ଦେଶ- ବିଦେଶ

ଥାନା ପରିସରରେ କାନ୍ଦିକାନ୍ଦି ଅଧିକାରୀଙ୍କ ବିରୋଧରେ ଅଭିଯୋଗ କରୁଛନ୍ତି ଇନ୍ସପେକ୍ଟର

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଝାନସୀର ଜଣେ ଇନ୍ସପେକ୍ଟର ଥାନା ପରିସରରେ ବସି କାନ୍ଦୁଥିବାର ଦେଖିବାକୁ ମିଳିଥିଲା। ଉକ୍ତ ଇନ୍ସପେକ୍ଟର ଜଣକ କାନ୍ଦିକାନ୍ଦି ତାଙ୍କର ଉଚ୍ଚଅଧିକାରୀଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ କରିଛନ୍ତି।

ଅଧିକପଢ଼ନ୍ତୁ:ହାଡ଼ ଖାଇଥିଲି, ବହୁତ ମଦ ପିଇଥିଲି; ଶ୍ମଶାନରେ ସାଧନା ସମୟରେ ଏସବୁ କରିଥିଲେ ଆଇଆଇଟି ବାବା

ଝାନସୀର ନବାବାଦ ଥାନା ପରିସରରେ ବସି ଇନ୍ସପେକ୍ଟର ମୋହିତ ଯାଦବ ଉଚ୍ଚଅଧିକାରୀଙ୍କ ବିରୋଧରେ ଅଭିଯୋଗ କରି କହିଥିଲେ, ‘ମୁଁ ଆରଆଇଙ୍କୁ ଛୁଟି ମାଗିବାକୁ ଯାଇଥିବା ବେଳେ ସେ ମୋତେ ଖରାପ ବ୍ୟବହାର କରିବା ସହିତ ମାଡ଼ ମାରିଥିଲେ। ଏନେଇ ଅଭିଯୋଗ କରିବା ପରେ ବି ଅନ୍ୟ ଉଚ୍ଚ ଅଧିକାରୀ କୌଣସି ପ୍ରକାର ଶୁଣାଣି କରୁ ନାହାନ୍ତି।।
ଏହି କାରଣରୁ ମୁଁ ଅନେକ ସମସ୍ୟା ଦେଇ ଗତି କରୁଛି। ଏଭଳି ଅଗ୍ରହଣୀୟ ବ୍ୟବସ୍ଥାରେ ମୁଁ ରହିବାକୁ ଚାହୁଁ ନାହିଁ। ଅନେକଥର ଇସ୍ତଫା ମଧ୍ୟ ଦେଇଛି କିନ୍ତୁ ମୋର ଇସ୍ତଫା ପତ୍ର ସ୍ବୀକାର କରାଯାଉନାହିଁ। ଅନେକ ଥର ଜୀବନ ହାରିବାକୁ ବି ଚିନ୍ତା କରିଛି କିନ୍ତୁ ପରିବାରଲୋକଙ୍କ ମୁହଁ ଚାହିଁ ପଛଘୁଞ୍ଚା ଦେଇଛି।’

ଅଧିକପଢ଼ନ୍ତୁଛୁରୀ ଆଉ ଟିକେ ଗଭୀରକୁ ଯାଇଥିଲେ ପକ୍ଷାଘାତ ହୋଇଯାଇଥାନ୍ତା: ସୈଫଙ୍କ ଡାକ୍ତର

ମୋହିତଙ୍କ ଏଭଳି ଅଭିଯୋଗ ପରେ ପୁଲିସ ଅଧିକାରୀ ଜ୍ଞାନେନ୍ଦ୍ର କୁମାର କହିଛନ୍ତି, ‘ଇନ୍ସପେକ୍ଟର ମୋହିତ ଯାଦବ ୨୦୨୩ ନଭେମ୍ବରରେ ଲଲିତପୁରରୁ ବଦଳି ହୋଇ ଝାନସୀ ଆସିଥିଲେ। ଡିୟୁଟିରେ ଅବହେଳା ହେତୁ ତାଙ୍କୁ ନିଲମ୍ବନ କରି ଦିଆଯାଇଛି। ତାଙ୍କ ବିରୋଧରେ ଚାରିଟି ଯାଞ୍ଚ ଚାଲିଛି। ମୋହିତ ଅଧିକାରୀଙ୍କ ବିରୋଧରେ କରିଥିବା ଅଭିଯୋଗ ମିଥ୍ୟା ଅଟେ। ଯାଞ୍ଚ ଶେଷ ପରେ ହିଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button