ଦେଶ- ବିଦେଶ

ଟ୍ରମ୍ପଙ୍କ ଆଗମନର ପ୍ରଭାବ ! ଷ୍ଟକ୍ ବଜାରରେ ହାହାକାର, ନିବେଶକଙ୍କ କ୍ଷତି ୭ ଲକ୍ଷ କୋଟି

ମୁମ୍ବାଇ: ମଙ୍ଗଳବାର ଭାରତୀୟ ଷ୍ଟକ ବଜାର ପାଇଁ ଅଶୁଭ ଦିନ ସାବ୍ୟସ୍ତ ହୋଇଥିଲା। ଷ୍ଟକ ବଜାରରେ ବଡ଼ଧରଣର ହ୍ରାସ ରେକର୍ଡ କରାଯାଇଛି। ବିଏସ୍ଇ ସେନସେକ୍ସ ୧୨୩୫.୦୮ ପଏଣ୍ଟ ହ୍ରାସ ପାଇ ୭୫,୮୩୮.୩୬ରେ ବନ୍ଦ ହୋଇଛି। ସେହିପରି ଏନଏସଇ ନିଫ୍ଟି ୩୨୦.୧୦ ପଏଣ୍ଟ ହ୍ରାସ ପାଇ ୨୩,୦୨୪.୬୫ରେ ବନ୍ଦ ହୋଇଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ପଡ଼ୋଶୀ ଦେଶଗୁଡ଼ିକ ଉପରେ ବାଣିଜ୍ୟ ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଛନ୍ତି। ଏହା ନିବେଶକଙ୍କ ଭାବନାକୁ ପ୍ରଭାବିତ କରିଛି।
ସେନସେକ୍ସରେ ଥିବା ୩୦ଟି ଷ୍ଟକ ମଧ୍ୟରୁ ମାତ୍ର ୪ଟି ଷ୍ଟକ ସବୁଜ ସଙ୍କେତରେ ରହିଛି ଓ ୨୬ଟିରେ ବଡ଼ ଧରଣର ହ୍ରାସ ରେକର୍ଡ କରାଯାଇଛି।
ଭାରତୀୟ ଷ୍ଟକ ବଜାରରେ ପ୍ରବଳ ବିକ୍ରି ଯୋଗୁଁ ନିବେଶକଙ୍କ ସମ୍ପତ୍ତି ୭.୧ ଲକ୍ଷ କୋଟି ଟଙ୍କାରୁ ଅଧିକ ନଷ୍ଟ ହୋଇଯାଇଛି, କାରଣ ବିଏସଇ ତାଲିକାଭୁକ୍ତ ସଂସ୍ଥାଗୁଡ଼ିକର ମୋଟ ବଜାର ପୁଞ୍ଜି ପୂର୍ବ ଅଧିବେଶନରେ ୪୩୧.୬ ଲକ୍ଷ କୋଟି ଟଙ୍କାରୁ ପ୍ରାୟ ୪୨୪.୫ ଲକ୍ଷ କୋଟି ଟଙ୍କାକୁ ଖସି ଆସିଛି।

ତେବେ ଡୋନାଲ୍ଡ ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ହେବା ମାତ୍ରେ ବଜାର କାହିଁକି ଏତେ ମାତ୍ରାରେ ହ୍ରାସ ପାଇଲା? ସୂଚନାଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ପଡ଼ୋଶୀ ଦେଶଗୁଡ଼ିକ ଉପରେ ବାଣିଜ୍ୟ ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଛନ୍ତି। ଏହା ନିବେଶକଙ୍କ ଭାବନାକୁ ପ୍ରଭାବିତ କରିଛି। ଏହି କାରଣରୁ ଆଜି ବିଶ୍ୱ ସମେତ ଭାରତୀୟ ବଜାରରେ ବଡ଼ ଧରଣର ହ୍ରାସ ଘଟିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button