ଜ୍ୟୋତିଷ

ଜଣେ ବ୍ୟକ୍ତିକୁ କେବେ ଏମିତି ସ୍ଥାନରେ ରହିବା ଉଚିତ ନୁହେଁ, ଯେଉଁଠି ଏହି ସବୁ ଜିନିଷ ନଥିବ – ଚାଣକ୍ୟ ନୀତି

ଦୁନିଆର ସବୁଠୁ ମହାନ କୂଟନୀତିଜ୍ଞ ଓ ରାଜନୀତିଜ୍ଞ କୌଟିଲ୍ୟ ଯିଏ ଆଚାର୍ଯ୍ୟ ଚାଣକ୍ୟ ନାମରେ ବି ପରିଚିତ । ସେ ନିଜ ଜୀବନର ସମ୍ପୂର୍ଣ୍ଣ ଜ୍ଞାନ ଓ ଅନୁଭବ କୁ ଏକ ଗ୍ରନ୍ଥର ରୂପ ଦେଇଥିଲେ ଓ ତାହାର ନାମ ଚାଣକ୍ୟ ନୀତି ରଖିଥିଲେ । ଏଥିରେ ମଣିଷର ଜୀବନ ସହ ସମ୍ପର୍କିତ କେତେକ କଥା କୁହାଯାଇଛି । ଏଥିରେ ସେ ମଣିଷ ପରିଶ୍ରମ କରି ନିଜ ପରିଚୟ ସୃଷ୍ଟି କରି ସଫଳତାର ପାହାଚରେ ପହଞ୍ଚିବା ଯାଏ ସବୁ ତତ୍ତ୍ଵ ବିଷୟରେ ଉଲ୍ଲେଖ କରିଛନ୍ତି ।

ସେଥିରେ ଲେଖାଥିବା କଥା ଏତେ ପ୍ରଭାବଶାଳୀ ଯେ, ଯଦି କୌଣସି ବ୍ୟକ୍ତି ଏହାକୁ ନିଜ ଜୀବନରେ ପାଳନ କରିବ ତେବେ ସେ ଜଣେ ସୁଖୀ ଓ ସଫଳ ଜୀବନ ପାଇ ପାରିବ। ଆସନ୍ତୁ ଜାଣିବା ଚାଣକ୍ୟ ନୀତି ସମ୍ପର୍କରେ ଯେଉଁଥିରେ ଚାଣକ୍ୟ ବର୍ଣ୍ଣନା କରିଛନ୍ତି ଯେ, କେଉଁ ସ୍ଥାନରେ ବୁଦ୍ଧିମାନ ବ୍ୟକ୍ତି ଅଟକିବା ଅନୁଚିତ ।]

ଜୀବିକା ବା ବେପାର

ଯେଉଁ ସ୍ଥାନରେ ଜୀବିକା ବା ବେପାର ପାଇଁ କୌଣସି ସାଧନ ନଥାଏ, ସେଠି ରହିବା ଅନୁଚିତ କାରଣ ବିନା ବେପାରରେ କୌଣସି ବି ବ୍ୟକ୍ତି ଭଲ ଜୀବନ ଯାପନ କି ପରିବାର ପୋଷଣ କରିପାରିବ ନାହିଁ ।

ଆଇନ

ବୁଦ୍ଧିମାନ ବ୍ୟକ୍ତି ସେହି ସ୍ଥାନରେ କଦାପି ରହିବା ଉଚିତ ନୁହେଁ ଯେଉଁଠି ନିଜର ଓ ନିଜ ପରିବାରର ସୁରକ୍ଷାକୁ ନେଇ ଭୟ ରହିଥାଏ । ଯେଉଁ ସ୍ଥାନରେ ଲୋକଙ୍କର ଆଇନ ପ୍ରତି ଭୟ ନଥାଏ ସେଠି ରହିବା ବିପଦ ହୋଇଥାଏ ।

ଲୋକ ଲଜ୍ଜ୍ୟା

ଯେଉଁଠି ଲୋକମାନଙ୍କ ମଧ୍ୟରେ ଲୋକ ଲଜ୍ଜ୍ୟା ବା ମର୍ଯ୍ୟାଦା ନଥାଏ ସେଠି କେବେବି ରହିବା ଉଚିତ ନୁହେଁ। ଏଠି ରହିବା ଦ୍ଵାରା ସମ୍ମାନ ହାନି ହୋଇଥାଏ।

 

ପରୋପକାର

ଯେଉଁ ସ୍ଥାନରେ ରହୁଥିବା ଲୋକଙ୍କ ମନରେ ପରୋପକାର ଭାବନା ନାହିଁ ସେଠି ରହିବା ଉଚିତ ନୁହେଁ । କାରଣ ସେମାନେ ଖରାପ ସମୟରେ ସାହାର୍ଯ୍ୟ ନକରି ସମ୍ପର୍କ କାଟିଦେଇଥାନ୍ତି।

ତ୍ୟାଗ

ଚାଣକ୍ୟଙ୍କ ଅନୁସାରେ ଏମିତି ସ୍ଥାନରେ ରହିବା ଅନୁଚିତ ଯେଉଁଠି ଲୋକଙ୍କ ମନରେ ତ୍ୟାଗ ଓ ଦାନ ଭାବନା ନଥିବ । ଯାହାଙ୍କ ମନରେ ଦୟା ଭାବନା ନାହିଁ ସେମାନେ କେବେ ଅନ୍ୟର ସହାୟତା କରି ନଥାନ୍ତି ତେଣୁ ସେ ସ୍ଥାନରେ ରହିବା ଅନୁଚିତ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button