ରାଜ୍ୟ

୪ ଦିନରେ ସରିବ ଇ-କେୱାଇସି, ୪୦ ଲକ୍ଷ କରିନାହାନ୍ତି ଅପଡେଟ୍‌

ଭୁବନେଶ୍ବର: ଆସନ୍ତା ୪ଦିନ ବା ଚଳିତମାସ ୩୧ ତାରିଖରେ ରାଜ୍ୟରେ ରାସନକାର୍ଡ ହିତାଧିକାରୀଙ୍କ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଶେଷ ହେବ। ‌ହେଲେ ବର୍ତ୍ତମାନ ସୁଦ୍ଧା ୪୦ ଲକ୍ଷରୁ ଅଧିକ ନିଜର ଇ‌-କେୱାଇସି ଅପଡେଟ୍‌ କରିନାହାନ୍ତି। ଯଦି କୌଣସି ବ୍ୟକ୍ତି ଧାର୍ଯ୍ୟ ସମୟ ଭିତରେ ଇ-କେୱାଇସି କରିପାରି ନ ନାହାନ୍ତି ସେମାନେ ଉପଯୁକ୍ତ କାରଣ ଦର୍ଶାଇ ଲିଖିତ ଭାବେ ଜଣାଇଲେ ରାଜ୍ୟ ସରକାର ତାଙ୍କ ଇ-କେୱାଇସି ଉପରେ ବିଚାର କରିବେ। ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ଏହି ସୂଚନା ଦେଇଛନ୍ତି।

ଶ୍ରୀ ପାତ୍ର କହିଛନ୍ତି ଯେ ରାଜ୍ୟରେ ମୋଟ ୩କୋଟି ୩୫ଲକ୍ଷ ୫୭୦ଜଣ ଇ-କେୱାଇସି କରିବାର ଥିଲା। ତହିଁରୁ ୨କୋଟି ୯୪ଲକ୍ଷ ୫୯ହଜାର ୮୮୬ଜଣ ଇ-କେୱାଇସି ଅପଡେଟ୍‌ କରିସାରିଲେଣି। ରାଜ୍ୟ ବାହାରେ ୧ଲକ୍ଷ ୩୦ହଜାର ୨୬ଜଣ ନିଜର ଡାଟା ଅପଡେଟ୍‌ କରିସାରିଛନ୍ତି। ବୋଧହୁଏ ଅଯୋଗ୍ୟ ଓ ମୃତ ବ୍ୟକ୍ତି ଇ-କେୱାଇସି କରିବାକୁ ଆସୁନାହାନ୍ତି। ଚଳିତମାସ ୩୧ ତାରିଖ ପରେ ଯଦି ଅଭିଯୋଗ ଆସେ ତାହାଲେ ବିଚାର କରାଯିବ ବୋଲି ‌ସେ କହିଛନ୍ତି। ଉଲ୍ଲେଖ ଯେ ରାଜ୍ୟରେ ଅନେକ ସରକାରୀ କର୍ମଚାରୀ, ଆୟକରଦାତା ରାସନ କାର୍ଡ ହାତେଇଥିବା ନେଇ ଯୋଗାଣ ମନ୍ତ୍ରୀ ଚମକାଇବା ଭଳି ବୟାନ ଦେଇଥିଲେ। ଏପରିକି ପ୍ରତି ବ୍ଲକ୍‌ରେ ୩ଶହରୁ ୪ଶହ ଏଭଳି ଅଯୋଗ୍ୟ ହିତାଧିକାରୀ ରହିଥିବା କହିଥିଲେ। ତେଣୁ ‌ଅଯୋଗ୍ୟ ହିତାଧିକାରୀମାନେ ନିଜର ରାସନ କାର୍ଡ ତୁରନ୍ତ ଫେରାଇବାକୁ ମନ୍ତ୍ରୀ ନିବେଦନ କରିଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button