ବୁର୍ଲା ଭିମସାର୍ ପିଛା ଛାଡୁନି ବିବାଦ, ଅନ୍ଧାରରେ ତିନି ଘଣ୍ଟା ଚାଲିଲା କ୍ୟାନ୍ସର ଚିକିତ୍ସା

ବୁର୍ଲା ଭିମସାର୍ ପିଛା ଛାଡୁନି ବିବାଦ। ପୁଣି ସାମ୍ନାକୁ ଆସିଛି ଏକ ବଡ଼ ବିଭ୍ରାଟ। ବୁର୍ଲା ଭିମସାରର କର୍କଟ ବିଭାଗରେ ବିଦ୍ୟୁତ ବିଭ୍ରାଟ ଯୋଗୁଁ ମୋବାଇଲ ଆଲୁଅରେ କେମୋ ଥେରାପି କରାଯାଇଥିବା ଅଭିଯୋଗ ହୋଇଛି। ବିଭାଗର ସ୍ବତନ୍ତ୍ର ଡିଜି ରହିଥିବା ସତ୍ତ୍ବେ ତାହାକୁ ବ୍ୟବହାର କରାଯାଇନାହିଁ। ଫଳରେ ଦୀର୍ଘ ତିନି ଘଣ୍ଟା ଅନ୍ଧାରରେ ରହିଥିଲା। ଏହି ସମୟରେ କେମୋ ଚାଲିଥିବା ରୋଗୀଙ୍କୁ ଅନ୍ୟ ଉପାୟ ନପାଇ ମୋବାଇଲ ଆଲୁଅରେ ଚିକିତ୍ସା କରାଯାଇଥିଲା।
ସୂଚନା ଅନୁସାରେ, ବୁର୍ଲା ଭୀମ୍ସାରରେ ସାଂଘାତିକ ବିଦ୍ୟୁତ୍ ବିଭ୍ରାଟ ହୋଇଛି। କ୍ୟାନ୍ସର ୱାର୍ଡରେ କାଟିଦେଲେ ଲାଇନ୍। କୌଣସି ପୂର୍ବ ସୂଚନା ନଦେଇ ବିଦ୍ୟୁତ୍ କାଟିଦେଲା ବିଭାଗ। ଅନ୍ଧାରରେ ରହିଥିଲେ କେମୋ ଚିକିତ୍ସା ନେଉଥିବା ରୋଗୀ। ଜରୁରୀ ପରିସ୍ଥିତିରେ କିଛି ରୋଗୀଙ୍କୁ ମୋବାଇଲ୍ ଟର୍ଚ୍ଚରେ କେମୋ ଚିକତ୍ସା ଦିଆଯାଇଛି। ଦିନ ୧୨ଟାରୁ ଅପରାହ୍ଣ ୩ଟା ପର୍ୟ୍ୟନ୍ତ କ୍ୟାନ୍ସର ବିଭାଗ ଏପରି ଅନ୍ଧାରରେ ରହିଥିଲା। ରୋଗୀଙ୍କୁ କେମୋ ଦେବା ସମୟରେ ଲାଇନ କଟିଥିଲା। ଫଳରେ ଏହି ଅନ୍ଧାରକୁ ଖାତିର ନକରି ମୋବାଇଲ ଟର୍ଚ୍ଚ ଲଗାଇ ରୋଗୀଙ୍କୁ ଦିଆଗଲା କେମୋ ଥେରାପି।
ଅନ୍ୟପଟେ ଜେନେରେଟର୍ ଥାଇ ବି ଲଗାଇନଥିବା ରୋଗୀ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ସେହିପରି ଏହି ଅଭିଯୋଗକୁ ନେଇ ଭୀମସାର ଅଧୀକ୍ଷକ ଲାଲମୋହନ ନାୟକ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଗତ ୧୧ରେ ମରାମତି କାମ ପାଇଁ ବିଦ୍ୟୁତ ବିଚ୍ଛିନ୍ନ ହୋଇଥିଲା। ହେଲେ ଅବହେଳା କରିଥିବା କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଭୀମସାର ଅଧୀକ୍ଷକ କହିଛନ୍ତି।