ରାଜ୍ୟ
୩ ଦିନ ଥଣ୍ଡା ରହିବ
![](https://kalinganews.com/wp-content/uploads/2025/01/g-udayagiri-winter2-780x470.webp)
ଭୁବନେଶ୍ବର: ପଶ୍ଚିମାଝଡ଼ ଅପସାରଣ ପରେ ରାଜ୍ୟରେ ଉତ୍ତରପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ବୃଦ୍ଧି ପାଇଛି। ଏହାଦ୍ବାରା ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରି ଯାଏଁ ହ୍ରାସ ଘଟିଛି। ରାଜ୍ୟର ଉତ୍ତରପଶ୍ଚିମ ଭାଗରେ ପାରଦ ତଳ ମୁହାଁ ହୋଇଛି। ଘୁ.ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୬.୪ ଡିଗ୍ରି ରହିଥିବା ବେଳେ ସିମିଳିଗୁଡ଼ାରେ ୯.୧, ଫୁଲବାଣୀରେ ୯.୫, ସୁନ୍ଦରଗଡ଼ ଓ କିରେଇରେ ୯.୮ ଡିଗ୍ରି ରହିଥିଲା। ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ଅନେକ ସ୍ଥାନରେ ଶୀତ ବୃଦ୍ଧି ପାଇଛି। ଆସନ୍ତା ଦୁଇ ଦିନ ମଧ୍ୟରେ ଉପକୂଳ ଓଡ଼ିଶା ସମେତ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ଘନ କୁହୁଡ଼ି ହେବାର ଆଶଙ୍କା ରହିଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।