ ଆସିବାକୁ ଯାଉଛି ।

ମେଷ ରାଶିର ସ୍ଵାମୀ ମଙ୍ଗଳ ଗ୍ରହ ହୋଇଥିବାରୁ ଆଗାମୀ ୪୪ ଦିନ ପର୍ଯ୍ୟନ୍ତ ଜୀବନରେ ବହୁତ ପରିବର୍ତ୍ତନ ଆସିବାକୁ ଯାଉଛି । ମେଷ ରାଶିର ବ୍ୟକ୍ତି ସ୍ବଭାବରେ ବହୁତ ପରିଶ୍ରମୀ ହୋଇଥାନ୍ତି । ମଙ୍ଗଳଙ୍କ କାରଣରୁ ସର୍ବଦା ପରିଶ୍ରମ କରିବାକୁ ତତ୍ପର ରହିଥାନ୍ତି । ଯେଉଁ କାର୍ଯ୍ୟ କରନ୍ତି ସ୍ତିର ଭାବରେ ସେହି କାର୍ଯ୍ୟକୁ ସଫଳ କରିଥାନ୍ତି । ବ୍ୟାପାର କରୁଥିବା ବ୍ୟକ୍ତିଙ୍କ ପାଇଁ ଆଗକୁ ବହୁତ ଶୁଭ ସମୟ ଆସିବାକୁ ଯାଉଛି । କୌଣସି କାର୍ଯ୍ୟରେ ଏହି ବ୍ୟକ୍ତି ଅଟକି ଯାଇନଥାନ୍ତି ।

ସବୁ କାର୍ଯ୍ୟକୁ ସ୍ତିରତାର ସହ କରିଥାନ୍ତି । ମଙ୍ଗଳଙ୍କ ରାଶି ପରିବର୍ତ୍ତନ ଆପଣଙ୍କ ଉତ୍ସାହକୁ ବଢାଇବାର ଅଛି । କର୍ମ କ୍ଷେତ୍ରରେ ଅଧିକ ଫଳ ପ୍ରାପ୍ତି ହେବ । ଧାର୍ମିକ କାର୍ଯ୍ୟରେ ଏହି ସମୟରେ ବହୁତ ନିଯୋଜିତ ରହିବେ । ବ୍ୟବସାୟ କ୍ଷେତ୍ରରେ ମଧ୍ୟ ବହୁତ ଉନ୍ନତି କରିବେ । ଏହି ସମୟରେ ଖେଳ କୁଦ କ୍ଷେତ୍ରରେ ବହୁତ ଆଗକୁ ଯିବେ । ନାମ ଓ ଧନ ପ୍ରାପ୍ତ କରିବାର ଆପଣଙ୍କୁ ବହୁତ ସୁଯୋଗ ମିଳିବ । ବିଦେଶ ଯାତ୍ରାରେ ଧନ ଉପାର୍ଜନ କରିବାର ମଧ୍ୟ ସୁଯୋଗ ମିଳିବ ।

ବିଦେଶରେ ବିବାହର ଯୋଗ ରହିଛି । ଏହି ସମୟରେ ଆପଣଙ୍କ ସ୍ବଭାବରେ କିଛି କ୍ରୋଧ ରହିପାରେ । କୌଣସି ନିଜର ବ୍ୟକ୍ତିଙ୍କ ସହିତ ମନାନ୍ତର ମତାନ୍ତର ହୋଇପାରେ । ସେଥିଲାଗି ନିଜ ଲୋକଙ୍କ ସହ ବାର୍ତ୍ତାଳାପ କରିବା ସମୟରେ ନିଜ ମନକୁ ସ୍ତିର ରଖିବା ଉଚିତ । ଜୀବନରେ ବହୁତ ବଡ ସ୍ଵପ୍ନ ଏହି ସମୟରେ ପୂର୍ଣ ହେବାକୁ ଯାଉଛି । ବିଦ୍ୟାର୍ଥୀ ମାନଙ୍କ ପାଇଁ ମଧ୍ୟ ମଙ୍ଗଳାଙ୍କ ପରିବର୍ତ୍ତନ ବହୁତ ଅନୁକୂଳ ରହିଅଛି ।

ଆଗରୁ ବହୁତ ଶାରୀରିକ ଯନ୍ତ୍ରଣା ପାଇଥିବେ କିନ୍ତୁ ଏହି ସମୟରେ ମଙ୍ଗଳଙ୍କ ପରିବର୍ତ୍ତନ ଆପଣଙ୍କୁ ଏକ ସୁସ୍ତ ଶରୀର ପ୍ରଦାନ କାରିବ । ପରିବାରର ସମସ୍ତ ଗୁରୁଜନଙ୍କ ସହଯୋଗ ଏହି ସମୟରେ ପ୍ରାପ୍ତ ହେବ । ମିତ୍ର ମାନଙ୍କ ସହ କଥା ହେବା ସମୟରେ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖିବା ଉଚିତ । ଏହି ରାଶିର ସ୍ଵାମୀ ଯେବେ ମାଧ୍ୟମ ସ୍ଥିତିରେ ଆସିଥାନ୍ତି ତ ଆପଣଙ୍କ ଜୀବନରେ ବହୁତ ପ୍ରକାର ଲାଭ ଆପଣଙ୍କ ଜୀବନରେ ଦେଖିବାକୁ ମିଳିଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button