ରାଜ୍ୟ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୨ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ୪୯ନମ୍ବର ଜାତୀୟ ରାଜପଥର ବୈତରଣୀ ପୋଲ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି। ଦୁଇ ଟ୍ରକ୍ ମଧ୍ୟରେ୩ ଜଣ ଲୋକ ଚାପି ହୋଇ ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି।

ଗୁରୁବାର ସକାଳେ ଏକ ଧାନ ବୋଝେଇ ଟ୍ରକ୍ ବୈତରଣୀ ପୋଲ ଦେଇ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା।
ଏହାଯୋଗୁ ଟ୍ରକ୍‌ରେ ଥିବା ୨ ଡ୍ରାଇଭର ଓ ହେଲପର ଚାପି ହୋଇଯାଇଥିଲେ। ଗାଡ଼ି ଭିତରେ ୩ ଜଣ ଜୀବନ ମରଣ ସହ ସଂର୍ଘଷ କରୁଛନ୍ତି।

ଅଧିକ ପଢ଼ନ୍ତୁ:ସରଣ୍ଡାରେ ଦୁଇ ଓଡ଼ିଶା ଯୁବକଙ୍କୁ ହତ୍ୟା: ଘଟଣାର ରିପୋର୍ଟ ମାଗିଲେ ରାଷ୍ଟ୍ରପତି

ଘଟଣାସ୍ଥଳରେ କରଞ୍ଜିଆ, ତୁରୁମୁଙ୍ଗା ପୁଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି କଟର ସାହାଯ୍ୟରେ ୩ ଜଣଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଚଳାଇଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button