ଜ୍ୟୋତିଷ

Vastu Tips – ବର୍ଷା ଜଳ ଆପଣଙ୍କୁ କରିବ କୋଟିପତି, କରନ୍ତୁ ଏହି ଉପାୟ

ଜଳ ଖାଲି ଆମର ଦୈନନ୍ଦିନ କାମରେ ଆସି ନଥାଏ ବରଂ ମଣିଷର ଅନେକ ସମସ୍ଯା ମାନ ଦୂର କରିବା ସହିତ ମଣିଷକୁ ଧନ ଓ ସୁଖ ସମୃଦ୍ଧି ଆଣି ଦେଇଥାଏ । ବନ୍ଧୁଗଣ ବର୍ତ୍ତମାନ ତ ବର୍ଷା ଦିନ ଚାଲିଛି । ଯଦି ଏହି ବର୍ଷା ଜଳକୁ ନେଇ ଆପଣ କିଛି ଉପାୟ କରନ୍ତି ତେବେ ଏହି ବର୍ଷା ଜଳ ଅନେକ ଚମତ୍କାରୀ ଫଳ ଦେଇଥାଏ ଏବଂ ଦରିଦ୍ରତା ଦୂର କରିଥାଏ । ଏହି ଉପାୟ କରିବା ପରେ ଆପଣ କେବେ ବି ନିରାଶ ହେବେ ନାହିଁ । କାରଣ ବର୍ଷା ଜଳର ଏହି ଉପାୟ ଦୁର୍ଭାଗ୍ୟ କୁ ସୌଭାଗ୍ୟ ରେ ପରିଣତ କରିଥାଏ । ପ୍ରାଚୀନ ଧର୍ମ ଗ୍ରନ୍ଥରେ କିଛି ଉପାୟ ମାନ ବର୍ଣ୍ଣନା କରା ଯାଇଛି ।

ଯାହାକି ଯେତିକି ସହଜ ସେତିକି ଚମତ୍କାରୀ ହୋଇଥାଏ । ଯାହାକୁ ମଣିଷର ଭାଗ୍ୟକୁ ନିମିଷକରେ ବଦଳାଇ ଦେଇଥାଏ । ତେବେ ଆସନ୍ତୁ ଜାଣିବା ବର୍ଷା ଜଳର ସେହି ସବୁ ଚମତ୍କାରୀ ଉପାୟ ବିଷୟରେ । ଯାହାକି ସମସ୍ତ ଦୁଃଖ କଷ୍ଟକୁ ଦୂର କରି ସୁଖ ସମୃଦ୍ଧି ର ଆଲୋକ ଆଣି ଦେଇଥାଏ । ତେବେ ଚାଲନ୍ତୁ ଜାଣିବା ସେହି ଚମତ୍କାରୀ ଉପାୟ ବିଷୟରେ ।

୧. ସ୍ଵାତି ନକ୍ଷତ୍ର ଦିନ ଯଦି ବର୍ଷା ହେଉଥାଏ, ତେବେ ସେହି ଦିନ ଏକ ପାତ୍ର ନେଇ ଘରର ଘରର ଐଶାନ୍ୟ କୋଣରେ ରଖିଦେବେ । ଯଦି ଏହି ଐଶାନ୍ୟ କୋଣରେ ପାତ୍ର ରଖିବାର ସୁବିଧା ନଥାଏ ତେବେ ଛାତ ଉପରେ ଅବା ତଳେ ହେଉ କୌଣସି ବି ସ୍ଥାନରେ ପାତ୍ର ଟିକୁ ରଖି ଦିଅନ୍ତୁ ଏବଂ ସେହି ପାତ୍ର ବର୍ଷା ଜଳରେ ପୂର୍ଣ୍ଣ ହୋଇଗଲେ ସେହି ବର୍ଷା ଜଳ ପୂର୍ଣ୍ଣ ପାତ୍ର ଟିକୁ ଘରର ଐଶାନ୍ୟ କୋଣରେ ରଖି ଦିଅନ୍ତୁ । ଧ୍ୟାନ ରଖିବେ ସେହି ଦିନ ଟି ଯେପରି ସ୍ଵାତି ନକ୍ଷତ୍ର ହୋଇଥିବ କାରଣ ଏହି ସ୍ଵାତି ନକ୍ଷତ୍ର ରେ ଜଳ ଶାମୁକା ଭିତରକୁ ଯାଇ ମୁକ୍ତା ରେ ପରିଣତ ହୋଇଥାଏ ।

ଏଣୁ ସ୍ଵାତି ନକ୍ଷତ୍ର ଅତ୍ୟନ୍ତ ପବିତ୍ର ଓ ଉଚ୍ଚ କୋଟିର ହୋଇଥାଏ । ଏହି ଜଳକୁ କୌଣସି ଏକ ବୋତଲ ବା ନିବୁଜ ପାତ୍ରରେ ପୁରାଇ ସିନ୍ଧୁକ ବା ଦୋକାନ ର ପଇସା ଡ୍ର ରେ ରଖି ଦିଅନ୍ତୁ । ତେବେ ଦେଖିବେ ଏହାର ଚମତ୍କାରିତା । ଏହାର ଚମତ୍କାର ଫଳରେ ଦରିଦ୍ରତା ଦୂର ହୋଇଥାଏ ଓ ଧନ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ । ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଘରକୁ ସୁଖ ଶାନ୍ତି ନେଇ ପ୍ରବେଶ କରନ୍ତି ।

୨. ଯଦି କୌଣସି ବ୍ୟକ୍ତି ଙ୍କର ବ୍ୟବସାୟରେ କ୍ଷତି ଘଟୁଥାଏ ବହୁତ ଚିନ୍ତା ଓ ବ୍ୟସ୍ଥତା ଭିତରେ କଟୁଥାଏ ତେବେ ଏକ ନୂଆ କିମ୍ବା ସଫା ପିତଳ ଲୋଟାରେ ଅବା ପିତଳ ବାସନରେ ବର୍ଷା ଜଳ ଭର୍ତ୍ତି କରି ସେହି ଜଳରେ ମାତା ଲକ୍ଷ୍ମୀ ଙ୍କର ଅଭିଷେକ କରନ୍ତୁ ଏବଂ ଏହା ସହିତ ମାତା ଲକ୍ଷ୍ମୀ ଙ୍କ ମନ୍ତ୍ର ପାଠ କରନ୍ତୁ । ତେବେ ଏହା କରିବା ଦ୍ଵାରା ବହୁତ ସୁଫଳ ମିଳିଥାଏ ।

୩. ଯଦି କାହା ପରିବାରରେ କଳହ ଓ ଅଶାନ୍ତି ଲାଗି ରହୁଥାଏ ପାରିବାରିକ ସୁଖ ଶାନ୍ତି ମିଳୁ ନଥାଏ ପରିବାରରେ ଶାନ୍ତି ଆଣିବା ପାଇଁ ଚାହୁଁଥିଲେ ତେବେ ବର୍ଷା ଜଳରେ ବିଷ୍ଣୁ ଭଗବାନଙ୍କର ଅଭିଷେକ କରନ୍ତୁ ।ଏହା ସହିତ ଓଁ ନମଃ ଭଗବତେ ବାସୁଦେବାୟ ମନ୍ତ୍ର ୧୦୮ ଥର ଜପ କରନ୍ତୁ । ତେବେ ଯାଇ ପରିବାରରେ ସମୃଦ୍ଧି ଓ ସୁଖ ଶାନ୍ତି ବୃଦ୍ଧି ପାଇଥାଏ ଏବଂ ପରିବାରରେ ସମସ୍ତ ସଦସ୍ୟଙ୍କ ମଧ୍ୟରେ ସ୍ନେହ ପ୍ରେମ ଲାଗି ରହିଥାଏ ।

୪. ଯଦି କାହାର ପରିବାରରେ ବିଶୃଙ୍ଖଳା ସୃଷ୍ଟି ହେଉଛି, ଏମିତି ଜଣା ଯାଉଛି କି ଘରେ କୌଣସି ନକରାତ୍ମକ ଶକ୍ତି ବାସ କରୁଛି ତେବେ ବର୍ଷା ଜଳକୁ ଏକ ପାତ୍ରରେ ଭରି ଘରର କୌଣସି ପରିଷ୍କାର ଜାଗାରେ ରଖି ଦିଅନ୍ତୁ ଓ ହନୁମାନଙ୍କ ଚାଳିଶା ୫୧ ଥର ପାଠ କରନ୍ତୁ । ଏହା ପରେ ସେହି ଜଳକୁ ଘର ର ସବୁ ଆଡେ ଛିଞ୍ଚି ଦିଅନ୍ତୁ । ଏହା ଦ୍ଵାରା ସବୁ ସମସ୍ଯା ଦୂର ହୋଇଯାଏ । ଘରେ ଥିବା ନକରାତ୍ମକ ଶକ୍ତି ପଳାୟନ କରିଥାଏ ଓ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ । ଯାହା ଦ୍ଵାରା ଘରେ ସୁଖ ଶାନ୍ତି ସମୃଦ୍ଧି ବୃଦ୍ଧି ପାଇଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button