ଜ୍ୟୋତିଷ

ହିଜାବ ନ ପିନ୍ଧି ଗୀତ ଗାଇବା ଅଭିଯୋଗରେ ଯୁବତୀ ଗିରଫ

ମୁମ୍ବାଇ: ମହଙ୍ଗା ପଡିଲା ହିଜାବ ନ ପିନ୍ଧି ଷ୍ଟେଜରେ ପରଫର୍ମ କରିବା । ହିଜାବ ନ ପିନ୍ଧି ଷ୍ଟେଜ୍‌ରେ ସଂଗୀତ ପରିବେଷଣ କରିବା ଅଭିଯୋଗରେ ଇରାନର ଜଣେ ୟୁଟ୍ୟୁବ ଗାୟିକା ଗିରଫ ହୋଇଛନ୍ତିି । ସେ ହେଲେ ପାରାଷ୍ଟୁ ଅହମ୍ମଦ। ଉତ୍ତର ଇରାନର ମାଜାନ୍ଦ୍ରାନର ରାଜଧାନୀ ସାରି ସହରରୁ ଏହି ୟୁଟ୍ୟୁବରଙ୍କୁ ଗିରଫ କରାଯାଇଛି। ୟୁଟ୍ୟୁବରେ ହିଜାବ ନ ପିନ୍ଧି ଅନଲାଇନ୍ ପରିବେଷଣ କରିଥିବା ଏହ ମହିଳା ଗାୟିକାଙ୍କୁ ଇରାନ କର୍ତ୍ତୃପକ୍ଷ ଗିରଫ କରିଛନ୍ତି । ସେ ଚାରିଜଣ ପୁରୁଷ ଗାୟକଙ୍କ ସହ ସ୍ଲିଭଲେସ କଳା ପୋଷାକ ପିନ୍ଧି କେଶ ଖୋଲିଥିବାର ଦେଖାଯାଇଥିଲା।

ଇରାନର ଓକିଲ ମିଲାଦ ପାନାହିପୋର କହିଛନ୍ତି ଯେ , ୨୭ ବର୍ଷୀୟ ପାରାଷ୍ଟୁ ଅହମ୍ମଦଙ୍କୁ ଗିରଫ କରାଯାଇଛି। ଗତ ଗୁରୁବାର ନ୍ୟାୟପାଳିକା ଅହମ୍ମଦୀଙ୍କ କନସର୍ଟ ପ୍ରଦର୍ଶନକୁ ଦୋଷୀ ସାବ୍ୟସ୍ତ କରିଥିଲେ, ଯେଉଁଥିରେ ସେ ବିନା ସ୍ଲିଭ୍ ଏବଂ କଲରରେ ଲମ୍ବା କଳା ପୋଷାକ ପିନ୍ଧିଥିଲେ । କିନ୍ତୁ ହିଜାବ ପିନ୍ଧି ନଥିଲେ। ଏହି କନସର୍ଟରେ ଅହମ୍ମଦୀଙ୍କ ସହ ୪ ଜଣ ପୁରୁଷ ସଙ୍ଗୀତଜ୍ଞ ଉପସ୍ଥିତ ଥିଲେ।

ସୂଚନା ଅନୁଯାୟୀ, ଇରାନରେ ବିନା ଦର୍ଶକରେ ଏହି କନସର୍ଟ ଅନୁଷ୍ଠିତ ହୋଇଥିଲା। ପାରମ୍ପରିକ କାରାଭାନସେରାଇ କମ୍ପେ୍ଲକ୍ସ ପଡ଼ିଆରେ ଏକ ମଞ୍ଚ ବାହାରେ କଣ୍ଠଶିଳ୍ପୀ ପାରାଷ୍ଟୁ ଅହମ୍ମଦ ଏବଂ ତାଙ୍କ ଚାରି ଜଣିଆ ଦଳ ପରିବେଷଣ କରିଥିଲେ। କନସର୍ଟ ଆରମ୍ଭ ହେବା ପୂର୍ବରୁ ପାରାଷ୍ଟୁ ଅହମ୍ମଦ ଏକ ୟୁଟ୍ୟୁବ ଭିଡିଓରେ ଏକ ବାର୍ତ୍ତା ପୋଷ୍ଟ କରି ଲେଖିଥିଲେ, “ମୁଁ ପାରାଷ୍ଟୁ ଅହମ୍ମଦ, ସେହି ଝିଅ ଯିଏ ଚୁପ୍ ରହିପାରିବ ନାହିଁ । ନିଜ ଦେଶ ପାଇଁ ଗୀତ ଗାଇବା ବନ୍ଦ କରିବ ନାହିଁ । ଏହି କାଳ୍ପନିକ ସମାରୋହରେ ମୋ ସ୍ୱର ଶୁଣନ୍ତୁ ଏବଂ ଏକ ସ୍ୱାଧୀନ ଏବଂ ସୁନ୍ଦର ରାଷ୍ଟ୍ରର ସ୍ୱପ୍ନ ଦେଖନ୍ତୁ । ଏହି କନସର୍ଟ ଭିଡିଓ ଶେୟାରିଂ ପ୍ଲାଟଫର୍ମରେ ୧.୫ ମିଲିୟନ ଭ୍ୟୁ ପାଇଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button