ଦେଶ- ବିଦେଶ

ଆସିଲା ନୂଆ ଟେକ୍ନୋଲୋଜି: ଏବେ ଦୂରରେ ଥିବା ପାର୍ଟନରଙ୍କ ସହ ରଖିହେବ ଶାରୀରିକ ସମ୍ପର୍କ, ଜାଣନ୍ତୁ କେମିତି

ଦିନକୁ ଦିନ ଟେକ୍ନୋଲୋଜିରେ ବିକାଶ ଘଟୁଛି, ସବୁକିଛି କିଛି କ୍ଷଣରେ ସମ୍ଭବ ହୋଇଯାଉଛି। ପ୍ରେମୀ ଯୁଗଳ ହୁଅନ୍ତୁ ଅବା ସ୍ୱାମୀ-ସ୍ତ୍ରୀ, ପାର୍ଟନରଙ୍କ ଠାରୁ ଦୂରରେ ରହିବା ଏକ ପ୍ରକାରର କଷ୍ଟକର ହୋଇପଡ଼େ। ବେଳେବେଳେ କାମ ଯୋଗୁ ପରସ୍ପରକୁ ଦୂରରେ ରହିବାକୁ ପଡ଼ିଥାଏ। ଦୂରରେ ଥିବା ବେଳେ ଉଭୟେ ଫୋନ୍‌, ମେସେଜ୍‌ ଅବା ଭିଡିଓ କଲିଂ ମାଧ୍ୟମରେ କଥାବାର୍ତ୍ତା ତ ହୋଇପାରନ୍ତି କିନ୍ତୁ ଦୁହେଁ ଦୁହିଁଙ୍କୁ ସ୍ପର୍ଶ କରି ପାରିନଥାନ୍ତି। ଯାହାର ପ୍ରଭାବ ସେମାନଙ୍କ ଶାରୀରିକ ସମ୍ପର୍କ ଉପରେ ପଡ଼ିଥାଏ।

ଆପଣ ବି ଯଦି ପାର୍ଟନରଙ୍କ ଠାରୁ ଦୂରରେ ଅଛନ୍ତି ଓ ତାଙ୍କ ସହ ସମ୍ପର୍କ ରଖିବାକୁ ଇଚ୍ଛୁକ ଅଛନ୍ତି, ତେବେ ବିଜ୍ଞାନ ଆପଣଙ୍କ ପାଇଁ ଏକ ଖୁସିଖବର ଆଣିଛି। ଏବେ ଦୂରରେ ଥିବା ସାଥୀଙ୍କ ସହ ବି ଆପଣ ଶାରୀରିକ ସମ୍ପର୍କ ରଖିପାରିବେ। ଅସମ୍ଭବ ଲାଗୁଥିଲେ ମଧ୍ୟ ଏହା ସତ। ଏବେ ଟେକ୍ନୋଲୋଜି ସାହାଯ୍ୟରେ ଏସବୁ ସମ୍ଭବ ହୋଇପାରିଛି। ଆସନ୍ତୁ ଜାଣିବା କିପରି ଦୂରରେ ଥିଲେ ମଧ୍ୟ ଆପଣ ସାଥୀଙ୍କ ସାନିଧ୍ୟ ଲାଭ କରିପାରିବେ…

ଆଡଲ୍ଟ ଏଣ୍ଟରଟେନ୍‌ମେଣ୍ଟ ୱେବକମ୍‌ କମ୍ପାନୀ (CamSoda) ଚଳିତ ମାସରେ ଭର୍ଚୁଆଲ ରିୟାଲିଟି ପ୍ଲାଟଫର୍ମ ଲଞ୍ଚ୍‌ କରିବାକୁ ଯାଉଛି। ଏହା ମାଧ୍ୟମରେ ଦମ୍ପତି ପରସ୍ପର ସହ ଭର୍ଚୁଆଲ ଶାରୀରିକ ସମ୍ପର୍କ ରଖିପାରିବେ। ଏହି Teledildonics ଟେକ୍ନିକ୍‌ ଜରିଆରେ ପାର୍ଟନରଙ୍କୁ ସେକ୍ସ ଟଏଜ୍‌ ପରସ୍ପର ସହ ସଂଯୋଗ କରିବାକୁ ପଡ଼ିବ। ଏହାଦ୍ୱାରା ଆପଣ ପାର୍ଟନରଙ୍କ ପାଖରେ ଥିବା ଭଳି ଅନୁଭବ କରିପାରିବେ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button