ଜ୍ୟୋତିଷ

” କାର୍ତ୍ତିକ ମାସ ” ରେ ପ୍ରତିଦିନ ଘରେ ଏହିଠାରେ ଜଳାନ୍ତୁ 1 ଦୀପ ମା ଲକ୍ଷ୍ମୀ ପ୍ରସନ୍ନ ହେବେ ଧନ,ଦୌଲତ,ବ୍ୟାଙ୍କ ବାଲାନ୍ସ, ଚାକିରୀ ବେପାର..

ହିନ୍ଦୁ ଧର୍ମରେ କାର୍ତ୍ତିକ ମାସକୁ ବହୁତ ପବିତ୍ର ମାସ ବୋଲି ବିଶ୍ୱାସ କରାଯାଏ | କାର୍ତ୍ତିକ ମାସରେ ମୁଖ୍ୟତଃ ଭଗବାନ ଶିବ, ତୁଳସୀ ଏବଂ ଶ୍ରୀହରି ବିଷ୍ଣୁ ଙ୍କର ପୂଜା କରାଯାଇଥାଏ | କାର୍ତ୍ତିକ ମାସରେ ତୁଳସୀ ମୂଳରେ ଦୀପ ଜାଳିବାର ପ୍ରଥା ମଧ୍ୟ ରହିଛି | ଏହିପରି କରିବା ଦ୍ୱାରା ଭଗବାନ ବିଷ୍ଣୁ ପ୍ରସନ୍ନ ହୋଇଥାନ୍ତି | ପୁରାଣ ଶାସ୍ତ୍ର ରେ କୁହାଯାଇଛି କାର୍ତ୍ତିକ ମାସରେ ତୁଳସୀର ଜନ୍ମ ହୋଇଥିଲା, ଏବଂ ଏହା ମଧ୍ୟ କୁହାଯାଏ ଭଗବାନ ଶ୍ରୀହରିଙ୍କ ପୂଜା ତୁଳସୀ ବିନା ସମ୍ପୂର୍ଣ ହୋଇନଥାଏ | ତେବେ ବନ୍ଧୁଗଣ କାର୍ତ୍ତିକ ମାସରେ ଦୀପ ଦାନର ବହୁତ ମହତ୍ୱ ରହିଛି | ଏହି ମାସରେ ଭଜନ, ପୂଜନ ଏବଂ ଦାନ କରିବା ଅତ୍ୟନ୍ତ ମହତ୍ୱପୂର୍ଣ ହୋଇଥାଏ | କାର୍ତ୍ତିକ ମାସ ରେ ମା ଲକ୍ଷ୍ମୀଙ୍କୁ ଦୀପ ଦାନର ଖାସ ଉପାୟ ବିଷୟରେ ମଧ୍ୟ କୁହାଯାଇଛି | ତେବେ ଆସନ୍ତୁ ଜାଣିବା ସେହି ବିଷୟରେ..

କାର୍ତ୍ତିକ ମାସରେ ଦୀପ ଦାନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ, ଏବଂ ବିଶ୍ୱାସ କରାଯାଏ କି ଦୁନିଆ ସବୁଠୁ ବଡ ଗ୍ରହ ସୂର୍ଯ୍ୟ ଏହି ମାସ ରେ ତୁଳା ରାଶିକୁ ଆସିଥାନ୍ତି | ସେଥିପାଇଁ ପୁରା ଦୁନିଆ ଅନ୍ଧକାର ହୋଇଯାଏ ସେଥିପାଇଁ ଦୀପ ଦାନ କରିବା ଦ୍ୱାରା ବିଶେଷ ପୁର୍ଣ୍ୟ ଫଳ ମିଳିବା ସହ ଆମକୁ ସକାରାତ୍ମକ ଉର୍ଜା ମଧ୍ୟ ପ୍ରାପ୍ତ ହୋଇଥାଏ | ପୁରାଣ ରେ କୁହାଯାଏ କି ମହାଦେବ ଶିବ ହିଁ କାର୍ତିକ ମାସରେ କାର୍ତ୍ତିକ ଙ୍କୁ ଦୀପ ଦାନର ମହତ୍ୱ ବିଷୟରେ କହିଛନ୍ତି | କାର୍ତ୍ତିକ ମାସର ଶୁଳ୍କ ପକ୍ଷ ର ଏହି 5 ଦିନ ଦୀପ ଦାନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ – ରମା ଏକାଦଶୀ,ଦ୍ୱାଦଶୀ, ଧନତେରସ,ନର୍କ ଚତୁର୍ଦଶୀ, ଦୀପାବଳୀ |ଏହି ଦିନ ଅତ୍ୟନ୍ତ ଶୁଭ ହୋଇଥାଏ ଏହିଦିନ ଦୀପ ଦାନ କରିବା ଦ୍ୱାରା ସମସ୍ତ ଇଚ୍ଛା ପୂର୍ଣ୍ଣ ହୁଏ |

 

ଅଗ୍ନି ପୁରାଣ ଅନୁସାରେ ଯିଏ ଦେବ ମନ୍ଦିର, ବ୍ରାହ୍ମଣ ଘର କିମ୍ଵା ଗରିବ ଲୋକଙ୍କୁ ଦୀପ ଦାନ କରେ ତାଙ୍କୁ ସବୁକିଛି ପ୍ରାପ୍ତ ହୋଇଯାଏ | ପଦ୍ମ ପୁରାଣ ଅନୁସାରେ ଯଦି ମନ୍ଦିରରେ ଏବଂ ନଦୀରେ ଆପଣ ଦୀପ ଦାନ କରନ୍ତି ତେବେ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି | ଏବଂ ଦୁର୍ଗମ ସ୍ଥାନ ଆଉ ଭୂମି ରେ ଦୀପ ଦାନ କରିବ ଦ୍ଵାରା ବ୍ୟକ୍ତି ନର୍କ ଯିବାରୁ ବଞ୍ଚିଯାଏ | ତେଣୁ କାର୍ତ୍ତିକ ମାସରେ ଦୀପ ଜାଳିବା ଶୁଭ ହୋଇଥାଏ | ତେବେ ଯେଉ ବ୍ୟକ୍ତି କାର୍ତ୍ତିକ ମାସରେ ସନ୍ଧ୍ୟା ସମୟରେ ଶିବ ମନ୍ଦିରରେ ଘିଅ ର ଦୀପ ଜାଳିଥାଏ ତାଙ୍କୁ ସ୍ୱର୍ଗ ପ୍ରାପ୍ତି ହୋଇଥାଏ |ତେବେ ଦୀପ ଦାନ କିପରି କରିବେ?ଆପଣ ମାଟି ଦୀପ ଜଳାନ୍ତୁ ଏବଂ ନୂଆ ଦୀପ ଦାନ କରନ୍ତୁ | ପୁରୁଣା କିମ୍ଵା, ଦ୍ୱିତୀୟ ଥର ବ୍ୟବହାର ହେଉଥିବା ଦୀପ ଜଳାନ୍ତୁ ନାହିଁ |

ତେବେ ଗୋଟିଏ ମାଟି ରା ଦୀପ ନିଅନ୍ତୁ ଏବଂ ସନ୍ଧ୍ୟା ସମୟରେ ଦୀପରେ ଗାଈ ଘିଅ, ଏବଂ ନାଲି ସୂତାର ବତୀ ରଖନ୍ତୁ | ସେହି ଦୀପ ରେ ଗୋଟିଏ ଦାନା ଚାଉଳ ହଳଦୀ ମିସେଇକି ପକାନ୍ତୁ,ଏବଂ ଏହା ପରେ ସେହି ଦୀପ କୁ ପାଖରେ ଥିବା ଶିବ ମନ୍ଦିରରେ ଜାଳାନ୍ତୁ | ଧ୍ୟାନ ରଖନ୍ତୁ ମାଟିରେ ଦୀପ ରଖି ଜଳାନ୍ତୁ ନାହିଁ, ଦୀପ ତଳେ କିଛି ଚାଉଳ କିମ୍ବା ଫୁଲର ପାଖୁଡା ରଖିଦିଅନ୍ତୁ | ଏବଂ ଏହାପରେ ହାତ ଯୋଡି ପ୍ରଥନା କରନ୍ତୁ ଏବଂ ନିଜ ଭୁଲର କ୍ଷମା ମାଗନ୍ତୁ | ଏହି ମାସ ରେ ଦୁଇ ମୁଖି ଦୀପ ଆପଣ ବେଲ ଗଛ ମୂଳେ ଜାଳାନ୍ତୁ ଏହା ଦ୍ୱାରା ଧନର ଅସୁବିଧା ଦୂର ହେବ | ତେବେ ଭିନ୍ନ ଭିନ୍ନ ମନୋସ୍କାମନା ପାଇଁ ଅଲଗା ଅଲଗା ପ୍ରକାରର ଦୀପ ଜଳାଯାଇଥାଏ | ଏହିପରି କରିବା ଦ୍ୱାରା ସମସ୍ତ ମନୋସ୍କାମନା ଏହି ମାସରେ ପୂର୍ଣ୍ଣ ହୋଇଯାଇଥାଏ | ତେବେ ଆସନ୍ତୁ ଜାଣିବା..

ତେବେ ଏକ ମୁଖି ଦୀପ ସରଳ ମନୋକାମନା ପାଇଁ ଏହି ମାସରେ ତୁଳସୀ ତଳେ ଜଳାଯାଇଥାଏ | ତେବେ କାର୍ତିକ ମାସରେ ଦୁଇ ମୁଖି ଦୀପ ମହାଦେବ ଙ୍କ ପାଖରେ ଜାଳିବା ଦ୍ଵାର ଆପଣଙ୍କୁ ରୋଗରୁ ମୁକ୍ତି ମିଳିଥାଏ | ତେବେ ତିନି ମୁଖି ଦୀପ ଆପଣ କାର୍ତ୍ତିକ ମାସ ରେ କୌଣସି ବି ଭଗବାନ ଙ୍କ ନିକଟରେ ଜଳାନ୍ତୁ ଏହା ଦ୍ୱାରା ଶତ୍ରୁ ବିରୋଧୀ କମ ହୋଇଥାନ୍ତି | ଚାରି ମୁଖି ଦୀପ କୁ ବିଶେଷ ଲାଭ ପାଇଁ ଜଳାଯାଇଥାଏ ଏହାକୁ କାର୍ତିକ ମାସ ରେ ନିଜ ଘର ଠାକୁର ଘରେ ଜଳାନ୍ତୁ ଏହାକୁ ଜାଳିବା ଦ୍ୱାରା ଆପଣଙ୍କର ଧନ ଜନିତ ସମସ୍ୟା ଦୂର ହେବ ଏବଂ ଗୃହ ଜନିତ ସମସ୍ୟା ଦୂର ହେବ |

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button