ଦେଶ- ବିଦେଶ

ସ୍ପେସ୍‌ ‌ଷ୍ଟେସନ୍‌କୁ ପ୍ରଥମ ଭାରତୀୟ ମହାକାଶଚାରୀ ଭାବେ ଯାତ୍ରା କରିବେ ଶୁଭ୍ରାଂଶୁ

ନୂଆଦିଲ୍ଲୀ: ଭାରନାସା ଅଭିଯାନରେତୀୟ ଯବାନ । ଭାରତୀୟ ବାୟୁସେନାର ପାଇଲଟ ଶୁଭାଂଶୁ ଶୁକ୍ଳା ନାସାର ମିଶନ୍‌ – ଫୋର ଅଭିଯାନରେ ସାମିଲ ହୋଇଛନ୍ତି ବୋଲି ସୂଚନା ରହିଛି । ମିଶନ୍‌ ଫୋର୍‌ ଅଭିଯାନର ପାଇଲଟ ଭାବେ ଶୁଭାଂଶୁଙ୍କୁ ବଛା ଯାଇଛି ।

ଖୁବଶୀଘ୍ର ମହାକାଶକୁ ଯିବେ ଶୁଭାଂଶୁ । ସ୍ପେଶ୍-ଏକ୍ସର ଡ୍ରାଗନ୍ ସ୍ପେଶ୍ କ୍ରାଫ୍ଟକୁ ନେଇ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନ୍ ଯିବେ ଶୁଭାଂଶୁ । ପ୍ରଥମ ଭାରତୀୟ ବାୟୁସେନାର ପାଇଲଟ୍ ଭାବେ ଶୁଭାଂଶୁ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନ୍ ଯିବେ ।

ଏହା ପୂର୍ବରୁ ଇସ୍ରୋର ଗଗନଯାନ ଅଭିଯାନ ପାଇଁ ଚୟନ ହୋଇ ଟ୍ରେନିଂ ନେଇ ସାରିଛନ୍ତି ଶୁଭାଂଶୁ । ପେଗି ହ୍ବିଟସନ୍ ମିଶନ୍‌ ଫୋର ଅଭିଯାନର କମାଣ୍ଡ ସମ୍ଭାଳିବେ । ଆଉ ଏହି ମିଶନ୍‌ର ପାଇଲଟ ହେବେ ଶୁଭାଂଶୁ । ଏପ୍ରିଲ-ଜୁନ୍ ମାସ ମଧ୍ୟରେ ଏମାନେ ମହାକାଶକୁ ଯିବେ । ରାକେଶ ଶର୍ମାଙ୍କ ପରେ ମହାକାଶକୁ ଯିବାରେ ଦ୍ବିତୀୟ ଭାରତୀୟ ହେବାକୁ ଯାଉଛନ୍ତି ଶୁଭାଂଶୁ ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button