ଜ୍ୟୋତିଷ

ମହା ଶିବରାତ୍ରୀ (18 February) ଜାଗର ଘରେ ରାତିରେ ଏହି ଜାଗାରେ ଜଳାନ୍ତୁ 1 ଦୀପ, ତା ପରେ ଦେଖିବେ ଚମତ୍କାର

ବନ୍ଧୁଗଣ ଆଜି ଆପଣଙ୍କ ପାଇଁ ଏକ ସୁନ୍ଦର ବିଷୟ ବସ୍ତୁ ରହିଛି ଯେ ମହାଶିବରାତ୍ରିରେ 5ଟି ଦୀପ ଏମିତି ଲଗାଇବା ବା କେଉ ଜାଗାରେ ଲଗାଇବା ଯାହା ବି ସମସ୍ଯା ଥିବ ତାହା ଦୂର ହୋଇଯିବ । ଆଦି ଆପଣ ରୋଜଗାର ବଢାଇବାକୁ ଚାହୁଁଛନ୍ତି ବା ଆପଣ ଧନର ସମସ୍ଯା ଭୋଗ କରୁଛନ୍ତି, ଆର୍ଥିକ ସମସ୍ଯା ଲାଗି ରହୁଛି, ରୋଜଗାର କରିଲେ ବ୍ୟୟ ହେଉଛି ତେବେ ଏହି ସବୁ ସମସ୍ଯା ଯଦି ଆପଣ ଭୋଗ କରୁଛନ୍ତି ତେବେ ଜାଗର ବ୍ରତ ଦିନ ଛୋଟ ଉପାୟଟି ନିଶ୍ଚୟ କରନ୍ତୁ ।

ଉପାୟଟି ହେଉଛି 5ଟି ଦୀପର ପ୍ରତିକାର । ଆସନ୍ତୁ ଜାଣିବା ବିସ୍ତାର ଭାବେ । ଚଳିତ ବର୍ଷ 18 ଫେବୃଆରୀ ଶନିବାର ଦିନ ପଡୁଛି ପବିତ୍ର ମହାଶିବରାତ୍ରି । ଏହି ଦିନ 5ଟି ଦୀପ ଏମିତି ଜଳାଇଲେ ବହୁତ ଶୁଭ ହେବା ସହ ସବୁ ସମସ୍ଯା ଦୂର ହୋଇଥାଏ । ଏହି ଦିନ ବହୁତ ସାରା ଶୁଭ ଯୋଗ ନିର୍ମାଣ ହେଉଛି । ରାଜଯୋଗ ଓ ଧନ ଯୋଗର ମଧ୍ୟ ନିର୍ମାଣ ହେଉଛି । ଶାସ୍ତ୍ର ଅନୁଯାୟୀ ଦୀପ ହେଉଛନ୍ତି ସାକ୍ଷୀ ସଦୃଶ ।

ଆମେ ଯେଉଁ ପୂଜା, ବ୍ରତ, ଓଷା କରିଥାଉ ଦୀପ ହେଉଛି ପ୍ରକାଶର ସ୍ୱରୂପ । ଭଗବାନଙ୍କ ସତ୍ତାକୁ ଅନୁଭବ କରିବାକୁ ଦୀପ ରଖାଯାଏ । ମହାଶିବରାତ୍ରି ବ୍ରତରେ ବଣିବାକୁ ଥିବା ଯୋଗକୁ ଶନି ପ୍ରଦୋଷ କୁହାଯାଏ । ସନ୍ଧ୍ୟା ସମୟରେ ଆପଣ 5ଟି ଦୀପ ପ୍ରସ୍ତୁତ କରନ୍ତୁ । 5ଟି ଦୀପ ମାଟିରେ ହେଲା ଚଳିବ । ନ ହେଲେ କଳା ବିରି କୁ ଗୁଣ୍ଡ କରି ତାହାର ପାଉଡର କରି ଦେବେ ।

ସେହି ବିରି କୁ ଅଟା ଚକଟିବା ଭଳି 5ଟି ଦୀପ ତିଆରି କରନ୍ତୁ । ପ୍ରତେକ ଦୀପ ରେ ଆପଣ ଶୁଦ୍ଧ ଘିଅ ନ ଦେଇ ରାଶି ତେଲ ଓ 2ଟି ଲେଖାଏଁ ବଳିତା ଦିଅନ୍ତୁ । ଦୀପ ପ୍ରସ୍ତୁତ ସାରିବା ପରେ ଆପଣ ଦୀପ କୁ ଠାକୁର ଘରେ ବା ଠାକୁର ଘର ଆଗରେ 5ଟି ଦୀପ ସ୍ଥାନ କରନ୍ତୁ । ଗୋଟେ ଦୀପର ମୁଖ ପୂର୍ବକୁ, ଆଉ ଗୋଟେ ଦୀପର ମୁଖ ପଶ୍ଚିମକୁ, ଆଉ ଗୋଟେ ଦୀପର ମୁଖ ଉତ୍ତରକୁ ରହିବ, ଆଉ ଗୋଟେ ଦୀପର ମୁଖ ଦକ୍ଷିଣ ଏବଂ ସେସ ଦୀପ ର ମୁଖକୁ ମଝିରେ ରହନ୍ତୁ ।

ଦୀପ ଜଳାଇବା ଆଗରୁ 5ଟି ଦୀପକୁ ଆସନ ଉପରେ ରଖନ୍ତୁ । ଆସନରେ ସ୍ଥାପନ କରିବା ପରେ ଫୁଲ ଥିବା ଲବଙ୍ଗ, ଗୁଜୁରାତି, ଅଳ୍ପ ଟିକେ କେଶରେ ଦୀପରେ ଦିଅନ୍ତୁ । ତା ପରେ ଦୀପ ପ୍ରଜ୍ଵଳନ କରିବେ । ସେହି ସମୟରେ ଆପଣଙ୍କ ମନର ଇଚ୍ଛା ମନେ ମନେ କହିବେ । ଯେବେ ସବୁ ଧନ ଜନିତ ସମସ୍ଯା ରହିଛି ତାହା ଆପଣ ଦୀପ ଜଳାଇବା ସମୟରେ କହିବେ ।

ଯଦି ଶିବ ମନ୍ଦିର ରେ ଦୀପ ଜଳାଇବେ ତେବେ ଶୁଭ ଫଳ ପ୍ରାପ୍ତ ହେବ । ଏହା ଛଡା ଓସ୍ତ ଗଛ ମୂଳରେ ଏଭଳି 5ଟି ଦୀପ ଜଳାଇବେ ତେବେ ବହୁତ ପୂଣ୍ୟ ଫଳ ପ୍ରାପ୍ତ ହୋଇଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button