କେଉଁ ବାରରେ ଜନ୍ମ ହେଲେ କିପରି ହୋଇଥାଏ ଚରିତ୍ର ଓ ସ୍ଵଭାବ

ବନ୍ଧୁଗଣ ଆପଣ ତ ଜାଣିଛନ୍ତି ଗୋଟିଏ ବ୍ଯକ୍ତିର ରାଶି ସେହି ବ୍ଯକ୍ତିର ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ଜଣାଇଥାଏ । ଏହା ସହିତ ରାଶି ଆପଣଙ୍କ ସହ ଜଡିତ ସମସ୍ୟାର ସମାଧାନର ବାଟ ବତାଇଥାଏ । ଠିକ ସେହିପରି ଜନ୍ମ ବାର ମଣିଷ ଜୀବନରେ ବହୁତ ପ୍ରଭାବ ପକାଇଥାଏ ଓ ବ୍ଯକ୍ତିର ସ୍ଵଭାବ ଓ ପ୍ରକୃତି ବିଷୟରେ ଅନେକ ତଥ୍ୟ ପ୍ରଦାନ କରିଥାଏ । ଆଜି ଆମେ ଜାଣିବା କେଉଁ ବାରରେ ଜନ୍ମ ହେଲେ ବ୍ଯକ୍ତିର ସ୍ଵଭାବ ଓ ପ୍ରକୃତି କିପରି ହୋଇଥାଏ । ଏହା ମଣିଷ ଜୀବନକୁ କିପରି ପ୍ରଭାବିତ କରିଥାଏ । ତେବେ ଆସନ୍ତୁ ଜାଣିବା ।
୧. ସୋମବାର
ସୋମବାରକୁ ଶିବଙ୍କର ବାର ବୋଲି କୁହାଯାଏ । ଏହି ଦିନରେ ଶିଶୁ ଜନ୍ମ ହେଲେ ଶିଶୁର ସ୍ମରଣ ଶକ୍ତି ବହୁତ ଭଲ ହୋଇଥାଏ । କିନ୍ତୁ ବାରମ୍ବାର ଏମାନଙ୍କର ବିଚାର ଧାରା ବଦଳୁଥାଏ । ଯେଉଁମାନେ ଏହି ବାରରେ ଜନ୍ମ ହୋଇଥାନ୍ତି ସେମାନେ ହସକୁଳା ଓ ଚଞ୍ଚଳ ସ୍ଵଭାବର ହୋଇଥାନ୍ତି ।
୨. ମଙ୍ଗଳବାର
ମଙ୍ଗଳବାର ଦିନକୁ ମାତା ମଙ୍ଗଳାଙ୍କର ବାର ବୋଲି ଧରା ଯାଇଥାଏ । ଏହି ଦିନରେ ଜନ୍ମ ହୋଇଥିବା ଶିଶୁ ମାନେ ସଚ୍ଚୋଟ ଓ ପରୋପକାରୀ ଅଟନ୍ତି । ଯେଉଁମାନେ ଏହି ବାରରେ ଜନ୍ମ ହୋଇଥାନ୍ତି ସେମାନେ ନିଜ କଥାରେ ସବୁବେଳେ ଅଟଳ ରହିଥାନ୍ତି ଏବଂ ସ୍ଵଭାବରେ କଠୋର ଓ ଜିଦ ଖୋର ହୋଇଥାନ୍ତି ।
୩. ବୁଧବାର
ଯେଉଁମାନେ ଏହି ବାରରେ ଜନ୍ମ ହୋଇଥାନ୍ତି ସେମାନେ ମସ୍ତିଷ୍କରୁ ତେଜସ୍ବୀ ଓ ବୁଦ୍ଧିମାନ ହୋଇଥାନ୍ତି । ଏମାନେ ପରୋପକାରୀ ଓ ହୃଦୟରୁ ନିର୍ମଳ ମଧ୍ୟ ହୋଇଥାନ୍ତି । ଏଥି ସହିତ ଧର୍ମ କର୍ମରେ ଅଧିକ ବିଶ୍ଵାସ ରଖିଥାନ୍ତି ।
୪. ଗୁରୁବାର
କୁହାଯାଏ ମା ଲକ୍ଷ୍ମୀଙ୍କର ପ୍ରଭାବ ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ଉପରେ ପଡିଥାଏ । ଏମାନେ ଅନ୍ୟମାନଙ୍କ ମନ ଅତି ସହଜରେ ଜିତି ପାରିଥାନ୍ତି । ସମସ୍ତଙ୍କର ପ୍ରିୟ ହୋଇଥାନ୍ତି । ଧର୍ମ ପ୍ରତି ଏମାନେ ଅଧିକ ଆସ୍ଥା ଦେଖାଇଥାନ୍ତି । ସ୍ଵଭାବରେ ଏମାନେ ସଚ୍ଚୋଟ ଓ ଅନ୍ୟମାନଙ୍କୁ ସମ୍ମାନ କରିଥାନ୍ତି ।
୫. ଶୁକ୍ରବାର
ଏହି ବାରରେ ଜନ୍ମ ହୋଇଥିବା ଶିଶୁମାନେ ଅଧିକ ସହନଶୀଳତା ଓ ଭାବ ବିହ୍ଵଳ ହୋଇଥାନ୍ତି । ନିଜ ପ୍ରଶଂସା ଶୁଣିବାକୁ ଏମାନଙ୍କୁ ବହୁତ ଭଲ ଲାଗିଥାଏ । ଏମାନେ ନିଜର ମନ କଥା କାହାକୁ କୁହନ୍ତି ନାହିଁ । ଏମାନେ ସ୍ଵଭାବରେ ଦାନୀ ଓ ଅନ୍ୟର ଭଲ ଚିନ୍ତା କରିଥାନ୍ତି ।
୬. ଶନିବାର
ଯେଉଁମାନଙ୍କ ଜନ୍ମ ଶନିବାର ଦିନ ହୋଇଥାଏ ସେମାନଙ୍କ ଉପରେ ଶନିଦେବଙ୍କ ପ୍ରଭାବ ରହିଥାଏ । ଏମାନେ ଅନ୍ୟମାନଙ୍କୁ ଦେଇଥିବା କଥା ଓ ଜବାବ କେବେ ବି ଭାଙ୍ଗନ୍ତି ନାହିଁ । ଏମାନେ ବହୁତ ହସ ଖୁସି ଓ ମେଳାପୀ ସ୍ଵଭାବର ହୋଇଥାନ୍ତି ।
୭. ରବିବାର
ରବିବାରକୁ ସୂର୍ଯ୍ୟ ଦେବଙ୍କ ବାର ବୋଲି ଧରାଯାଇଥାଏ । ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତିମାନେ ତେଜସ୍ବୀ ଭାଗ୍ୟଶାଳୀ ଏବଂ ଦୀର୍ଘାୟୁ ହୋଇଥାନ୍ତି । ବହୁତ ଶୀଘ୍ର ଏମାନେ ରାଗି ଯାଇଥାନ୍ତି । ଅନ୍ୟର ସୁଖ ଦୁଃଖରେ ଏମାନେ ମୁଣ୍ଡ ପୁରାନ୍ତି ନାହିଁ । ଭଗବାନଙ୍କ ଉପରେ ଏମାନଙ୍କର ଯଥେଷ୍ଟ ଆସ୍ଥା ଓ ଭରସା ରହିଥାଏ । ଅନ୍ୟମାନଙ୍କୁ ଏମାନେ ବହୁତ ସାହାର୍ଯ୍ୟ କରିଥାନ୍ତି ।