ଘରେ କିପରି ସୁଖଶାନ୍ତି ବୃଦ୍ଧି ହୋଇଥାଏ- Ajira Anuchinta

ଆଜିକା ସମୟରେ ସମସ୍ତଙ୍କ ଘରେ କିଛି ନା କିଛି ଅସୁବିଧା ହୋଇଥାଏ, ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ବାସ୍ତୁ ଶାସ୍ତ୍ର ଅନୁଯାଇ କାମ କରିବା ଦ୍ୱାରା ଘରେ ସୁଖ ଶାନ୍ତି ଆସିଥାଏ, ଯଦି ମଣିଷ ବାସ୍ତୁ ଅନୁଯାଇ କାମ କରିଥାଏ । ଭଗବାନ ସମସ୍ତଙ୍କୁ ବଞ୍ଚିବା ପାଇଁ ସଠିକ ଉପଦେଶ ଦେଇଛନ୍ତି ଯେଉଁ ବ୍ୟକ୍ତି ଗୀତା ବା ପୁରାଣ ଅନୁଯାଇ କର୍ମ କରିଥାଏ ତାଙ୍କ ଜୀବନରେ ସୁଖ ଆଉ ଶାନ୍ତି ରହିଥାଏ ଯିଏ ଭୁଲ କାମ କରିଥାଏ ତାକୁ ଧନ ପ୍ରାପ୍ତ ହେଲେ ମଧ୍ୟ ଜୀବନରେ ଶାନ୍ତି ଆଉ ସୁଖ ନଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା କରିବା ଦ୍ୱାରା ଆପଣଙ୍କ ଜୀବନ ସବୁ ସମସ୍ୟା ବହୁତ ସହଜରେ ଦୁର ହୋଇଥାଏ ।
୧- ଶାସ୍ତ୍ର ଅନୁଯାଇ ଘରେ ଝାଡୁ କେବେ ଠିଆ କରି ରଖିବା ଉଚିତ ନୁହଁ, ଏହା କରିବା ଦ୍ୱାରା ମାତା ଲକ୍ଷ୍ମୀ ରୁଷ୍ଠ ହୋଇଥାନ୍ତି ଆଉ ଆପଣଙ୍କ ଘରକୁ ଦାରିଦ୍ର୍ୟତା ଆସିଥାଏ ।
୨- ଶାସ୍ତ୍ର ଅନୁଯାଇ କେବେ ବି ଦକ୍ଷିଣ ଦିଗରେ ପାଦ କରି ଶୋଇବା ଉଚିତ ନୁହେଁ କୁହା ଯାଇଥାଏ ଜେ ଏହି ଦିଗ ମୃତ୍ୟୁ ଦେବତା ଜମ ରାଜାଙ୍କ ଅଟେ ଆଉ ତାଙ୍କୁ ପାଦ ଦେଖାଇବା ଉଚିତ ନୁହେଁ ।
୩- ଘରେ ଯଦି ସୁଖ ଆଉ ଶାନ୍ତି ବାତାବରଣ ଚାହୁଁ ଥାନ୍ତି ତେବେ ଆପଣଙ୍କୁ ସକାଳୁ ଉଠି ଘରେ ଭକ୍ତି ଗିତ ବା ଭଜନ ଶୁଣିବା ଉଚିତ ଏହା ଦ୍ୱାରା ମନ ଆଉ ଆତ୍ମା ପବିତ୍ର ହୋଇଥାଏ ।
୪- ଶାସ୍ତ୍ର ଅନୁଯାଇ ଯେଉଁ ଘରେ ଲୋକେ ଖଟ ଉପରେ ଖାଦ୍ୟ ଖାଇଥାନ୍ତି ତାଙ୍କ ଘର କେବେ ଉନ୍ନତି କରି ପାରିନଥାଏ ଆଉ ଏହି ଭଳି ଘରେ ସବୁବେଳେ କାହାର ନା କାହାର ଦେହ ନିଶ୍ଚିନ୍ତ ଖରାପ ହୋଇଥାଏ ।
୫- ଶାସ୍ତ୍ର ଅନୁଯାଇ ଯେଉଁ ଘରେ ଲୋକ ନିଜ ଶୋଇବା ଘରେ ଆଇନା ରଖନ୍ତି ତାଙ୍କ ଘରେ ନକାରାତ୍ମକ ଉର୍ଜଆ ଅଧିକ ବାସ କରିଥାଏ, ତେବେ ଯଦି ରଖିବାକୁ ପଡ଼ିଥାଏ ତେବେ ତାକୁ ଢାଙ୍କି କି ରଖିବା ଉଚିତ ଅଟେ ।
୬- ଘରେ ସବୁବେଳେ ସକାରାତ୍ମକ ଉର୍ଜା ବାସ କରୁ ଆଉ ସବୁ କିଛି ଭଲ ରହୁ ତାହା ପାଇଁ ମୁଖ୍ୟ କବାଟ ପାଖରେ ଡାହାଣ ପଟକୁ ସ୍ଵସ୍ତିକ ଚିହ୍ନ ସିନ୍ଦୂର ଦ୍ୱାରା ଆଙ୍କି ଦିଅନ୍ତୁ ଆପଣଙ୍କ ଘରେ କେବେ କିଛି ଅଶୁଭ ହବ ନାହିଁ ।
୭- ଘରର ମୁଖ୍ୟ ଦ୍ଵାର ରେ କେବେ ବି ଚପଲ ଯୋତା ଫୋପାଡି ରଖନ୍ତୁ ନାହିଁ ଏହା ଆପଣଙ୍କ ଘର ପାଇଁ ବହୁତ ଅଶୁଭ ହୋଇଥାଏ ।