ରାଜ୍ୟ

ଶୂନ୍ୟକାଳରେ ସୈନିକ ସ୍କୁଲ ସ୍ଥାନାନ୍ତରକୁ ଘୋର ବିରୋଧ

ସୈନିକ ସ୍କୁଲକୁ ସ୍ଥାନାନ୍ତର କରିବା ପ୍ରସଙ୍ଗକୁ ନେଇ ଗୃହରେ ଉଦବେଗ ପ୍ରକାଶ କଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ସୈନିକ ସ୍କୁଲକୁ ଶ୍ରୀହିନ କରିବାକୁ ମସୁଧା କରାଯାଉଛି। ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଏ ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିବାକୁ ଦାବି କରିଛନ୍ତି। ମୁଖ୍ୟ ଶାସନ ସଚିବ ଯେଉଁ ଚିଠି ଲେଖିଛନ୍ତି ତାକୁ ପ୍ରତ୍ୟାହାର କରାଯାଉ। ଯଦି ସ୍ଥାନାନ୍ତର ହୁଏ ତାହେଲେ ଏକ ଭୁଲ ବାର୍ତ୍ତା ଯିବ ସାରା ଦେଶକୁ । ୧୯୬୨ ମସିହାରେ ବିଜୁ ପଟ୍ଟନାୟକ ଏହି ସ୍କୁଲକୁ ପ୍ରତିଷ୍ଠା କରିଥିଲେ। ସୈନିକ ସ୍କୁଲର ସ୍ୱତନ୍ତ୍ରତା ରହିଛି ଜେନେରାଲ ରାଙ୍କର ୧୦ ଜଣ ସେହି ସ୍କୁଲରୁ ବାହାରିଛନ୍ତି। କିଛି ବିଲଡରଙ୍କ ସ୍ୱାର୍ଥ ରକ୍ଷା ପାଇଁ ଭୁବନେଶ୍ୱର ସୈନିକ ସ୍କୁଲକୁ ଉଠାଇ ଦେବାକୁ ପ୍ରୟାସ ହେଉଛି। ଡମ୍ପିୟାର୍ଡ ଆଳରେ ଏହାକୁ ଘୁଞ୍ଚାଇବାକୁ ଉଦ୍ୟମ ହେଉଛି। ବିଜୁ ବାବୁ ଏହାକୁ ପ୍ରତିଷ୍ଠା କରିଥିଲେ। ମୁଖ୍ୟ ଶାସନ ସଚିବ ପ୍ରତିରକ୍ଷା ବିଭାଗକୁ ସ୍ଥାନାନ୍ତରିତ ପାଇଁ ଚିଠି ଲେଖିଛନ୍ତି। ବିଲଡରଙ୍କ କଥାରେ ସୈନିକ ସ୍କୁଲକୁ ଶ୍ରୀହିନ କରିବାକୁ ପ୍ରୟାସ। ଏହାକୁ ବନ୍ଦ କରାଯାଉ। ଫ୍ଲାଇ ଓଭର କରାଯାଉ। ସୈନିକ ସ୍କୁଲ ସ୍ଥାନାନ୍ତରକୁ ଘୋର ବିରୋଧ କରିଛନ୍ତି ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଦେଶର ଅନ୍ୟ ରାଜ୍ୟରେ ସୈନିକ ସ୍କୁଲକୁ ଉଠାଇବାକୁ ପ୍ରୟାସ ହେଉଛି। ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ଶୂନ୍ୟକାଳରେ ଦାବି କଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button