ଜ୍ୟୋତିଷ

ଏହି 5ଟି ପକ୍ଷୀ ଘରକୁ ଆସିଲେ ଭାଗ୍ୟ ଉଦୟ ହୋଇଥାଏ, ଭାଗ୍ଯବାନ ଲୋକଙ୍କ ଘରକୁ ଆସିଥାନ୍ତି ଏହି ପକ୍ଷୀ ।

ବନ୍ଧୁଗଣ ଜୀବଜନ୍ତୁ ଆମ ପରିବେଶକୁ ସ୍ଵଚ ରଖିଥାନ୍ତି । ଆମର ଆଖପାଖରେ ପକ୍ଷୀ ମାନେ ରହିବା ସେତିକି ଜରୁରୀ ଅଟେ ଯେମିତି ପିଇବା ପାଇଁ ପାଣି, ଖାଦ୍ୟ ପାଇଁ ଭୋଜନ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏମିତି 5ଟି ପକ୍ଷୀ ଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଯଦି ଘରର ଛାତ ଉପରେ ପାଣି ବା ଖାଦ୍ୟ ଖାଇଥାନ୍ତି ତେବେ ଏମିତି କିଛି ଆପଣଙ୍କ ସହ ହେବ ଯାହା ଆପଣ କେବେ କଳ୍ପନା କରି ନ ଥିବେ । ମାନାଯାଏ ଏହି 5ଟି ପକ୍ଷୀ ଭାଗ୍ୟବାନ ବ୍ୟକ୍ତିଙ୍କ ଘରକୁ ଆସିଥାନ୍ତି । ଆସନ୍ତୁ ଜାଣିବା ସେହି ପକ୍ଷୀଙ୍କ ବିଷୟରେ ବିସ୍ତାର ଭାବେ ।

1- ନୀଳକଣ୍ଠ ପକ୍ଷୀ : ଶାସ୍ତ୍ର ଅନୁଯାୟୀ ଭଗବାନ ଶିବଙ୍କ ପ୍ରତୀକ ହେଉଛି ନୀଳକଣ୍ଠ ପକ୍ଷୀ । ଏମିତି ଖୁବ କମ ଲୋକ ଅଛନ୍ତି ଯେଉଁ ମାନଙ୍କ ଘରେ ଏହି ପକ୍ଷୀ ଆସିଥାନ୍ତି । ଏହି ପକ୍ଷୀ ଦେଖିଲେ ସବୁ କଷ୍ଟ ଦୂର ହୋଇଥାଏ । ଏହି ପକ୍ଷୀ ଘରକୁ ଆସିଲେ ଖାଦ୍ୟ ଓ ପାଣି ଦିଅନ୍ତୁ । ନିଶ୍ଚୟ ଭାଗ୍ୟ ଚମକିବ ।

2- କାଉ : ଯଦି ଆପଣଙ୍କ ଛାତ ଉପରକୁ କାଉ ଆସି ଖାଦ୍ୟ ଖାଇଯାଏ ତେବେ ଜଣାଇ ରଖନ୍ତୁ କିଛି ଖରାପ ହେବନି କି ଘରେ କାହାର ଅକାଳ ମୃତ୍ୟୁ ହେବ ନାହିଁ । ଯେଉଁ ବ୍ୟକ୍ତି କାଉର ସେବା କରିଥାଏ ତାର ଗୁଣ କାଉ ଗାଇଥାଏ । କାଉ କୁ ପିତୃପୁରୁଷ ଙ୍କ ପ୍ରତୀକ ମାନାଯାଏ । କାଉ ର ସେବା କରିବା ଶନିଦେବଙ୍କ ସେବା କରିବା ସହ ସମାନ ହୋଇଥାଏ ।

3- ଘରଚଟିଆ ପକ୍ଷୀ : ଶାସ୍ତ୍ର ଅନୁଯାୟୀ ଘରଚଟିଆ ପକ୍ଷୀ ଘରକୁ ଆସିବା ସାକ୍ଷାତ ଲକ୍ଷ୍ମୀଙ୍କ ଆଗମନ ସହ ସମାନ ହୋଇଥାଏ । ମାନାଯାଏ ଏହି ପକ୍ଷୀ ଘରକୁ ଆସି ଦାନ ପାଣି ଖାଇଯାଏ ତେବେ ମା ଲକ୍ଷ୍ମୀଙ୍କ ଆଗମନର ସଂକେତ ଦେଇଥାଏ । ଏହି ପକ୍ଷୀ ଘରେ ବସା ବାନ୍ଧିଲେ ଅତ୍ୟନ୍ତ ଶୁଭ ହୋଇଥାଏ । ଯେଉଁ ବ୍ୟକ୍ତିଙ୍କ ଘରେ ଏହି ପକ୍ଷୀ ଆସେ ସେହି ବ୍ୟକ୍ତି ଭାଗ୍ଯବାନ ହୋଇଥାନ୍ତି ।

4- ପାରା : ଶାସ୍ତ୍ର ଅନୁଯାୟୀ ପାରା ଘରକୁ ଆସିବା ଶୁଭ ହୋଇଥାଏ । ଯେଉଁ ବ୍ୟକ୍ତିଙ୍କ ଘରେ ପାରା ଆସି ଖାଦ୍ଯ ଓ ପାଣିର ସେବନ କରିଥାଏ ସେହି ବ୍ଯକ୍ତିର ଭାଗ୍ୟ ଉଦୟ ହୋଇଥାଏ । କିଛି ବଡ ପରିବର୍ତ୍ତନ ହେବାର ସୁଚନା ମିଳିଥାଏ । ପାରା ଘରେ ବସା ବାନ୍ଧିଲେ ଅତ୍ୟନ୍ତ ଶୁଭ ହୋଇଥାଏ ।

5- ପେଚା : ସକାଳୁ ପେଚା ଘରକୁ ଆସିଲେ ଦେବୀ ଲକ୍ଷ୍ମୀଙ୍କ ବାସ ହେବାର ସଂକେତ ହୋଇଥାଏ । କାରଣ ମା ଲକ୍ଷ୍ମୀଙ୍କ ବାହନ ହେଉଛି ପେଚା । ରାତିରେ ଘରକୁ ପେଚା ଆସିଲେ ଅଶୁଭ ହୋଇଥାଏ । ଏହାର ଅର୍ଥ ଆପଣଙ୍କ ଉପରେ କରଜର ଭାର ବଢିବା ସହ ଆପଣଙ୍କ ଟଙ୍କା ଖର୍ଚ୍ଚ ହେବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button