ଜ୍ୟୋତିଷ

ବୃଷ ରାଶି ଓ ଧନୁ ରାଶି ମଧ୍ୟରୁ କେଉଁ ରଶୀଟି ଅଧିକ ଦୁଃଖରେ ରହିଥାନ୍ତି ?

ଜୀବନରେ ବହୁତ କିଛି ସମସ୍ଯା ଆସିଥାଏ । ସବୁ ସମସ୍ୟାର କାରଣ ରାଶି ମାନଙ୍କ ଚାଳନ ପାଇଁ ହୋଇଥାଏ । ରଶିଙ୍କ ଚାଳନ ପାଇଁ ଯଦି କୌଣସି ସମସ୍ଯା ରହିଛି ଏହାର ମଧ୍ୟ କିଛି ପ୍ରତିକାର ରହିଥାଏ । ସେହି ପ୍ରତିକାର କରିବା ଦ୍ଵାରା କିଛି ସମସ୍ଯା ଦୂର ହୋଇଥାଏ । ଆଜି ଆସନ୍ତୁ ଜାଣିବା ବୃଷ ରାଶି ଓ ଧନୁ ରାଶିଙ୍କ ମଧ୍ୟରୁ କେଉଁ ରାଶିର ବ୍ୟକ୍ତିଙ୍କ ଜୀବନରେ ଅଧିକ ଦୁଃଖ ରହିଛି ଆସନ୍ତୁ ଜାଣିବା । ପ୍ରଥମେ ରହିଛି ବୃଷ ରାଶି । ଏହି ରାଶିର ସ୍ଵାମୀ ଶୁକ୍ରଦେବ ହୋଇଥାନ୍ତି ।

ଏହି ରାଶିର ବ୍ୟକ୍ତି ବହୁତ ଶାନ୍ତ ସରଳ ହୋଇଥାନ୍ତି । ଏହି ବ୍ୟକ୍ତି ନିଜ ଲକ୍ଷ ସ୍ତଳରେ ପହଁଞ୍ଚିବା ଯାଏ ବହୁତ ଚେଷ୍ଟା କରିଥାନ୍ତି । ବୃଷ ରାଶିର ବ୍ୟକ୍ତିଙ୍କୁ ସହଜରେ ଆକର୍ଷିତ କରାଯାଇପାରେ ନାହିଁ । ଦେଶ ବିଦେଶ ବୁଲିବାକୁ ବହୁତ ପସନ୍ଦ କରିଥାନ୍ତି । ସବୁ ବେଳେ ସତ୍ୟ ନିଷ୍ଟା ହୋଇ ରହିବାକୁ ଭଲ ପାଇଥାନ୍ତି । ଏହି ବ୍ୟକ୍ତି ବହୁତ ବିଶ୍ଵାସୀ ହୋଇଥାନ୍ତି ଏବଂ କାହାକୁ ବିଶ୍ଵାସ କରିବାକୁ ବହୁତ ସମୟ ଲଗାଇଥାନ୍ତି ।ଏହି ବ୍ୟକ୍ତି ବହୁତ ଜିଦି ପ୍ରକୂତିର ହୋଇଥାନ୍ତି ।

ଯାହାକୁ ଭଲ ପାଇଥାନ୍ତି ସତ ହୃଦୟର ସହ ଭଲ ପାଇଥାନ୍ତି । ନିଜ ଭବିଷ୍ୟତକୁ ନେଇ ମଧ୍ୟ ବହୁତ ସକାରାତ୍ମକ ହୋଇଥାନ୍ତି । କାର୍ଯ୍ୟ କ୍ଷେତ୍ରରେ ବହୁତ ପରିଶ୍ରମୀ ହୋଇଥାନ୍ତି । ଏହି ରାଶିର ବ୍ୟକ୍ତି ସ୍ବଭାବରେ ବହୁତ ଭଲ ହୋଇଥାନ୍ତି କିନ୍ତୁ ଯାହା ପାଇବାକୁ ଚାହିଁଥାନ୍ତି ତାକୁ ନପାଇବା ଯାଏଁ ଚେଷ୍ଟା କରିଥାନ୍ତି । ଏହା ପରେ ଆସନ୍ତୁ ଜାଣିବା ଧନୁ ରାଶି ବିଷୟରେ । ଏହି ରାଶିର ସ୍ଵାମୀ ବୃହସ୍ପତି ଦେବା ହୋଇଥାନ୍ତି । ବୃହସ୍ପତି ଧର୍ମ ,ଆଧ୍ୟାତ୍ମ ଓ ଜ୍ଞାନର କାରକ ହୋଇଥାନ୍ତି । ସେଥିଲାଗି ଏହି ରାଶିର ବ୍ୟକ୍ତି ବହୁତ ସରଳ ହୋଇଥାନ୍ତି ।

ଏହି ବ୍ୟକ୍ତି ଧନୁ ଭଳି ତୀବ୍ର ହୋଇଥାନ୍ତି । ଧନୁ ରାଶିର ବ୍ୟକ୍ତିମାନେ ବହୁତ ବଡ ବଡ ଲକ୍ଷ ରଖିଥାନ୍ତି । ନିଜ ସ୍ଵପ୍ନକୁ ସତ କରିବାର କ୍ଷମତା ରଖିବା ସହିତ ନିଜ ଲକ୍ଷ ପ୍ରତି ସର୍ବଦା ସଚେତ ରହିଥାନ୍ତି । ଏହି ବ୍ୟକ୍ତି ଆଧ୍ୟାତ୍ମ ,ସାହିତ୍ଯ , ଧର୍ମ ଓ ଶିକ୍ଷା କ୍ଷେତ୍ରରେ ବହୁତ ଭଲ କରିଥାନ୍ତି । ନିଜ ଜ୍ଞାନ ଆରଜନ କରିବା ପାଇଁ କୌଣସିବି ସମସ୍ୟାର ସମୀଖୀନ କରିପାରନ୍ତି । ଶାରୀରିକ କାର୍ଯ୍ୟ ଅପେକ୍ଷା ମାନସିକ କାର୍ଯ୍ୟ କରିବାକୁ ବହୁତ ଭଲ ପାଇଥାନ୍ତି । ଏହି ବ୍ୟକ୍ତି କାହାରୀକୁ କଷ୍ଟ ଦେବାକୁ ପସନ୍ଦ କରିନଥାନ୍ତି ।

ଏହି ବ୍ୟକ୍ତି ଜୀବନ ସାଥୀଙ୍କୁ ବହୁତ ଭଲ ପାଇଥାନ୍ତି । ଏପରି ଜୀବନ ସାଥୀଟିଏ ପାଇବାକୁ ଚାହିଁଥାନ୍ତି ଜିଏକି ବୌଧିକ ,ସଂବେଦନଶୀଳ ଓ ଅର୍ଥପୂର୍ଣ ହୋଇଥାନ୍ତୁ । ଏହି ବ୍ୟକ୍ତି ଖାଲିରେ ବସି ରହିବାକୁ ପସନ୍ଦ କରନ୍ତି ନାହିଁ । ସବୁବେଳେ ନିଜ କର୍ମରେ ବ୍ୟସ୍ତ ରହିବାକୁ ଚାହିଁଥାନ୍ତି । ଏହା ସହ କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ଉନ୍ନତି ଆଣିଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button