ରାଜ୍ୟ
ପାରିବାରିକ କଳହର କରୁଣ ପରିଣତି: ରେଳ ଧାରଣାରେ ଜୀବନ ଦେଲେ ମହିଳା

ଟିଟିଲାଗଡ: ପାରିବାରିକ କଳହର କରୁଣ ପରିଣ ଟିଟିଲାଗଡ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ରାତିରେ ସ୍ବାମୀଙ୍କ ସହ ଝଗଡ଼ା ପରେ ଜଣେ ମହିଳା ଘରୁ ରାଗି ଚାଲିଯାଇଥିଲେ। ଶନିବାର ସକାଳେ ସିରୋଲ ଗାଁ ରେଳ ଧାରଣାରୁ ମହିଳାଙ୍କ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳାଜଣକ ହେଲେ ୨୫ ବର୍ଷୀୟା କମଳା ରଣା।
ଶନିବାର ସକାଳେ ସିରୋଲ ଗାଁ ରେଳ ଧାରଣାରେ ଏକ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ଜିଆରପିକୁ ଖବର ଦେଇଥିଲେ। ଜିଆରପି କର୍ମଚାରୀ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏହାର ତଦନ୍ତ ଆରମ୍ଭ କରିଛନ୍ତି।
ଖବର ପାଇ କମଳା ରଣାଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହି ମାମଲାର ଅଧିକ ତଦନ୍ତ ଚାଲିଥିବା ଜିଆରପି ଅଧିକାରୀ କହିଛନ୍ତି।




