ରାଜ୍ୟ

୧୦ ଲକ୍ଷ ଲାଞ୍ଚ ମାମଲା: ଆଜି ସିବିଆଇରେ ହାଜର ହୋଇପାରନ୍ତି ବିଷ୍ଣୁପଦ ସେଠୀ

ଭୁବନେଶ୍ବର: ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବ୍ରିଜ୍ ଆଣ୍ଡ ରୁଫ୍ କର୍ପୋରେସନ୍ ଜିଜିଏମ୍ଙ୍କୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ଆଜି ଦିନ ୧୨ଟା ସୁଦ୍ଧା ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ଚିଠି କରିଛି। ଏହି ମାମଲାରେ ଆଇଏଏସ୍ ବିଷ୍ଣୁପଦ ସେଠୀ ସିବିଆଇ ଜେରାର ସମ୍ମୁଖୀନ ହେବା ଆପାତତଃ ନିଶ୍ଚିତ ବୋଲି କୁହାଯାଉଛି।

ଗତକାଲି ରାଜ୍ୟ ସରକାର ବିଷ୍ଣୁପଦ ସେଠୀଙ୍କୁ ତିନିଟି ଯାକ ବିଭାଗରୁ ହଟାଇ ଦେଇଥିବାରୁ ସିବିଆଇ ତାଙ୍କୁ ଜେରା କରିବ। ଏହି କାରବାରରେ ଆଇଏଏସ୍ ବିଷ୍ଣୁପଦଙ୍କ କି ପ୍ରକାର ସମ୍ପୃକ୍ତି ରହିଛି, ସେନେଇ ସିବିଆଇ ପଚାରିଥିଲା। ସେହିଭଳି ୪ ତାରିଖରେ ଜିଏମ୍ ଭୂପେନ୍ଦ୍ର ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ଏକ ହାତଲେଖା ଚିଠି ଲେଖିଥିବା ପ୍ରସଙ୍ଗରେ ମଧ୍ୟ ସିବିଆଇ ଖୋଳତାଡ଼ କରୁଛି।
ଏଣେ ଗତକାଲି ରାଜ୍ୟ ସରକାର ବିଷ୍ଣୁପଦ ସେଠୀଙ୍କୁ ତିନିଟି ଯାକ ବିଭାଗରୁ ହଟାଇ ଦେଇଥିବାରୁ ସିବିଆଇ ତାଙ୍କୁ ଜେରା କରିବ।

ଏହି ମାମଲାରେ ସିବିଆଇ ଉକ୍ତ ଉଦ୍ୟୋଗର ଜିଏମ୍ଙ୍କ ସମେତ ଆକାଉଣ୍ଟସ୍ ଅଧିକାରୀ ଓ ଅନ୍ୟ ଜଣେ ଅଧିକାରୀଙ୍କୁ ସିବିଆଇ ଘନଘନ ଜେରା କରିଛି। ଜିଏମ୍ ଭୂପେନ୍ଦ୍ର ସିଂହଙ୍କୁ ୬ଘଣ୍ଟା ମାରାଥନ ଜେରା କରାଯାଇଛି ଏବଂ ଆକାଉଣ୍ଟସ୍ ଅଫିସର୍ଙ୍କୁ ୭ ଦିନ ହେଲା ପର୍ଯ୍ୟାୟକ୍ରମେ ପଚରାଉଚରା ଚାଲିଛି। ବିଶେଷକରି ଅଭିଯୁକ୍ତ ଠିକାଦାର ଦେବଦତ୍ତ ମହାପାତ୍ର ଓ ସନ୍ତୋଷ ମହାରଣାଙ୍କ କେଉଁ କାମ ପାଇଁ କେତେ ବିଲ୍ ପାସ୍ କରାଯାଇଛି, ସେନେଇ ସିବିଆଇ ଜେରା କରୁଛି। ସିବିଆଇର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଡିସେମ୍ବର ୫ ତାରିଖରେ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ଜିଜିଏମ୍ ଚଞ୍ଚଲ୍ ମୁଖାର୍ଜୀ ଭେଟିଥିଲେ। ଡିସେମ୍ବର ୬ ତାରିଖରେ ପେଣ୍ଟା ଏ ଷ୍ଟୁଡିଓ ନିର୍ଦେଶକ ସନ୍ତୋଷ ମହାରଣା ଓ ତାଙ୍କ ବାପା ମନମୋହନ ମହାରଣାଙ୍କୁ ତୁରନ୍ତ ଭେଟିବାକୁ କହିଥିଲେ ଚଞ୍ଚଲ୍। ଲାଞ୍ଚ ଆକାରରେ ଦିଆଯିବାକୁ ଥିବା ୧୦ ଲକ୍ଷ ଟଙ୍କାକୁ ପରବର୍ତ୍ତୀ ବିଲ୍ କିମ୍ବା କାର୍ଯ୍ୟାଦେଶରେ ଆଡ୍ଜଷ୍ଟ କରାଯିବ ବୋଲି ଚଞ୍ଚଲ୍ କହିଥିଲେ। ବ୍ରିଜ୍ ଆଣ୍ଡ୍ ରୁଫ୍ କର୍ପୋରେସନ୍ ନାଲ୍କୋ ଦାମନଯୋଡ଼ି ବିଶାଖପାଟଣାରେ ସିଭିଲ୍ କାମ କରିବାକୁ ଟେଣ୍ଡର ନେଇଛି ଏବଂ ଏହି କାମ ପାଇଁ ପେଣ୍ଟା ଏ ଷ୍ଟୁଡିଓକୁ ଦାୟିତ୍ବ ଦେଇଛି। ଏହି ଟେଣ୍ଡର ପ୍ରକ୍ରିୟାକୁ ନେଇ ଜିଏମ୍ ଭୂପେନ୍ଦ୍ରଙ୍କୁ ସିବିଆଇ ପଚରାଉଚରା କରିଛି। ଏହି କାରବାରରେ ଆଇଏଏସ୍ ବିଷ୍ଣୁପଦଙ୍କ କି ପ୍ରକାର ସମ୍ପୃକ୍ତି ରହିଛି, ସେନେଇ ସିବିଆଇ ପଚାରିଥିଲା। ସେହିଭଳି ୪ ତାରିଖରେ ଜିଏମ୍ ଭୂପେନ୍ଦ୍ର ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ଏକ ହାତଲେଖା ଚିଠି ଲେଖିଥିବା ପ୍ରସଙ୍ଗରେ ମଧ୍ୟ ସିବିଆଇ ଖୋଳତାଡ଼ କରୁଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button