ଜ୍ୟୋତିଷ

ସାବିତ୍ରୀ ବ୍ରତରେ ମାତା ସାବିତ୍ରୀ ଙ୍କୁ ଏହି 3ଟି ଜିନିଷ ଭୁଲରେ ବି ଚଢାନ୍ତୁ ନାହିଁ, ନଚେତ ହୋଇଯିବ ଅନର୍ଥ

ବନ୍ଧୁଗଣ ଯଦି ନାରୀ ଏମାନେ ନିଜ ସ୍ବାମୀଙ୍କ ସହ ନିଜର ସମ୍ପର୍କ ବଢାଇବାକୁ ଚାହୁଁଥାନ୍ତି ତେବେ ସାବିତ୍ରୀ ବ୍ରତକୁ ସଂପୂର୍ଣ୍ଣ ବିଧି ବିଧାନ ଅନୁଯାୟୀ କରିବାକୁ ହେବ । ଚଳିତ ବର୍ଷ ସାବିତ୍ରୀ ବ୍ରତ ମେ 19 ତାରିଖ ଶୁକ୍ରବାର ଦିନ ପାଳିତ ହେବାକୁ ଯାଉଛି । ସାବିତ୍ରୀ ବ୍ରତ ସଧବା ନାରୀ ମାନେ ପାଳିତ କରିଥାନ୍ତି । ଏହି ଦିନ ଏମିତି 3ଟି ଜିନିଷ ଚଢାଇବା ଉଚିତ ନୁହେଁ ଯାହା ଦ୍ଵାରା ଘୋର ପାପ ଲାଗିଥାଏ । ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

୧- ଏହି ବ୍ରତ ସ୍ବାମୀଙ୍କ ପାଇଁ ରଖାଯାଉ ଥିବାରୁ ସ୍ତ୍ରୀ ମାନେ ଷୋହଳ ଶ୍ରୀଙ୍ଗାର କରିବା ଉଚିତ । ଏହାଦ୍ବାରା ମା ସାବିତ୍ରୀ ଅଖଣ୍ଡ ସୌଭାଗ୍ୟବତୀର ବରଦାନ ଦେଇଥାନ୍ତି ।

୨- ସାବିତ୍ରୀ ବ୍ରତରେ କଳା ବସ୍ତ୍ର ଭୁଲରେ ବି ପିନ୍ଧିବା ଉଚିତ ନୁହେଁ । କାରଣ ସଧବା ନାରୀ ପାଇଁ ଏହା ଶୁଭ ହୋଇଥାଏ । ଏହାଛଡା ଧଳା ବସ୍ତ୍ର ସଧବା ନାରୀ ମାନେ ସାବିତ୍ରୀ ବ୍ରତ ପିନ୍ଧିବା ଅନୁଚିତ । ସୁହାଗିନୀ ନାରିଙ୍କ ପାଇଁ ଏହା ଅଶୁଭ ଅଟେ । ଏହି ଦିନ ନାଲି ବସ୍ତ୍ର ପିନ୍ଧିବା ଉଚିତ ହୋଇଥାଏ ।

୩- ଏହି ଦିନ ଯେତେ ପାରିବେ ଶ୍ରୀଙ୍ଗାର ଦାନ କରନ୍ତୁ । ଏହା ଦ୍ଵାରା ସ୍ବାମୀଙ୍କ ଉପରେ ସଙ୍କଟ ଆସିବ ନାହିଁ । ଏହା ସହ ମା ସାବିତ୍ରୀ ପ୍ରସନ୍ନ ହୋଇଥାନ୍ତି । କିନ୍ତୁ ନିଜେ ବ୍ୟବହାର କରୁଥିବା ଜିନିଷ ଦାନ କରନ୍ତୁ ନାହିଁ ।

୪- ଏହି ଦିନ ବ୍ରତଧାରୀଙ୍କୁ ଲୁଣର ସେବନ କରିବା ଅନୁଚିତ । ଏହି ଦିନ ଘରେ ଆମିଷ, ମଦ, ମାଂସ, ପିଆଜ, ରସୁଣ ଖାଇବା ଅନୁଚିତ । ଏହି ସମୟରେ ଶାରୀରିକ ସମ୍ପର୍କ ରଖିବା, ଖରାପ କଥା କହିବା ଅନୁଚିତ ।

୫- ଏହି ଦିନ ସକାଳୁ ସୂର୍ଯ୍ୟ ହେବା ପୂର୍ବରୁ ନାରୀମାନେ ଉଠିବା ଉଚିତ । ଏହି ଦିନ ଯେତେ ଅଧିକ ପାରିବେ ସିନ୍ଥିରେ ଲମ୍ବା ସିନ୍ଦୁର ଲଗାନ୍ତୁ । ଯାହା ଦ୍ଵାରା ସ୍ଵାମୀଙ୍କ ଆୟୁଷ ବଢିବା ସହ ସୌନ୍ଦର୍ଜ୍ୟ ବଢିଥାଏ ।

୬- ସାବିତ୍ରୀ ବ୍ରତରେ ନାଲି ଫୁଲ ଅର୍ପଣ କରିଲେ ସୁଖ ସମୃଦ୍ଧି ବଢିଥାଏ ଏବଂ ମା ସାବିତ୍ରୀ ପ୍ରସନ୍ନ ହୋଇଥାନ୍ତି । କାରଣ ନାଲି ଫୁଲ ପ୍ରେମର ପ୍ରତୀକ ହୋଇଥାଏ ।

୭- ଏହି ଦିନ ମିଠା ଖାଦ୍ୟ ଖାଇବା ଉଚିତ ହୋଇଥାଏ । ମାମୁଲି ବ୍ରତ ଭାବି ଅଧିକାଂଶ ମହିଳା ସାବିତ୍ରୀ ବ୍ରତରେ କେଶ କାଟିଥାନ୍ତି ଯାହା ଦ୍ଵାରା ଘୋର ପାପ ଲାଗିଥାଏ । ଏପରି ଭୁଲ କରନ୍ତୁ ନାହିଁ ।

୮- ସାବିତ୍ରୀ ବ୍ରତ ଦିନ ଯେ କୌଣସି ଦାନ କରିବେ ତାହା ଫଟା, ଭଙ୍ଗା ହୋଇନ ଥିବ । ଚୁଡି ପିନ୍ଧୁଥିଲେ ଦେଖିବେ ଧଳା, କଳା, ନୀଳ ରଙ୍ଗର ଚୁଡି ହୋଇନ ଥିବ । ଭାଙ୍ଗି ଯାଇଥିବା ଚୁଡି ପିନ୍ଧିଲେ ଅଶୁଭ ହୋଇଥାଏ ।

୯- ଯେଉଁ ନାରୀ ପର ପୁରୁଷ ପ୍ରତି ଆକର୍ଷିତ ହେଉଥାଏ, ଯେଉଁ ମାନେ ବିବାହ ନ କରିଥାନ୍ତି ସେମାନେ ସାବିତ୍ରୀ ବ୍ରତ ରଖିବା ଅନୁଚିତ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button