ରାଜ୍ୟ

ପଶ୍ଚିମା ଝଡ: ୭ ଜିଲ୍ଲାକୁ ବର୍ଷା ୱାର୍ଣ୍ଣିଂ

ଭୁବନେଶ୍ବର: ପଶ୍ଚିମା ଝଡ଼ ପ୍ରଭାବରେ ଆଜି(ଶନିବାର) ଏବଂ ଆସନ୍ତାକାଲି(ରବିବାର) ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ପଶ୍ଚିମ ଓ ଉତ୍ତର ଓଡ଼ିଶାର କେତେକ ଅଞ୍ଚଳରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।

ପୂର୍ବରୁ ୩ ଦିନ ଧରି ରାଜ୍ୟରେ ଲଗାତାର ଅଦିନିଆ ବର୍ଷା ଲାଗି ରହିଥିଲା। ୨ ଦିନ ଶୁଖିଲା ପାଗ ରହିବା ପରେ ଆଜି ରାଜ୍ୟରେ ପୁଣିଥରେ ବର୍ଷା ଦେଖାଯିବାର ସମ୍ଭାବନା ରହିଛି । ଆଜି ଏବଂ ଆସନ୍ତାକାଲି ରାଜ୍ୟର କିଛି ସ୍ଥାନରେ ବର୍ଷା ହେବା ନେଇ ସମ୍ଭାବନା ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଛାଡିବା ପରେ ଶୀତର ପ୍ରକୋପ ବୃଦ୍ଧି ପାଇବ । ୩୦ ତାରିଖ ବେଳକୁ ରାଜ୍ୟରେ ରାତି ତାପମାତ୍ରା କମିବା ସହ ଶୀତ ବଢ଼ିବ। ନୂଆବର୍ଷବେଳକୁ ରାଜ୍ୟରେ ଶୀତ ପ୍ରକୋପ ଅଧିକ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ପାଣିପାଗ ବିଭାଗର ଆକଳନ ଅନୁସାରେ ଆଜି ବରଗଡ, ବଲାଙ୍ଗୀର, ନୂଆପଡା, ଝାରସୁଗୁଡା, ସୁନ୍ଦରଗଡ, ସୋନପୁର ଏବଂ ସମ୍ବଲପୁରରେ ବର୍ଷାର ସମ୍ଭାବନା ରହିଛି । ବାକି ଅଞ୍ଚଳରେ ଆଜି ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ କହିଛି । ସେହିପରି ଆସନ୍ତାକାଲି(ରବିବାର) ଦିନ ସୁନ୍ଦରଗଡ, କେନ୍ଦୁଝର, ଝାରସୁଗୁଡା, କନ୍ଧମାଳ ଏବଂ କଳାହାଣ୍ଡିରେ ବର୍ଷାର ସମ୍ଭାବନା ରହିଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button