ରାଜ୍ୟ
ହେଲପିଙ୍ଗ ହ୍ୟାଣ୍ଡସ୍ ପକ୍ଷରୁ ରକ୍ତଦାନ ଶିବିର

ଯାଜପୁର : ଯାଜପୁର ଜିଲ୍ଲାର ଅଗ୍ରଣୀ ସ୍ୱଛାସେବୀ ଅନୁଷ୍ଠାନ ହେଲପିଙ୍ଗ ହ୍ୟାଣ୍ଡସ୍ ତରଫରୁ ମୁଗୁପାଳ କାର୍ଯ୍ୟାଳୟ ଠାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଖରା ଆରମ୍ଭ ରୁ ରକ୍ତ ଅଭାବର ଦୂରୀକରଣ ପାଇଁ ଏହି ଶିବର ଆୟୋଜନ କରାଯାଥିଲା । ଏହା ଅପରାହ୍ନ ୫ଟା ରୁ ଆରମ୍ଭ ହୋଇ ରାତ୍ରି ୮ଟା ପଯ୍ୟନ୍ତ ଚାଲିଥିଲା । ରକ୍ତଦାନ କରିଥିବା ବ୍ୟକ୍ତିବିଶେଷଙ୍କୁ ଯାଜପୁର ରକ୍ତଭଣ୍ଡାର ତରଫରୁ ମାନପତ୍ର ପ୍ରଦାନ କରାଯାଇଥିଲା।
ଏହି ରକ୍ତଦାନ ଶିବିରରେ ୩୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ଏହି ରକ୍ତଦାନ ଶିବିରକୁ ହେଲପିଙ୍ଗ ହ୍ୟାଣ୍ଡସ୍ ତରଫରୁ ପ୍ରଶାନ୍ତ ଷଡ଼ଙ୍ଗୀ, ଉମେଶ ସାହୁ, ଦାମୋଦର ମହାରଣା, ପ୍ରତାପ ପୃଷ୍ଟି , ତୋଫାନ ନାଥ, ରବୀନ୍ଦ୍ର ରଣା , ବିନୋଦ ମହାରଣା, ଇନ୍ଦ୍ରଜିତ ସ୍ୱାଇଁ, ନିଖିଳ ମିଶ୍ର, ସୁବାସ ବେହେରା, ମାନସ ପାଣି, ଅଜିତ ସାହୁ, ସନ୍ତୋଷ ପଣ୍ଡା, ସୁଜିତ ଓଝା, ସତ୍ୟପ୍ରକାଶ ସାହୁ, ସୋମ୍ୟ ରଞ୍ଜନ ଓଝା ପ୍ରମୁଖ ଉପସ୍ଥିତ ରହି ଏହି ଶିବିରକୁ ପରିଚାଳନାରେ କରିଥିଲେ ।





