ରାଜ୍ୟ

ବିଦ୍ୟାଳୟ ହେଉଛି ଶିକ୍ଷା ରୂପକ ମନ୍ଦିର, ଶିକ୍ଷାର୍ଥୀ ହେଉଛନ୍ତି ଭଗବାନ’

ବୀରମହାରାଜପୁର: ବିଦ୍ୟାଳୟ ହେଉଛି ଶିକ୍ଷାର ମନ୍ଦିର। ଏହି ମନ୍ଦିରରେ ପିଲାମାନେ ହେଉଛନ୍ତି ଭଗବାନ, ଯେଉଁମାନେ ନିଷ୍କପଟ ଓ ନିଷ୍କଳଙ୍କ। ବିଦ୍ୟାଳୟର ପିଲାମାନେ ଅନ୍ୟମାନଙ୍କ ପ୍ରତି କୌଣସି ଖରାପ ଦୃଷ୍ଟି ନଥାଏ। ଏଭଳି ଦେବତାମାନଙ୍କର ଭବିଷ୍ୟତକୁ କିଭଳି ଗଢ଼ାଯାଇ ପାରିବ, ସେଥିପାଇଁ ଶିକ୍ଷକମାନେ ପୂଜାରୀ ଭାବେ ସେବା ପ୍ରଦାନ କରିଥାନ୍ତି। ଭଗବାନ ରୂପୀ ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଗଢ଼ିବା ପାଇଁ ଶିକ୍ଷକମାନେ ଅନବରତ କାମ ଜାରି ରଖିଥାନ୍ତି। ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ଏହା କହିଛନ୍ତି।

ଅମରପାଲି ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ଭୋଇ କହିଥିଲେ, ୩୪ ବର୍ଷ ପୂର୍ବେ ଅମରପାଲି ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠା ହୋଇଥିଲା। ସେହିଦିନ ଠାର ଏଠାରୁ ୨୬୬୧ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ଦେଶ-ବିଦେଶର ବିଭିନ୍ନ ସ୍ଥାନରେ ନିୟୋଜିତ ଅଛନ୍ତି। ସେମାନେ ନିଜନିଜ କର୍ମକ୍ଷେତ୍ରରେ ପ୍ରତିଷ୍ଠିତ ହୋଇ ସୁନାମ ଅର୍ଜନ କରୁଛନ୍ତି। ଏହି ଅନୁଷ୍ଠାନ ହେଉଛି ଏକ ମଣିଷଗଢ଼ା କାରଖାନା। ସେଥି ପାଇଁ ଯେତେ ପ୍ରଶଂସା କଲେ ମଧ୍ୟ କମ୍‌ ପଡ଼ିଯିବ। କେବଳ ବୀରମହାରାଜପୁର ନୁହେଁ କି ସୁବର୍ଣ୍ଣପୁର ନୁହେଁ। ବରଂ ଏଠାକାର ଉଚ୍ଚମାନର ଶିକ୍ଷାଦାନ ବ୍ୟବସ୍ଥା ଏବଂ ପିଲାମାନଙ୍କର ଲକ୍ଷ୍ୟ ଯୋଗୁଁ ଏହି ବିଦ୍ୟାଳୟ ରାଜ୍ୟରେ ଏକ ଛାପ ଛାଡ଼ି ଯାଇଛି।

ଏହା ପୂର୍ବରୁ ଶ୍ରୀ ଭୋଇ ବାର୍ଷିକ ଉତ୍ସବର ତାତ୍ପର୍ଯ୍ୟ ନେଇ କହିଥିଲେ, ଏହା କୌଣସି ଅନୁଷ୍ଠାନ ପାଇଁ ଏକ ଗୌରବ ତଥା ଐତିହାସିକ ବିଷୟ ଅଟେ। ଏହି ଉତ୍ସବ ମାଧ୍ୟମରେ ଗୋଟିଏ ବର୍ଷ ଭିତରେ ଅନୁଷ୍ଠାନର ଗୋଟିଏ ବର୍ଷ ଭିତରେ ଯାହା ସବୁ କାର୍ଯ୍ୟକ୍ରମ ହାତକୁ ନେଇଥାଏ, ଏସୁବର ବିଷଦବିବରଣୀ ଉପସ୍ଥାପନା କରାଯାଇଥାଏ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button