ସ୍ୱାସ୍ଥ୍ୟ

ଥଣ୍ଡାଦିନ ରେ ନିଜ ତ୍ଵଚାକୁ ସୁଦର ଓ ସ୍ଵସ୍ଥ ରଖିବା ପାଇଁ କରନ୍ତୁ ଏହି ଉପାୟ-

ଥଣ୍ଡା ଦିନରେ ଚ୍ୱଚା ଅତ୍ୟଧିକ ରିତୁ ଅନୁଯାଇ ପ୍ରଭାବିତ ହୋଇଥାଏ, କାହିଁକିନା ଥଣ୍ଡା ପାଇଁ ଆମ ତ୍ଵଚାର ସିକ୍ତତା କମି ଥାଏ ଯାହା ଫଳରେ ଆମ ତ୍ଵଚା ଶୁଷ୍କ ହେଇଥାଏ । ଅଲଗା ଅଲଗା ତ୍ଵଚା ଉପରେ ଏହାର ଅଲଗା ଅଲଗା ପ୍ରକାର ରେ ପ୍ରଭାବ ପଡିଥାଏ ଏବଂ ସେଥିପାଇଁ ଅଲଗା ଅଲଗା ଉପାୟ କରିବା ମଧ୍ୟ ଉଚିତ ଅଟେ । ଆସନ୍ତୁ ଜାଣିବା କେଉଁ ପ୍ରକାର ସ୍କିନ ପାଇଁ କେଉଁ ପ୍ରକାର ଉପାୟ ଆବଶ୍ୟକ ଅଟେ ।

ବ୍ୟୁଟି ଏକ୍ସପର୍ଟ ଅନୁଯାଇ ଏହି ରିତୁ ରେ ଲୋକଙ୍କୁ ନିଜ ସ୍କିନ ହାଇଡ୍ରେଟ କରିବା ଅତି ଆବଶ୍ୟକ ଅଟେ, ଏହା କରିବା ପାଇଁ କିଛି ଜିନିଷ ନିଜ ସବୁଦିନ କାର୍ଯ୍ୟ ସହ ମିଶେଇ କରନ୍ତୁ ।

ଗାଧେଇଲା ବେଳେ ଅଧିକ ଗରମ ପାଣି ଉପଯୋଗ କରନ୍ତୁ ନାହିଁ ହଲ୍କା ଗରମ ପାଣିରେ ଗାଧେଇବା ପାଇଁ ଚେଷ୍ଟା କରନ୍ତୁ କାହିଁକିନା ଗରମ ପାଣି ସ୍କିନ ଡ୍ରାୟ କରିଥାଏ ।

ଅତ୍ୟଧିକ ଧ୍ୟାନ ଦବାକୁ ପଡିବ :
ଏହି ଋତୁରେ ଗାଧେଇବା ଆଗରୁ ଦେହ ଉପରେ ଆଲିବ ତେଲ ଲଗାନ୍ତୁ ଓ ଗଧେଇବା ପରେ ପୁରା ଦେହରେ ମୋଇଶ୍ଚ୍ରାଇଜର ଲଗାନ୍ତୁ । ନିଜ ଦେହକୁ ଥଣ୍ଡା ଦିନ ପାଇଁ ପ୍ରସ୍ତୁତ କରିବା ପାଇଁ ଏତିକି କରିବା ଉଚିତ ନୁହେଁ ଏହା ଠାରୁ ଆହୁରି ଅଧିକ ଆବଶ୍ୟକ ଅଟେ, ଏହି କାମ ଗୁଡିକ ସବୁଦିନ ଫାଲୋ କରନ୍ତୁ ଓ ଦେଖନ୍ତୁ ଆପଣଙ୍କ ସ୍କିନ କେତେ ନରମ ରହିବ ।

ଡ୍ରାଇ ସ୍କିନ :
ଥଣ୍ଡା ଦିନରେ ଡ୍ରାଇ ସ୍କିନ ଉପରେ ସବୁଠାରୁ ଅଧିକ ପ୍ରଭାବ ପଡିଥାଏ ସେଥିପାଇଁ ସବୁଠାରୁ ଅଧିକ ସ୍କିନ ଧ୍ୟାନ ଏହି ପ୍ରକାର ଲୋକଙ୍କୁ ରଖିବାକୁ ପଡିବ । ତେଲ ଲଗାଇଲେ ଆପଣଙ୍କ ସ୍କିନ ନରମ ହୋଇଥାଏ ଓ କୌଣସି ପ୍ରକାର ଅସୁବିଧା ହୋଇ ନଥାଏ ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button