ସ୍ୱାସ୍ଥ୍ୟ

କେଉଁ ସବୁ ରୋଗର ଅବ୍ୟର୍ଥ ଔଷଧ କଞ୍ଚା କଦଳୀ?

ପାଚିଲା କଦଳୀ ପ୍ରାୟ ସମସ୍ତଙ୍କ ପ୍ରିୟ। ସମସ୍ତେ ଏହାକୁ ଖାଇବାକୁ ଭଲ ପାଆନ୍ତି। କେତେବେଳେ ଚୁଡ଼ା ସହିତ ଚକଟି ଖାଆନ୍ତି ତ ଆଉ କେତେବେଳେ କଦଳୀର ସ୍ପେଶାଲ୍‌ ସେକ୍ ବନାଇ ପିଅନ୍ତି। ହେଲେ କଞ୍ଚା କଦଳୀ ଖାଇବାକୁ ଅନେକ ଭଲ ପାଆନ୍ତି ନାହିଁ। ଆଜି ଆମେ ଆପଣଙ୍କୁ କଞ୍ଚା କଦଳୀର ଏପରି ୫ଟି ଚମତ୍କାରୀ ଗୁଣ ବିଷୟରେ କହିବୁ, ଯାହାକୁ ଜାଣିବା ପରେ ଆପଣ ପାଚିଲା କଦଳୀ ସହ କଞ୍ଚା କଦଳୀ ମଧ୍ୟ ଖାଇବା ଆରମ୍ଭ କରି ଦେବେ।

୧. କୋଷ୍ଠ କାଠିନ୍ୟ

କଞ୍ଚା କଦଳୀରେ ଫାଇବର୍ ଓ ହେଲ୍‌ଦି ସ୍ଟାର୍ଚ ଥାଏ। ଏହା ଅନ୍ତନଳୀରେ କୌଣସି ହାନିକାରକ ତତ୍ତ୍ୱକୁ ଜମିବାକୁ ଦିଏ ନାହିଁ। ତେଣୁ ସବୁଦିନେ କଞ୍ଚା କଦଳୀ ଖାଇଲେ କୋଷ୍ଠ କାଠିନ୍ୟ ସମସ୍ୟା ଦୂର ହୋଇଥାଏ।

୨.ଓଜନ ହ୍ରାସ ପାଇଥାଏ

କଞ୍ଚା କଦଳୀ ଖାଇଲେ ଶରୀରର ମେଦ ହ୍ରାସ ପାଇଥାଏ। ଏଥିରେ ଫାଇବର ଥାଏ, ଯାହା ଏକ୍ସଟ୍ରା ଫ୍ୟାଟ୍ ସେଲଗୁଡିକୁ ନଷ୍ଟ କରି ଦିଏ।

 

୩.ଭୋକ ନିୟନ୍ତ୍ରଣ କରେ

କଞ୍ଚା କଦଳୀ ଶରୀରର ମେଦ ହ୍ରାସ କରବା ସହ ଭୋକ ମଧ୍ୟ କମାଇଥାଏ। ଏଥିରେ ଥିବା ଫାଇବର ଓ ଅନ୍ୟ ପୋଷକ ତତ୍ତ୍ୱ ଭୋକକୁ ନିୟନ୍ତ୍ରଣ କରିଥାଏ।

୪. ସୁଗାରର ସ୍ତର ନିୟନ୍ତ୍ରଣ କରେ

ଯଦି ଆପଣ ଡାଏବେଟିସ୍‌ ବା ମଧୁମେହ ରୋଗର ପ୍ରାଥମିକ ସ୍ତରରେ ଅଛନ୍ତି, ତା’ହେଲେ କଞ୍ଚା କଦଳୀ ଖାଆନ୍ତୂ। ଏହା ରକ୍ତରେ ସୁଗାରର ମାତ୍ରା କମ୍ କରିଥାଏ।

୫.ହଜମ କ୍ରିୟାରେ ସୁଧାର ଆଣେ

କଞ୍ଚା କଦଳୀ ହଜମକ୍ରିୟାକୁ ଭଲ ରଖେ। ପ୍ରତିଦିନ କଞ୍ଚା କଦଳୀ ଖାଇଲେ ପାଚନ କ୍ରିୟାରେ ସୁଧାର ଆସେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button