ରାଜ୍ୟ
ପାନୀୟ ଜଳ ସମସ୍ୟା, ରାସ୍ତାରୋକ କଲେ ଗ୍ରାମବାସୀ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ହନୁମାନ ଛକ ନିକଟରେ ପାନୀୟ ଜଳ ସମସ୍ୟାକୁ ନେଇ ଗ୍ରାମବାସୀ ମାନେ ରାସ୍ତାରୋକ କରିଥିଲେ। ପରଜଙ୍ଗରେ ଘର ଘରକୁ ପାଇପ ଯୋଗେ ଯୋଗାଇ ଦିଆ ଯାଉଥିବା ପାନୀୟ ଜଳ କିଛି ଲୋକଙ୍କ ନିକଟରେ ପହଞ୍ଚି ପାରୁନଥିବା ଅଭିଯୋଗ ହୋଇଛି। ମନଇଚ୍ଛା ଜଳ ସଂଯୋଗ ସହ ମୋଟର ଦ୍ୱାରା ପାଣି ଉଠାଉଥିବା ଯୋଗୁଁ କିଛି ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ଗ୍ରାମବାସୀ ମାନେ ବିଭାଗୀୟ ଯନ୍ତ୍ରୀଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ଏ ନେଇ ରାସ୍ତାରୋକ ପରେ ଘଟଣା ସ୍ଥଳରେ ସ୍ଥାନୀୟ ବିଡ଼ିଓ ସୌଭାଗ୍ୟ ବେହେରା ଏବଂ ବିଭାଗୀୟ ଅଧିକାରୀ ପହଞ୍ଚି ଲୋକଙ୍କୁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ଉଠିଥିଲା।



