ଯଦି ଆପଣଙ୍କ ଘରେ ମୂଷାଙ୍କ ସଂଖ୍ୟା ବଢି ଯାଉଛି, ତେବେ ଜାଣି ରଖନ୍ତୁ କିଛି ବାସ୍ତୁ ଟିପ୍ସ-Vastu

ଆସନ୍ତୁ ଜାଣିବା ଶାସ୍ତ୍ରର କଥା ଓ ତା ସହ ଧର୍ମ କଥା ଜାଣିବା -ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ରେ ବହୁତ କଥା କୁହା ଯାଇଛି ଯାହାକୁ ଗୃହରେ ରଖିଲେ ଅଶୁଭ ହୋଇଥାୟଓ ବାସ୍ତୁ ସମସ୍ଯା ଦେଖା ଯାଇଥାଏ । କିନ୍ତୁ ଏଥିରେ କିଛି ଜୀବ ଜନ୍ତୁଙ୍କ କଥା ଲେଖା ଯାଇଛି । ଯାହାକି ଗୃହରେ ରହିଲେ ବାସ୍ତୁ ସମସ୍ଯା ଦେଖା ଯାଇଥାଏ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ କିଛି ଲୋକ ଗୃହରେ ମୂଷା ରହି ଶୁଭ ବୋଲି କହିଥାନ୍ତି ଓ କିଛି ଲୋକା ମୂଷା ଘରେ ରହିଲେ ଅଶୁଭ ବୋଲି କହିଥାନ୍ତି । ବନ୍ଧୁଗଣ ଆସନ୍ତୁ ଆଜି ଜାଣିବା ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଆମ ଗୃହରେ କଳା ମୂଷାଙ୍କ ସଂଖ୍ୟା ବଢି ଯାଉଛନ୍ତି ତାହା ଦ୍ଵାରା ଆମେ କିପରି ହଇରାଣ ହେଉଛୁ ।
ମୂଷା ଆମ ଘରର ସୁଖ ଶାନ୍ତିକି ଆସ୍ତେ ଆସ୍ତେ ନଷ୍ଟ କରି ଦିଅନ୍ତି । ବନ୍ଧୁଗଣ ଯଦି ଆପଣଙ୍କ ଗୃହରେ କଳା ରଙ୍ଗର ମୂଷା ଦିନ ରାତି ବୁଲନ୍ତି ତା ହେଲେ ଆପଣ ଜାଣିବେ ଅଚାନକ ଆପଣଙ୍କର କିଛି ଶାରୀରିକ ସମସ୍ଯା ଦେଖା ଦେବ କିମ୍ବା ଘରେ ଅଯଥାରେ କଳହ ଦେଖା ଦେବ। ବାସ୍ତୁ ଶାସ୍ତ୍ର ଅନୁସାରେ ମୂଷା ହେଉଛି ନାକାରାତ୍ମକ ଓ ଅଜ୍ଞାନୀ ଶକ୍ତି ହୋଇଥାଏ । ଏହା ଗୃହରେ ରହିବା ଦ୍ଵାରା ଗୃହରେ ବହୁତ ସମସ୍ଯା ଦେଖିବାକୁ ମିଳିଥାଏ । ଗୃହରେ ମୂଷାଙ୍କ ସଂଖ୍ୟା ବୃଦ୍ଧି ହେବା କାରଣରୁ ଗୃହର ସଦସ୍ୟ ମାନଙ୍କର ବୁଦ୍ଧି ବିନାଶ ହୋଇଥାଏ ।
ଯଦି ଆପଣ କିଛି ଜରୁରୀ କାର୍ଯ୍ୟରେ ବାହାରକୁ ବାହାରୁଛନ୍ତି ଆପଣଙ୍କ ଆଗରେ ମୂଷା ପାସ କରି ଚାଲିଯାଏ ତାହେଲେ ଆପଣଙ୍କ ସେହି କାର୍ଯ୍ୟରେ ବାଧା ସୁଷ୍ଟି ହୋଇଥାଏ । ବନ୍ଧୁଗଣ ଯେମିତି ଆପଣ ମୂଷା ଘରେ ରହିଲେ ଅଶୁଭ ମାନନ୍ତି ସେହିପରି ଯଦି ଗୃହର ବାହାରୁ ମୂଷା ଯଦି ଆପଣଙ୍କ ଗୃହରେ ପ୍ରବେଶ କରେ ତାହାକୁ ଆପଣ ଶୁଭ ମାନିଥାନ୍ତି । ମାନାଯାଏ କି ବାହାରେ ବୁଲୁଥିବା ମୂଷା ଯଦି ଆପଣଙ୍କ ଗୃହକୁ ପ୍ରବେଶ କରେ ତାହେଲେ ଆପଣଙ୍କ ଗୃହରେ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ଆପଣମାନେ ଜାଣିଥିବେ ମୂଷା ହେଉଛି ଗଣେଶଙ୍କ ବାହନ ଅଟେ । ତେଣୁ ଏହାକୁ ମାରିବା ଭୁଲ ହୋଇଥାଏ । ଯଦି ଆପଣ ମୂଷାକୁ ମାରିବେ ତା ହେଲେ ଆପଣଙ୍କର ଗୃହରେ ନାକାରାତ୍ମକ ଶକ୍ତି ବଢି ଯିବ ।
ଗୃହରେ ଅନେକ ସମସ୍ଯା ଦେଖା ଦେବ । ମୂଷା ହେଉଛି ଗଣେଶଙ୍କ ବାହନ ହୋଇଥାଏ । ତେଣୁ ତାକୁ ମାରିବା ଭୁଲ ହୋଇଥାଏ । ମୂଷା ଘରର କୋଣରେ ବାସକରନ୍ତି । ବନ୍ଧୁଗଣ ଆପଣ ମାନେ ଜାଣିବେ ଯେବେ ଗୃହରେ ମୂଷାଙ୍କ ସଂଖ୍ୟା ବୃଦ୍ଧି ହବାର ଲାଗିବ ଆପଣ ଜାଣିବେ ଗୂହରେ ସମସ୍ଯା ଦେଖା ଦେବ । ଏହି ଅଶୁଭ ଜନ୍ତୁଙ୍କ ଠାରୁ ବଞ୍ଚିବା ପାଇଁ ଆପଣ ଗଣେଶଙ୍କ ପାଖରେ ମୋଦକ ଭୋଗ ଲଗାନ୍ତୁ । ଯଦି ଆପଣ ଘରେ 50 ଗ୍ରାମର ଫିଟିକିରି ରଖିବେ ତଳେ ଏହି ନାକାରାତ୍ମକ ଶକ୍ତି ଆସିପାରିବ ନାହିଁ । ଯଦି ଆପଣ ଏହି ଛୋଟ କାର୍ଯ୍ୟକୁ କରିବେ ତାହେଲେ ଆପଣଙ୍କର ଗୃହରେ ମୂଷାମାନେ ରହିବେ ନାହିଁ।